କୋଭିଡ ନିୟମ ଉଲଂଘନ ହେଲେ ବଜାର ସିଲ୍ ହେବ ବୋଲି ପୂର୍ବରୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଜିଲ୍ଲା ପ୍ରଶାସନ ଅନୁଯାୟୀ, ଯେଉଁ ବଜାରରେ ସାମାଜିକ ଦୂରତା ଅନୁସରଣ କରାଯାଉ ନାହିଁ କିମ୍ବା ଗ୍ରାହକମାନେ ମାସ୍କ ବ୍ୟବହାର କରୁ ନାହାନ୍ତି ସେଠାରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯିବ।
ଦିଲ୍ଲୀରେ ପୁଣି 6,746 ଟି ନୂତନ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ 121 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ 6,154 ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଶନିବାର ଦିନ ଦିଲ୍ଲୀରେ 5,879 ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 111 ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ନଭେମ୍ବର 21ରେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ ବ୍ୟବସାୟୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ସରକାର ବଜାର ବନ୍ଦ କରିବାକୁ ଇଚ୍ଛା କରୁନାହାଁନ୍ତି। ତେବେ ଯେଉଁ ବଜାରରେ କରୋନା ଗାଇଡଲାଇନର ଉଲ୍ଲଂଘନ କରାଯାଉଛି ତାହା ସାମୟିକ ଭାବେ ସିଲ୍ କରାଯିବ ବୋଲି ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି।
(ଫଟୋ ସୌଜନ୍ୟ- ଗୁଗୁଲ)