ସେଥିପାଇଁ ତ କୁହନ୍ତି ତ୍ୟାଗ ଓ ତପସ୍ୟାର ପ୍ରତୀକ ମା' । ନିଜେ ସେ ଅନେକ ଦୁଃଖ ଯନ୍ତ୍ରଣା ସହି ସନ୍ତାନ ପାଇଁ ବିଛାଏ ସ୍ନେହର ଚାଦର ।
ଢୁ ଢୁ ଖରାବେଳ । ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ଏହି ମହିଳା ଟ୍ରାଫିକ ପୋଲିସ । ଆଉ କୋଳରେ ବ୍ୟାଗରେ ଝୁଲୁଛି ଛୋଟ ଛୁଆଟିଏ । ମା' ତାଙ୍କର ଡ୍ୟୁଟି କରୁଛନ୍ତି ଆଉ ଛୁଆଟି ନିଶ୍ଚିତରେ ଶୋଇପଡିଛି । ଏକାବେଳେ ଦୁଇ ଦୁଇଟି ଦାୟିତ୍ୱ ତୁଲାଉଛନ୍ତି ଏହି ଲେଡି ପୋଲିସ ।
ଛୁଆଙ୍କୁ ବଡ କରିବା ଏତେ ସହଜ ନୁହେଁ । ମା’ କୁ ଯେ କେତେ ରାତି ଅନିଦ୍ରା ହେବାକୁ ପଡିଥାଏ ତାର ଠିକଣା ନାହିଁ । ଯାହାର ଇଏ ଆଉ ଏକ ଉଦାହରଣ ।
ଟ୍ରାଫିକରେ ଥିବା ଗାଡି ଗୁଡିକ ମଧ୍ୟ ତାଙ୍କୁ ଦେଖିବାକୁ ବାଧ୍ୟ ହେଉଛନ୍ତି । କାରଣ ସେ ଯାହା କରୁଛନ୍ତି ତାହା ସମସ୍ତେ କରିପାରିବେନି । ତାଙ୍କ ପାଇଁ ସମୟ ଏପରି ପରିସ୍ଥିତି ସୃଷ୍ଟି କରିଛି । ଆଉ ତାକୁ ଖୁବ ଦୃଢତାର ସହ ସେ ତୁଲାଉଛନ୍ତି ।
କୁହନ୍ତି ନା ମା’ କୁ ଭଗବାନ ଏକ ଦିବ୍ୟ ଶକ୍ତି ଦେଇଥାନ୍ତି । ଯେଉଁଥି ପାଇଁ ସେମାନେ ସଂସାର ଜୁଆରେ ଯେତେ ଝଡଝଞ୍ଜା ଆସୁ ନା କାହିଁକି ସେ ହସି ହସି ସବୁ ସହିଯାଏ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
No one like mother
Viral video from moradabad #UttarPradesh #Viral #viralvideo #India #UPPolice pic.twitter.com/a6JKX3jquQ — Siraj Noorani (@sirajnoorani) November 28, 2022