ବଢି ପାଣିରେ ମାଙ୍କଡ଼ଟି ନିଜ ଛୁଆକୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରୁଛି । କେତେବେଳେ ମଙ୍ଗରେ ଚଢୁଛି, ତ କେତେବେଳେ ପାଣି ଭିତରେ ଜୀବନ ବଞ୍ଚାଇବାକୁ ଦଉଡି ଧରି ଡେଉଁଛି । ନିଜେ ମରିବାର ଭୟ ଅପେକ୍ଷା ନିଜ ସନ୍ତାନକୁ ବଞ୍ଚାଇବାର ଚେଷ୍ଟା ସେ ଜାରି ରଖିଛି।
ମାଆ ମାଙ୍କଡଟି ବୁଡିଥିବା ଡଙ୍ଗା ଭିତରେ ଛୁଆକୁ ଛାତିରେ ଜାବୁଡି ଧରିଛି । ଏ ସଙ୍ଘର୍ଷ ତା ଛୁଆ ପାଇଁ । କେତେବେଳେ ପାଣିରେ ବୁଡି ଯାଉଛି ତ ଆଉ କେତେବେଳେ ଭିତସ୍ତତଃ ହୋଇ ଛୁଆକୁ ଗେଲ କରି ସାହାସ ଦଉଛି।
କଥାରେ ଅଛି ଯାହାର ମାଆ ଅଛି ତାର ସାହା ଅଛି। ମାଆ ପାଖେ ଥିଲେ ଡର, ଭୟ କିଛି ନଥାଏ। ସେହିପରି ଛୁଆ ମାଙ୍କଡଟି ତାର ମାଅ କୋଳରେ ଅଚିନ୍ତାରେ। ସେ ଜାଣିଛି ତାର ମା ତାକୁ ଏଥିରୁ ଉଦ୍ଧାର କରିବ । ତେବେ ପଶୁ ହେଉ କି ମଣିଷ ଯେତେବେଳେ ସନ୍ତାନ ଉପରକୁ କିଛି ବିପଦ ଆସେ ସେତେବେଳେ ମା ତାର ମାତୃତ୍ୟର ପରିଚୟ ଦେଇଥାଏ। ଭଗବାନଙ୍କ ସୃଷ୍ଟିର ସର୍ବତ୍ତମ ଉପହାର ହେଉଛି ମାଆ। ମାଆ ମାଙ୍କଡର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ୍ ହେବାରେ ଲାଗିଛି।