
ନୂଆଦିଲ୍ଲୀ : ଆମେରିକାର କର୍ତ୍ତୃପକ୍ଷ ଆଜି ପୁଣି ପାକିସ୍ତାନୀ ଆତଙ୍କବାଦୀ ତାହୱୁର ହୁସେନ୍ ରାଣାଙ୍କୁ ଗିରଫ କରିଛନ୍ତି। 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଥିବା ତହୱୁର ହୁସେନକୁ ଭାରତ ସରକାର ଚାହୁଁଛନ୍ତି। ଆମେରିକାର କର୍ତ୍ତୃପକ୍ଷ ଲସ ଏଞ୍ଜେଲସରୁ ତହୱୁର ହୁସେନ୍ଙ୍କୁ ଗିରଫ କରିଛନ୍ତି। ଦୁଇ ଦିନ ପୂର୍ବେ ହୁସେନକୁ ଆମେରିକାର ଜେଲରୁ ମୁକ୍ତ କରାଯାଇଥିଲା, କିନ୍ତୁ କର୍ତ୍ତୃପକ୍ଷ ତାଙ୍କୁ ପୁଣି ଗିରଫ କରିଛନ୍ତି ଏବଂ ଭାରତ ମଧ୍ୟ ନିରନ୍ତର ଭାବେ ତାର ପ୍ରତ୍ୟାର୍ପଣ ପାଇଁ ଦାବି କରୁଛି।
ତାହୱୁର ହୁସେନ୍ ପାକିସ୍ତାନର ଆମେରିକୀୟ ଆତଙ୍କବାଦୀ ଡେଭିଡ ହେଡଲିଙ୍କ ସହଯୋଗୀ ଭାବେ କାର୍ଯ୍ୟ କରୁଛି। ସେ 26/11 ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ତାହୱୁର ଏକ ପିଟିସନ ଦାଖଲ କରିଥିଲା ଯେଉଁଥିରେ ସେ କରୋନା ପଜିଟିଭ୍ ବୋଲି କହିଥିଲା। ଏହା ପରେ ତାକୁ ଜେଲରୁ ମୁକ୍ତ କରାଯାଇଥିଲା। ବର୍ତ୍ତମାନ ଭାରତ ଦ୍ୱାରା ଦିଆଯାଇଥିବା ଅଭିଯୋଗରେ ଆମେରିକାର ଏଜେନ୍ସି ତାଙ୍କୁ ପୁଣି ଗିରଫ କରିଛି, କିନ୍ତୁ ହୁସେନ୍ ଉପରେ ଭାରତୀୟ ଏଜେନ୍ସିମାନେ ସମ୍ପୂର୍ଣ୍ଣ ଧ୍ୟାନ ରଖିଥିଲେ, ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ପୁଣି ଥରେ ଆମେରିକା ଗିରଫ କରିଛି।
ତହୱୁର ହୁସେନ୍ ରାଣା 10 ଜୁନ୍ 2011ରେ ଖଣ୍ଡପୀଠ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିଲେ। ଡେନମାର୍କ ଖବରକାଗଜ ଉପରେ ଆକ୍ରମଣ କରିବା ଏବଂ ଲଶ୍କର-ଏ-ତାଇବାଙ୍କୁ ସାହାଯ୍ୟ କରିବା ପାଇଁ ତାକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଗତ 10 ବର୍ଷ ଧରି ରାଣା ଆମେରିକାର ଜେଲରେ ଥିଲା। ସେ ଆତଙ୍କବାଦୀ ଗୋଷ୍ଠୀକୁ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି।
ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ 160ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏଥିରେ ବହୁ ବିଦେଶୀ ନାଗରିକ ମଧ୍ୟ ଉପସ୍ଥିତ ଥିଲେ। ଏହି ଆତଙ୍କୀ ଆକ୍ରମଣ 10 ଲଶ୍କର-ଇ-ତଇବା ଆତଙ୍କବାଦୀଙ୍କ ଦ୍ୱାରା କରାଯାଇଥିଲା। ଏହି ସମୟରେ ସୁରକ୍ଷା ବାହିନୀ ହାତରେ ନଅ ଜଣ ଆତଙ୍କବାଦୀ ନିପାତ ହୋଇଥିଲେ। ଅପର ପକ୍ଷରେ ଅଜମଲ କସାବ ନାମକ ଜଣେ ଆତଙ୍କୀ ଜୀବନ୍ତ ଧରାପଡିଥିଲା । 21 ନଭେମ୍ବର 2012ରେ ପୁଣେର ୟେରୱାଡା ଜେଲରେ କସାବଙ୍କୁ ଫାଶୀ ଦିଆଯାଇଥିଲା।
ଅନୁସନ୍ଧାନ ବେଳେ ଜଣାପଡିଥିଲା ଯେ ରାଣା ମୁମ୍ବାଇ ଆସିବା ପରେ ତାଜ ହୋଟେଲରେ ରହିଥିଲା ଏବଂ ଏଠାରୁ ସେ ପୁରା ଯୋଜନା ମଧ୍ୟ ପ୍ରସ୍ତୁତ କରିଥିଲା। ଏହାପରେ ନଭେମ୍ବର 2008ରେ ମୁମ୍ବାଇରେ ଆକ୍ରମଣ ହୋଇଥିଲା ଏବଂ ତାଜ ହୋଟେଲ ଆତଙ୍କବାଦୀଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା।
