୨୦୧୭ରେ ସାମନ୍ଥା ରୁଥ୍ ପ୍ରଭୁଙ୍କୁ ବିବାହ କରିଥିଲେ ନାଗା . ଏହା ପୂର୍ବରୁ ଦୁହେଁ ଦୁହିଁଙ୍କୁ କିଛିବର୍ଷ ଧରି ଡେଟ୍ କରିଥିଲେ. ଏହାପରେ ପରେ ୨୦୨୧ରେ ଉଭୟଙ୍କର ଛାଡପତ୍ର ହୋଇଥିଲା. ଯାହାକୁ ନେଇ ମଧ୍ୟ ଚର୍ଚ୍ଚାରେ ଥିଲେ ନାଗା ଏବଂ ସାମନ୍ଥା . ଏବେ ଛାଡପତ୍ର ପରେ ନାଗା ଦ୍ବତୀୟ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳୁଛି. ତେବେ ସେ ଝିଅ ଗ୍ଲାମରସ ଦୂନିଆରୁ ଦୂରରେ ଥିବା ଜଣାପଡିଛି. ଜଣେ ବ୍ୟବସାୟୀ ପରିବାରର ଝିଅଙ୍କୁ ବିବାହ କରିବେ ବୋଲି ସୂଚନା ମିଳିଛି. ଚଳିତବର୍ଷ ଶେଷକୁ ସେ ବିବାହ ବନ୍ଧନରେ ବାନ୍ଧିହେବେ . ହେଲେ ଏ ପର୍ଯ୍ୟନ୍ତ ସେ ଝିଅ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି .
ତେବେ ଛାଡପତ୍ର ପରେ ନାଗା ଅଭିନେତ୍ରୀ ଶୋଭଇତା ଧୂଲିପାଲାଙ୍କୁ ଡେଟ କରୁଥିବା ଚର୍ଚ୍ଚା ହେଉଥିଲା. ଯଦି ତାଙ୍କ ଫିଲ୍ମ କ୍ଯାରିଅର କଥା କୁହାଯାଏ, ତେବେ ନାଗା ୨୦୦୯ରୁ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ. ଏହାପରେ ପରେ ସେ ଅନେକ ସିନେମା ଦର୍ଶକଙ୍କୁ ଭେଟି ଦେଇଥିଲେ. ଶେଷଥର ପାଇଁ ତାଙ୍କୁ କଷ୍ଟଡି ଫିଲ୍ମରେ ଦେଖିବାକୁ ମିଳିଥିଲା.