ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅର୍ଦ୍ଧ ସୈନିକ ବଳରେ ମଧ୍ୟ ବଡ ସଂଖ୍ୟାରେ ନିଯୁକ୍ତି ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ କର୍ମଯୋଗୀ ପ୍ରାରମ୍ଭ ମୋଡ୍ୟୁଲ୍ ଲଞ୍ଚ୍ କରିବେ । ଏହା ଅନଲାଇନ୍ ଓରିଏନଟେସନ କୋର୍ସ ହେବ, ଯାହାରି ଆଧାରରେ କେନ୍ଦ୍ର ସରକାର ସମସ୍ତ ବିଭାଗରେ ନୂତନ ନିଯୁକ୍ତି ପାଉଥିବା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବେ । ଏହି ମୋଡ୍ୟୁଲ୍ ଜରିଆରେ କର୍ମଚାରୀଙ୍କୁ କୋଡ୍ ଅଫ କଣ୍ଡକ୍ଟ ଏବଂ ଓ୍ଵାର୍କପ୍ଲେସ୍ ଏଥିକ୍ସ ବିଷୟରେ ସୂଚନା ଦିଆଯିବ । ନିର୍ବାଚନ ପ୍ରକ୍ରିୟା ସରିନଥିବାରୁ ଗୁଜରାଟ ଏବଂ ହିମାଚଳ ପ୍ରଦେଶକୁ ବାଦ୍ ଦେଇ ସମଗ୍ର ଦେଶରେ ୪୫ଟି ସ୍ଥାନରେ ନିଯୁକ୍ତି ପତ୍ର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଅକ୍ଟୋବର ୨୨ରେ ରୋଜଗାର ମେଳାର ଶୁଭାରମ୍ଭ କରିଥିଲେ ।
ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଦେଶର ୭୧ ହଜାର ଆଶାୟୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ୧୮ ମାସ ଭିତରେ କେନ୍ଦ୍ରୀୟ ବିଭାଗଗୁଡିକରେ ୧୦ ଲକ୍ଷ ନିଯୁକ୍ତି ଦେବାକୁ ଘୋଷଣ କରିଥିଲେ । କେନ୍ଦ୍ର ସରକାରଙ୍କ ରୋଜଗାର ମେଳା ସ୍କିମ ଆଧାରରେ ଏହି ନିଯୁକ୍ତି ପତ୍ର ଦିଆଯିବ । ରୋଜଗାର ମେଳା ଜରିଆରେ ରୋଜଗାର ସୁଯୋଗ ସୃଷ୍ଟି କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଉଛନ୍ତି । ରୋଜଗାର ମେଳା ସ୍କିମ ଆଧାରରେ ଅଧ୍ୟାପକ, ପ୍ରଧ୍ୟାପକ, ନର୍ସିଂ ଅଫିସର, ନର୍ସ, ଡାକ୍ତର, ରେଡିଓଗ୍ରାଫର୍ସ, ଫାର୍ମାସିଷ୍ଟମ ଏବଂ ଅନ୍ୟ ବୈଷେୟିକ ଏବଂ ପାରା ମେଡିକାଲ୍ର ୭୧ ହଜାର ପଦରେ ନିଯୁକ୍ତି ଦିଆଯିବ ।
Download Argus News App
