ଏସଏମଏସ ଜରିଆରେ ଠକମାନେ ଏକ ଲିଙ୍କ୍ ପଠାଉଛନ୍ତି । ଯଦି KYC ଅପଡେଟ୍ ନକରିବେ ତେବେ ଆପଣଙ୍କ ଆକାଉଣ୍ଟ ବ୍ଲକ୍ ହୋଇଯିବ । ଏମିତି କିଛି ଦେଖିବା ପରେ ଅନେକ ଲୋକ ଅଛନ୍ତି ଯେଉଁମାନେ କିଛି ନବୁଝି ସୁଝି ଉକ୍ତ ଲିଙ୍କ୍ ରେ କ୍ଲିକ୍ କରୁଛନ୍ତି । ଏବଂ ଏହାପରେ ଆଇଡି, ପାସୱାର୍ଡ ଦେବା ପରେ ଆକାଉଣ୍ଟ ଖାଲି ହୋଇଯାଉଛି ।
ଏହି 40 ଗ୍ରାହକଙ୍କ ମଧ୍ୟରେ ରହିଛନ୍ତି ଟିଭି ଅଭିନେତ୍ରୀ ସ୍ୱେତା ମେମନ । ଅଭିଯୋଗ ଅନୁଯାୟୀ ତାଙ୍କ ଫୋନକୁ ଏକ ଅଜଣା ଲିଙ୍କ ଆସିଥିଲା । ଯେଉଁଥିରେ ସେ କ୍ଲିକ୍ କରିବା ମାତ୍ରେ ଆଇଡି, ପାସୱାର୍ଡ ମାରିଥିଲେ । ଜମେ ମହିଳା ଫୋନ୍ କରିଥିଲେ । ସେ ବ୍ୟାଙ୍କ ଅଧିକାରୀ ବୋଲି ନିଜକୁ ପରିଚୟ ଦେଇଥିଲେ । ଏହାପରେ ସେ ଫୋନକୁ ଆସିଥିବା ଓଟିପି ସେୟାର କରିବାକୁ କହିଥିଲେ । ଓଟିପି ଦେବା ମାତ୍ରେ ତାଙ୍କ ଆକାଉଣ୍ଟରୁ 57,636 ଟଙ୍କା କଟି ଯାଇଥିଲା ।
ମୁମ୍ବାଇ ପୋଲିସ ଏନେଇ ଏକ ଆଡଭାଇଜରୀ ଜାରି କରିଛି । ଯେଉଁଥିରେ ସଫା ସଫା ଲେଖାହୋଇଛି ଏମିତି ଅଜଣା ନମ୍ବରରୁ ମେସେଜ୍ ଆସିଲେ କ୍ଲିକ୍ କରନ୍ତୁ ନାହିଁ କି ନିଜ ବ୍ୟକ୍ତିଗତ ଡାଟା କାହା ସହ ସେୟାର କରନ୍ତୁ ନାହିଁ ।