ଅର୍ଗସ ବ୍ୟୁରୋ: ବିଳମ୍ବିତ ରାତିରେ କର୍ଣ୍ଣାଟକର ଶିବମୋଗ୍ଗା ଜିଲ୍ଲାରେ ଡିନାମାଇଟ ବିସ୍ଫୋରଣ ଘଟି 8 ଜଣଙ୍କ ମୃତ୍ୟୁ ଘଟିଛି । ହୁନାସୋଡୁ ଗ୍ରାମ ପାଖରେ ଥିବା ଏକ ରେଳବାଇ କ୍ରସର ପରିସରରେ ଏହି ଡିନାମାଇଟ ବିସ୍ଫୋରଣ ଘଟିଛି ।
ଏହି ପ୍ରଚଣ୍ଡ ବିସ୍ଫୋରଣରେ କେବଳ ଶିବମୋଗ୍ଗା ନୁହେଁ ନିକଟବର୍ତ୍ତୀ ଚିକ୍କମାଗଲୁରୁ ଏବଂ ଦବନଗେରେ ଜିଲ୍ଲା ମଧ୍ୟ ଦୋହଲି ଯାଇଥିବା କୁହାଯାଉଛି। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏହି ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ, ବହୁ ଘରର ଝରକା କାଚ ଭାଙ୍ଗି ଚୂନା ହୋଇଯାଇଥିବା ବେଳେ ରାସ୍ତାଘାଟରେ ଫାଟ ମଧ୍ୟ ସୃଷ୍ଟି ହୋଇଛି।
ଏହା ଭୂମିକମ୍ପ ନୁହେଁ, ଗ୍ରାମୀଣ ଥାନା ଅନ୍ତର୍ଗତ ଶିବମୋଗ୍ଗା ଉପକଣ୍ଠସ୍ଥିତ ହୁନସୁରରେ ଘଟିଥିବା ଏକ ବିସ୍ଫୋରଣର ଶବ୍ଦ। ତେବେ ବିସ୍ଫୋରକ ଯାଉଥିବା ଏକ ଲରି ଟ୍ରକରେ ଏହି ବିସ୍ଫୋରଣ ଘଟିଛି। ସେ ଟ୍ରକରେ ଥିବା ଛଅଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଆଖପାଖ ଅଞ୍ଚଳରେ ଏହି ବିସ୍ଫୋରଣ ସୃଷ୍ଟ କମ୍ପନ ଅନୁଭୂତ ହୋଇଥିଲା। ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧିପାଇ ପାରେ ବୋଲି ସନ୍ଦେହ କରାଯାଉଛି ।