ଅପରାଧୀଙ୍କୁ ସାବାଡ଼ କରିବାକୁ ମଧ୍ୟପ୍ରଦେଶ ପୁଲିସ ଏହି ନୂଆ ବ୍ୟବସ୍ଥା ଆପଣାଇଛି। ସିଟିଜେନ୍ କପ ସହଯୋଗରେ ଇନ୍ଦୋର ପୁଲିସ୍ ଯେଉଁ ଟେକ୍ନୋଲୋଜି ବିକଶିତ କରିଛି ତା ଦ୍ବାରା ଜଣେ ବ୍ୟକ୍ତିର ଆପରାଧିକ କାର୍ଯ୍ୟକଳାପ, ଥାନାରେ ତା ନାମରେ ଥିବା କେସ୍ ଇତ୍ୟାଦି ସାମ୍ନାକୁ ଆସିଯିବ।
ଖୁଲମଖୁଲା ଅପରାଧ ଘଟାଇ ବାହାରେ ବୁଲୁଥିବା ଲୋକମାନଙ୍କୁ ସାବାଡ୍ କରିବାକୁ ଏହା ସବୁଠାରୁ ଭଲ ପଦକ୍ଷେପ ବୋଲି କୁହାଯାଉଛି। ଯାହାଦ୍ୱାରା ବାୟୋମେଟ୍ରିକ୍ ମେସିନ୍ ଉପରେ ଆଙ୍ଗୁଠି ରଖିବା ମାତ୍ରେ ଅପରାଧୀଙ୍କ ସମସ୍ତ ଅପରାଧିକ-ତଥ୍ୟ ଜଣାପଡ଼ିଯିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଏହି କୌଶଳ ରାଜ୍ୟରେ ଅପରାଧ ଘଟାଉଥିବା ଲୋକଙ୍କୁ ଧରିବାରେ ସହଯୋଗ କରିବ ଏବଂ ଅପରାଧ କରିବାକୁ ଲୋକେ ଡରିବେ।
ଇନ୍ଦୋର ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସାରା ରାଜ୍ୟ ସାମିଲ ହେବ। ମାନେ ସମଗ୍ର ରାଜ୍ୟରେ ଏହି ବ୍ୟବସ୍ଥା ଖୁବଶିଘ୍ର କାର୍ଯ୍ୟକାରୀ ହେବ। ଗଲା ୯ ମାସ ହେଲାଣି ଏହି କୌଶଳର ପରୀକ୍ଷଣ ଚାଲିଥିବା ବେଳେ ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରେ କୁହାଯାଇଛି କି, ଇନ୍ଦୋର ପୁଲିସକୁ ୪୦ଟି ବାୟୋମେଟ୍ରିକ୍ ମେସିନ୍ ଦିଆଯିବ। ଏହି ମେଶିନଗୁଡ଼ିକର ସାହାଯ୍ୟରେ ଅପରାଧୀ ଚିହ୍ନଟ କରାଯିବ।
ଭାରତ ଖବର ଆହୁରି ପଢ଼ନ୍ତୁ