ସ୍ୱାଧୀନତା ର ଅମୃତ ମହୋତ୍ସବ ପାଳନ ବର୍ଷରେ ଅକ୍ଟୋବର ୧୬ ତାରିଖ ଦିନଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ଶାହା କହିଛନ୍ତି। କାରଣ ଏହି ଦିନ ଦେଶର ଶିକ୍ଷା ବ୍ୟବସ୍ଥାର ପୁନର୍ଜାଗରଣର ଦିବସ ଥିଲା, ଯେତେବେଳେ କି ମଧ୍ୟପ୍ରଦେଶ ସରକାର ଦେଶର ସର୍ବପ୍ରଥମେ ଭେଷଜ ଶିକ୍ଷା ହିନ୍ଦୀରେ ଶୁଭାରମ୍ଭ କରି ପିଏମ ମୋଦିଙ୍କ ଦ୍ୱାରା ମାତୃଭାଷାରେ ଶିକ୍ଷାଦନ ଅଭିଯାଜାନ ପ୍ରଥମ ଅଧ୍ୟାୟ ରଚନା କରିଥିଲେ। ମଧ୍ୟପ୍ରଦେଶ ଦେଶର ପ୍ରଥମ ମୋଦୀ ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂତନ ଶିକ୍ଷା ନୀତିରେ ପ୍ରଥମିକ ଠାରୁ ନେଇ ପ୍ରଯୁକ୍ତି ଏବଂ ମେଡିକାଲ ଶିକ୍ଷା ପର୍ଯ୍ୟନ୍ତ ସବୁଗୁଡିକୁ ମାତୃଭାଷାରେ ଉପଳବ୍ଧ କରିବା ନିମନ୍ତେ ପ୍ରୟାସ କରାଯାଉଛି। ଏହା ଅଧିନରେ ପ୍ରଥମ ଥର ପାଇଁ ନିଜର ଭାଷା ହିନ୍ଦୀ ରେ ଏମବିବିଏସ୍ ପାଠ୍ୟକ୍ରମ ପଢାଯିବାର ଶୁଭାରମ୍ଭ ହୋଇଥବା ମଧ୍ୟ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ହୋଇଛି। ନୂତନ ଶିକ୍ଷା ନୀତି ଅଧିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଲକ୍ଷ ସମସ୍ତ ଭାରତୀୟ ଭାଷାରେ ମେଡିକାଲ, ଇଞ୍ଜିନିୟରିଂ ଏବ ଆଇନ୍ କ୍ଷେତ୍ରରେ ଉଚ୍ଚ ଶିକ୍ଷାକୁ ଉପଲବ୍ଧ କରାଇବା।
ହିନ୍ଦୀର କୌଣସି ସ୍ଥାନୀୟ ଭାଷା ସହ କୌଣସି ପ୍ରକାର ମତଭେଦ ନାହିଁ। ହିନ୍ଦୀକୁ ନେଇ ସବୁବେଳେ ଏକପ୍ରକାର ଭ୍ରାନ୍ତି ପ୍ରସାର କରାଯାଇଥାଏ ଯେ ଏହା ସ୍ଥାନୀୟ ଭାରତୀୟ ଭାଷାଗୁଡିକର ବିରୋଧୀ। ଏଭଳି ଅଭିଯୋଗର କୌଣସି ସତ୍ୟତା ନାହି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ କହିଛନ୍ତି। ହିନ୍ଦୀ ଭାରତର ରାଜଭାଷା। ତେଣୁ ସ୍ଥାନୀୟ ଭାଷା ଗୁଡିକ ସହ କୌଣସି ପ୍ରକାର ମତଭେଦ ନାହିଁ। ମୋର ମତ ଯେ ହିନ୍ଦୀ ଏବଂ ସମସ୍ତ ଭାରତୀୟ ଭାଷାଗୁଡିକୁ ସାମାନ୍ୟ ନମନିୟ ହେବାକୁ ପଡିବ ବୋଲି ଶାହ କହିଛନ୍ତି। । ଇଂରେଜି ଭାଷାକୁ ନେଇ ଶାହା କହିଛନ୍ତି, କିଛି ଲୋକଙ୍କ ମନରେ ଇଂରେଜୀକୁ ନେଇ ଶ୍ରେଷ୍ଠତାବୋଧ ଭାବନା ରହିଛି। ଆଉ ଇଂରାଜୀ ଜାଣିଥିବା ବ୍ୟକ୍ତି ନିଜକୁ ଞ୍ଜାନୀ ଭାବିଥାନ୍ତି । ଲୋକ ମଧ୍ୟ ତାଙ୍କୁ ମହାଜ୍ଞାନୀ କୁହନ୍ତି। କିନ୍ତୁ ବାସ୍ତବତା ହେଉଛି ଯେ, କୌଣସି ଭାଷାର ଞ୍ଜାନ ଅବା ବୌଦ୍ଧିକ କ୍ଷମତା ସହିତ କିଛି ସମ୍ପର୍କ ନଥାଏ। ଭାଷା କେବଳ ଅଭିବ୍ୟକ୍ତିର ମାଧ୍ୟମମାତ୍ର।
ପ୍ରାଧାନମନ୍ତ୍ରୀଙ୍କ ନେତୃରେ ଦେଶ ଆଜି ଆତ୍ମନିର୍ଭରତାର ମାର୍ଗରେ ଆଗକୁ ବଢି ଚାଲିଛି। ଆତ୍ମନିର୍ଭର ଭାରତର ସ୍ୱପ୍ନ ସେତିକିବେଳେ ସାକାର ହୋଇପାରିବ ଯେତେବେଳେ ଆମର ଭାଷାଗୁଡିକ ମଜଭୁତ ହୋଇପାରିବ। ଭାରତୀୟ ଜନତାପାର୍ଟିକୁ ଯେତେବେଳେ ବି ସୁଯୋଗ ମିଳୁଛି ଆମେ ଭାରତୀୟ ଭାଷା ଗୁଡିକୁ ଆଗକୁ ବଢାଇବା ଦିଗରେ କାର୍ଯ୍ୟ କରିଛୁ ବୋଲି ଶାହ କହିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତୀୟ ଭାଷାଗୁଡିକ ମାଧ୍ୟମରେ ଉଚ୍ଚଶିକ୍ଷାର ମାର୍ଗ ଉନ୍ମୋଚିତ ହୋଇଚାଲିଛି। ଯାହା ଆମ ଭାଷାଗୁଡିକୁ ମଧ୍ୟ ବିକଶିତ ହେବାରେ ଲାଭପ୍ରଦ ହେବ।
ଭାରତ ଖବର ଆହୁରି ପଢ଼ନ୍ତୁ ।