ଆଜ୍ଞା ହଁ ଆମ ପୁଅ ଦେଶ ପାଇଁ ସୁନା ଆଣିବ। ଦୃଢ ଇଛାଶକ୍ତି ଓ ମନୋବଳ ଥିଲା ଆମେ ସବୁ କିଛି କରିପାରିବା। ବାସ ଏହାକୁ ପୁଞ୍ଜି କରି ଟୋକିଓ ଅଲିମ୍ଫିକ୍ସରେ କମାଲ କରିଛନ୍ତି ଚାଷୀ ପୁଅ ରବି କୁମାର । 23 ବର୍ଷୀୟ ଏହି ଖେଳାଳୀ ଭାରତ ପାଇଁ ପଦକ ଆଣିବା ନିଶ୍ଚିତ କରିଛନ୍ତି।
ଆଗରେ ଥିଲେ ଅନେକ ପ୍ରତିଦ୍ୱନ୍ଦୀ । କିନ୍ତୁ ମନରେ ଥିଲା ଡ଼ରିବିନି । ଲଢିବି, ନିଶ୍ଚିତ ଜିତିବି । ଇଚ୍ଛାଶକ୍ତି ଦୃଢ ରଖି କିଛି ଏଭଳି କରି ଦେଖାଇଛନ୍ତି ଯାହାକୁ ନେଇ ଘର, ପରିବାର, ପଡୋଶୀ, ରାଜ୍ୟ ଆଉ ସମଗ୍ର ଦେଶ ଏବେ ଗର୍ବ କରୁଛି ।
ପ୍ରଥମ ଥର ପାଇଁ ଅଲିମ୍ଫିକ୍ସ ଖେଳିଥିବା ରବି 57 କିଲୋଗ୍ରାମ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛନ୍ତି। ରୌପ୍ୟ ପଦକ ଜିତିବା ନିଶ୍ଚିତ କରିଛନ୍ତି। ତେବେ ସମସ୍ତଙ୍କ ଇଛା ସୁନା ପଦକ ଜିତନ୍ତୁ।
୧୯୯୭ ମସିହାରେ ହରିଆଣାର ସୋନିପତ ଜିଲ୍ଲାର ଗୋଟିଏ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ରବି କୁମାର ୧୦ ବର୍ଷ ବୟସରୁ ହିଁ ରେସଲିଂ ଆରମ୍ଭ କରିଥିଲେ। ଗାଁର ମାଟିରେ ରେସଲିଂ ଆରମ୍ଭ କରିଥିବା ରବି ଏବେ ବିଶ୍ଵର ସବୁଠୁ ବଡ ମଞ୍ଚରେ। ସମସ୍ତଙ୍କ ଭରସା ସେ ଦେଶ ପାଇଁ ସୁନା ଆଣିବେ।
ରବି ୫ମ ଭାରତୀୟ ରେସଲର ଭାବେ ଅଲିମ୍ପିକ୍ସରେ ପଦକ ଜିତିବାକୁ ଯାଉଛନ୍ତି। ତାଙ୍କ ପୂର୍ବରୁ ୧୯୫୨ରେ କେଡି ଯାଦବ (ବ୍ରୋଞ୍ଜ), ୨୦୦୮(ବ୍ରୋଞ୍ଜ), ଓ ୨୦୧୨ରେ ସୁଶୀଲ କୁମାର (ରୌପ୍ୟ), ୨୦୧୨ରେ ଯୋଗେଶ୍ଵର ଦତ୍ତ (ବ୍ରୋଞ୍ଜ), ଓ ୨୦୧୬ରେ ସାକ୍ଷୀ ମଲ୍କିକ (ବ୍ରୋଞ୍ଜ) ଭାରତ ପାଇଁ ପଦକ ଜିତିଥିଲେ। ସେ ୨୦୧୯ରେ ବିଶ୍ୱ ଚାମ୍ପିୟନଶିପ୍ରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିବା ସହ ଟୋକିଓ ଅଲିମ୍ଫିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।