ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୧୪ ବର୍ଷ । ହେଲ ଦେଶବାସୀ ଆଜିବି ଭୁଲି ନାହାନ୍ତି 26 ନଭେମ୍ବର ଆକ୍ରମଣକୁ । ଆଖିବୁଜା ଗୁଳି ମାଡ଼ରେ ନିରବୀ ଯାଇଥିଲା 160 ନିରିହ ଜୀବନ । ସେହିପରି ଅନେକ ଲୋକ ଆହତ ହୋଇଥିଲେ । ମୁମ୍ବାଇକୁ ଦୋହଲାଇଦେଲା ପ୍ଲାନ୍ ରଚିଥିଲା ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ । ଆକ୍ରମଣର ତିନି ଦିନ ପୂର୍ବରୁ ଅର୍ଥାତ ନଭେମ୍ୱର ୨୩ରେ କରାଚିର ସମୁଦ୍ର ପଥ ଦେଇ ଏକ ବୋଟ୍ ସାହାଯ୍ୟରେ ମୁମ୍ବାଇ ସମୁଦ୍ର କୂଳରେ ପହଞ୍ଚିଥିଲେ 10 ଆତଙ୍କୀ ।
ରାତି ପ୍ରାୟ ୯ଟା ୩୦ରେ ଛତ୍ରପତି ଶିବାଜୀ ରେଲୱେ ଟର୍ମିନାଲର ହଲରେ ଦୁଇ ଆକ୍ରମଣକାରୀ ଆଖିବୁଜା ଗୁଳି ଚାଳନା କରିଥିଲେ । ଏହି ଆତଙ୍କୀଙ୍କ ମଧ୍ୟରେ ମହମ୍ମଦ ଅଜମଲ କସାବ ରହିଥିଲା । ଯାହାକୁ ନ୍ୟାୟିକ ପ୍ରକ୍ରିୟା ପରେ ଫାଶି ଦିଆଯାଇଥିଲା । ଦୁଇ ଆକ୍ରମଣକାରୀ ଏକେ-୪୭ରେ ୧୫ ମିନିଟ୍ ଗୁଳି ଚାଳନା କରିଥିଲେ ଯେଉଁଥିରେ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ ।
୨୬/୧୧ ଆକ୍ରମଣରେ ମୁମ୍ୱାଇର ଦୁଇ ବଡ଼ ହୋଟେଲ ତାଜ, ଓବେରାୟ ଟ୍ରାଇଡ୍ରେଣ୍ଡ ହୋଟେଲ ଓ ନରୀମନ ହାଉସକୁ ନିଜ କବଜାକୁ ନେଇଥିଲେ ଆତଙ୍କୀମାନେ । ତିନି ଦିନ ଧରି ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ସେପଟେ ମୁମ୍ବାଇରେ ବିସ୍ଫୋରଣ, ଅଗ୍ନିକାଣ୍ଡ, ଗୁଳି ବିନିମୟ ଏବଂ ବନ୍ଧକ ରଖିବା ଘଟଣା ଉପରେ ପୂରା ବିଶ୍ବ ନଜର ରଖିଥିଲା । ଯେଉଁ ଦିନ ତାଜ ହୋଟେଲ ଉପରେ ଆକ୍ରମଣ ହୋଇଥିଲା, ସେହି ଦିନ ଅନ୍ତର୍ଜାତୀୟ ଟ୍ରେଡ ୟୁନିଅନ ସଂସଦୀୟ କମିଟିର ଅନେକ ସଦସ୍ୟ ହୋଟେଲରେ ରହିଥିଲେ । ଆଉ ନଭେମ୍ବର ୨୯ ତାରିଖ ସକାଳେ ୯ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା ଏବଂ ଜଣେ ଆକ୍ରମଣକାରୀ ଅଜମଲ କସାବ ପୁଲିସ ହେପାଜତରେ ଥିଲା ।