ମୁମ୍ବାଇର ସାକିନାକା ଅଂଚଳର ଖୈରାନୀ ରୋଡରେ ଏହି ବର୍ବର କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ଜଣେ ୩୨ ବର୍ଷିୟା ମହିଳା ଏହାର ଶିକାର ହୋଇଛନ୍ତି । ମୁମ୍ବାଇ ପୋଲିସର ସୂଚନା ଅନୁସାରେ ଗତକାଲି ଭୋର ସାଢ଼େ ତିନିଟା ସମୟରେ ଏକ କଲ ଆସିଥିଲା । ଖୈରାନୀ ରୋଡରେ ମହିଳା ଜଣଙ୍କ ରକ୍ତ ଜୁଡୁବୁଡୁ ହୋଇ ଅଚେତ୍ ଅବସ୍ଥାରେ ପଡିଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି, ପୀଡିତାଙ୍କୁ ଉଦ୍ଧାର କରି ଘଟକୋପର ରାଜୱାଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଆଇପିସି ଧାରା ୩୭୬ ଅର୍ଥାତ ଦୁଷ୍କର୍ମ, ଏବଂ ଧାରା ୩୦୭ ଅର୍ଥାତ ହତ୍ୟା ଉଦ୍ୟମରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ଏଭଳି ନୃଶଂସ କାଣ୍ଡ ପାଇଁ ଜଣଙ୍କୁ ଗିରଫ କରିଛି ପୋଲିସ ।