ସେହିପରି କେନ୍ଦ୍ରୀୟ କର୍ମଚାରୀଙ୍କୁ ମଧ୍ୟ ମିଳିଛି ପୂଜା ଭେଟି । ସେମାନଙ୍କର ଡିଏ ବା ମହଙ୍ଗା ଭତ୍ତା 4 ପ୍ରତିଶତ ବୃଦ୍ଧି କରିବା ନିଷ୍ପତି ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ । ଏଥିସହ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା 34 ପ୍ରତିଶତରୁ ବଢି 38 ପ୍ରତିଶତରେ ପହଞ୍ଚିଛି । ପୂର୍ବରୁ ମାର୍ଚ୍ଚ ମାସରେ ମଧ୍ୟ 3 ପ୍ରତିଶତ ଡିଏ ବୃଦ୍ଧି କରିଥିଲେ ମୋଦି ସରକାର। ଏହି ନିଷ୍ପତି ଦ୍ବାରା ରାଜକୋଶ ଉପରେ ବାର୍ଷିକ 12852 କୋଟି ଟଙ୍କାର ବୋଝ ପଡ଼ିବ । ଜୁଲାଇ 2022ରୁ ପଛିଲା ଭାବେ ଲାଗୁହେବ ଏହି ବର୍ଦ୍ଧିତ ଡିଏ ।
ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ 11 ରେଲୱେ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି ମୋଦି ସରକାର । ସେମାନଙ୍କୁ ମିଳିବ 78 ଦିନର ବୋନସ୍ । ଏହି ନିଷ୍ପତିକୁ ମଞ୍ଜୁରୀ ଦେଇଛି ଆର୍ଥିକ ବ୍ୟାପାର ସମ୍ପର୍କିତ କେନ୍ଦ୍ରୀୟ ସମିତି ବା ସିସିଇଏ । ରେଲୱେ କର୍ମଚାରୀଙ୍କୁ ମିଳିବାକୁ ଥିବା ଏହି ବୋନସ ବାବଦକୁ କେନ୍ଦ୍ର ସରକାରଙ୍କ ଉପରେ ପ୍ରାୟ 2 ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବାବଦକୁ କେନ୍ଦ୍ର ସରକାର ପ୍ରାୟ 1 ଲକ୍ଷ 44 ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାର୍ଚ୍ଚ ମାସରେ ମଧ୍ୟ 6 ମାସ ପାଇଁ ଏହି ଯୋଜନାର ଅବଧି ବଢ଼ାଯାଇଥିଲା । ଓଡ଼ିଶାରୁ ଏହି ଯୋଜନାରେ 3 କୋଟି 25 ଲକ୍ଷ ହିତାଧିକାରୀ ମାଗଣା ରାସନ ପାଉଛନ୍ତି ।
ଭାରତ ଖବର ଆହୁରି ପଢ଼ନ୍ତୁ ।