``ବିଶ୍ବାସର କୋଣ ଅନୁକୋଣେ ତୁ...
ଅଶ୍ରୁ ଭରା ଆଖିର, ଅବସାଦ ମୁଖର ସାହାରା ତୁ
ବୈଶାଖ ତାତିରେ ତୁ.. ଜାଡୁଆ ରାତିରେ ତୁ...
ଗଭୀର ତୃଷ୍ଣାରେ ତୁ...ପ୍ରବଳ କ୍ଷୁଧାରେ ତୁ...
ମାଆ ଲୋ ମୋ ସଫଳତାର ପ୍ରତି ସୋପାନରେ ଆର୍ଶୀବାଦର ଝରଣା ତୁ...
ମାଆ..କେବଳ ଏକ ସମ୍ବୋଧନ ନୁହେଁ। ସିଏ ଜୀବନ ଭିତରେ ଜୀବନଟିଏ''
ସେ ତ ଜନନୀ । ଯିଏ ଶିକ୍ଷା ଦିଏ ଜୀବନ ଯୁଦ୍ଧରେ ବିଜୟୀ ହେବାର ମନ୍ତ୍ର । ଆଉ ସେ ପୁଣି ଶିଖାଏ ଶିଷ୍ଟାଚାର, ସଭ୍ୟ ଓ ମଣିଷ ହୋଇ ମଣିଷ ଭଳି ବଂଚିବାର କୌଶଳ । ସେ ମାଆ, ମମତାମୟୀ, କରୁଣାମୟୀ, ଯାହାର କାହାଣୀ ଯେତେ କହିଲେ ବି ସରିବନି ।
କାହାଣୀ ଯାହା ଆମକୁ ପ୍ରେରଣା ଦିଏ, ଉତ୍ସାହିତ କରେ ଆଗକୁ ବଢି ମଣିଷଟିଏ ହେବା ପାଇଁ । କୁହାଯାଏ, ଦୁନିଆରେ କୌଣସି ସଂପର୍କ ଛୋଟ ବା ବଡ ହୋଇ ନଥାଏ। କିନ୍ତୁ ମାଆର ବରାବର କେହି ଛିଡା ହୋଇ ପାରିବେନି । ମାଆ ବିନା ଯେମିତି ଜୀବନ ଅଧୁରା । ସେଇ ଗୋଟିଏ ନାଁ, ସେଇ ଗୋଟିଏ ଡାକ। ସେଇ ଗୋଟିଏ ମଣିଷର ବିକଳ୍ପ ନାହିଁ, ୟାହାକୁ ଆମେ କହୁ ମାଆ । ଆଜି ବିଶ୍ବ ମୃତୃତ୍ବ ଦିବସରେ ସେଇ ମାଆ ମାନଙ୍କୁ କୋଟି କୋଟି ପ୍ରଣାମ। ।
ତେବେ ଆସନ୍ତୁ ଜାଣିବା ମାତୃ ଦିବସର ମହତ୍ୱ ଓ ଅଉ କେବେଠାରୁ ପାଳନ କରାଯାଉଛି:-
ଏହା ଆମେରିକାର ପଶ୍ଚିମ ଭର୍ଜିନିଆରୁ ଆରମ୍ଭ ହୋଇଥିଲା ୧୯୦୮ ରେ l ଏହାକୁ ସମାଜସେବୀ ଜ୍ୱାର୍ବୀସ ନିଜ ମା ଙ୍କ ପାଇଁ ପ୍ରଥମେ ପାଳନ କରିବା ପାଇଁ ସ୍ଥିର କଲେ l ସେ ନିଜ ମା ଙ୍କୁ ଖୁବ ଭଲ ପାଉଥିଲେ,ସେ ଏହିଦିନଟିକୁ ସେଥିପାଇଁ ମା ମାନଙ୍କୁ ଉତ୍ସର୍ଗୀକୃତ କରିଛନ୍ତି l ତା ସହିତ ଭଗବାନଙ୍କ ଦ୍ଵିତୀୟ ରୂପ ମା ହିଁ ହୋଇଥାଏ ,ସେଥିପାଇଁ ମା ମାନଙ୍କୁ ଏହି ଦିନଟି ଉତ୍ସର୍ଗୀକୃତ କରାଯାଇଛି l ପରେ ଏହାକୁ ୧୯୧୪ ମଇ ୯ ତାରିଖ ଦିନ ଆମେରିକାର ପ୍ରେସିଡେଣ୍ଟ ବୁଦ୍ରୋ ଉଇଲସନ ଗୋଟିଏ ଲ ପାସ କରାଇଲେ ,ଯେଉଁଥିରେ ଲେଖା ଯାଇଥିଲା ମଇ ମାସର ଦୁତ୍ୱୀୟ ରବିବାର ଦିନ ମାତୃ ଦିବସ ପାଳନ କରାଯିବ l ସେବେଠାରୁ ମାଆ ପାଇଁ ଆଜିର ଏହି ଦିନଟି।