ଏହି ଭିଡିଓ ଦେଖିଲେ ଆପଣଙ୍କୁ ଆପଣଙ୍କ ଛୋଟ ବେଳ କଥା ମନେ ପଡିଯାଉଥିବ ନିଶ୍ଚୟ...
ଛୁଆଠୁ ବୁଢା ହେବା ଯାଏ ଛୁଆ ମୁଣ୍ଡ ଉପରେ ମା ର ହାତ ଥାଏ । ଆଉ ମାର ହାତ ଥିଲେ କାହା ପ୍ରତି ଭୟ ନଥାଏ । ସେ ଦୁନିଆରେ ଥାଉ ନଥାଉ ଘରେ ଥିବା ଠୁ ବାହାରକୁ ପାଡ କାଢିବା ଯାଏ ମା ର ଆଶୀର୍ବାଦ ଆମ ମୁଣ୍ଡ ଉପରେ ଥାଏ ।
ଦୁନିଆକୁ ଆସିବା ପୂର୍ବରୁ ଥାଏ ତା ସହ ସମ୍ପର୍କ । ତାରି କୋଳରୁ ଜନ୍ମ ହୋଇ ଆମେ ଦୁନିଆ ଦେଖୁ । ଚାଲିବା, କଥା କହିବା ଠୁ ଆରମ୍ଭ କରି ସବୁ ଥିରେ ଆମ ପଛେ ପଛେ ମା ଛାଇ ଭଳି ଥାଏ । ଝୁଣ୍ଟି ପଡିଲେ ସେ ଆମକୁ ସମ୍ଭିଳି ନିଏ । ଭୂଲ୍ ଠିକ୍ ବତେଇ ଦିଏ । ଆଉ ତା ଛୁଆ ଉପରେ ଯିଏ ଦୁଷ୍ଟ ନଜର ପକାଏ ସେ ତାକୁ ଛାଡେନି । ସେ ଅଶରୀରୀ ହେଉ ନା କହିଁକି ..ତାକୁ ସେ ଏମିତି ନିଆଁରେ ଭସ୍ମ କରିଦିଏ । ଦୁନିଆରେ ମା ହେଉଛି ଛୁଆର ସବୁଠୁ ବଡ ରକ୍ଷା କବଜ । ଛାଇ ଭଳି ପଛେ ପଛେ ରହି ସେ ସରୁକ୍ଷା ଦେଉଥାଏ । ଭୋକିଲା ପେଟକୁ ଚିହ୍ନି ଦିଏ..କିଛି ନ କହି ବି ମନ କଥା ବୁଝିନିଏ ।
ଆମର ସମୁ ଅଳି ଅଝଟକୁ ସେ ହସି ହସି ସହି ନିଏ । ନିଜେ ନ ଖାଇ ଆମ ପେଟ କଥା ଚିନ୍ତା କରେ । କାହିଁକି ନା ସେ ହେଉଛି ମା ...ଆମ ଚଳନ୍ତି ଭଗବାନ ।
ଆଉ ତା ଛୁଆକୁ କିଏ ଆଖି ଉଠେଇ ଦେଖିଲେ ସେ କାହାରିକୁ ଛାଡେନି...
ଏଠି ବି କିଛି ସେମିତି ହେଉଛି । ସତରେ ମା ଓ ଛୁଆର ସମ୍ପର୍କ ଦୁନିଆର ସବୁ ସମ୍ପର୍କ ଠାରୁ ନିଆରା ।