ଏ କଥା କହିଲା ବେଳେ ହୁସେନଙ୍କ ମୁହଁର ଔଜଲ୍ୟ ସମସ୍ତଙ୍କୁ ବିମୋହିତ କରୁଥିଲା। ସତେ ଯେମିତି ଲାଗୁଥିଲା। ବସ୍ତିଟା ସମାଜର ପଙ୍କ ହେଲେ ତା ଭିତରେ ପଦ୍ମଫୁଲଟିଏ ସଏଦ୍ ହୁସେନ୍।
'କୋଶିସ୍ କରନେ ଓ୍ବାଲୋ କି କଭି ହାର ନହିଁ ହୋତି। ଲହରୋସେଁ ଟକରାଏ ବିନା ନୟା ପାର ନହିଁ ହୋତି।'
ହିନ୍ଦୀର ଏହି ଆପ୍ତବାକ୍ୟଟି ୨୭ ବର୍ଷୀୟ ହୁସେନ୍ ସୈଦଙ୍କ ପାଇଁ ବେଶ୍ ପ୍ରଜୁଯ୍ୟ ମନେହୁଏ। କାରଣ ପଙ୍କରୁ ପଦ୍ମଫୁଲ ଜନ୍ମ ହେଲା ପରି, ମୁମ୍ବାଇର ଝୋପଡ ପଟ୍ଟି ବା ବସ୍ତିରେ ରହୁଥିବା ସଏଦ୍ ଏବେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି।
UPAC ପରୀକ୍ଷାରେ 570 ତମ ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ସେ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ହୁସେନ୍, ମୁମ୍ବାଇର ଯେଉଁ ସ୍ଥାନରେ ରୁହନ୍ତି ତାହା ଗୋଟିଏ ଅନୁନ୍ନତ ବସ୍ତି। ଅଳିଆ, ଆବର୍ଜନା ଭିତରେ ନିଜକୁ ଆୟତ୍ତ କରି ରହିଥିବା କିଛି ପରିବାର ଭିତରେ ତାଙ୍କ ଛୋଟିଆ ଝୋପଡ ପଟ୍ଟି।
ଏହି ବସ୍ତିର ରମଜାନ୍ ସୟଦ। ଯିଏ ଶ୍ରମ ସୁପରଭାଇଜର ଭାବରେ କାର୍ଯ୍ୟ କରନ୍ତି। ସ୍ବଳ୍ବ ପଇସାରେ ପରିବାର ଚଳେଇବା ତାଙ୍କ ପାଇଁ ବଡ କଷ୍ଟ। କିନ୍ତୁ ତାଙ୍କ ନିଜ ଜୀବନ ତମାମର ଦୁଃଖ ଏବେ ସୁଖରେ ରୁପାନ୍ତରିତ ହୋଇଛି। ପୁଅ ତାଙ୍କର ଆଇଏଏସ୍ ପାଇଛି।
ମଙ୍ଗଳବାର ଏ ଖୁସି ଖବର ପାଇବା ପରେ ପୁରା ବସ୍ତିରେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ସାନ ପୁଅ ହୁସେନ୍ ସଏଦ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବାକୁ ଯାଉଛନ୍ତି।
ଦେଶର ୯୩୩ ଛାତ୍ର UPSC 2022ରେ ସଫଳତା ଅର୍ଜନ କରିଥିଲେ ବି ହୁସେନ୍ ସମସ୍ତଙ୍କଠାରୁ ଭିନ୍ନ। ପ୍ରତିକୂଳ ପରିସ୍ଥିତିରେ ପାଠପଢା, ତମାମ ଅର୍ଥନୈତିକ ପ୍ରତିବନ୍ଧକ ସତ୍ବେ ସେ ଆଜି ସଫଳତାର ଶିଖର ଛୁଇଁଛନ୍ତି।
ପାଠ ପଢିବାକୁ ତାଙ୍କ ବସ୍ତିରେ ଉତ୍ତମ ବାତାବରଣ ନ ଥିଲା। ଛୋଟିଆ ବଖରାଏ ଘରେ ୭ ଆଠ ପ୍ରାଣୀର ପରିବାର। ଘରଟା ଯାକର ଗହଳିରେ ସେ ନିଜ ପାଠ ପଢା ଜାରି ରଖିଥିଲେ। ଅଶିକ୍ଷିତ ପିତାମାତା ତାଙ୍କୁ କୌଣସି ଶିକ୍ଷା ସହାୟତା ଯୋଗାଇ ପାରୁ ନ ଥିଲେ ସତ ହେଲେ ପାଠ ପଢି ବଡ ମଣିଷ ହେବାର ପଥ ଦେଖାଉଥିଲେ। ଯାହାର ପ୍ରତିଫଳନ ଏବେ ଦେଖିବାକୁ ମିଳିଳା। ଲଗାତାର ୫ଥର ପ୍ରଚେଷ୍ଟା ପରେ ପରିଶ୍ରମର ଫଳ ମିଳିବା ପରେ ହୁସେନ୍ ଏବେ ଭାରି ଖୁସି।