ଏଥସହିତ କ୍ୟାବିନେଟରେ 13 ଜଣ ଓକିଲ, ୬ ଜଣ ଡାକ୍ତର, ପାଞ୍ଚ ଜଣ ଇଞ୍ଜିନିୟର ରହିବେ। କ୍ୟାବିନେଟରେ ଯୁବକମାନଙ୍କୁ ସ୍ଥାନ ଦେବା ପାଇଁ ଚେଷ୍ଟା କରାଯାଇଛି। ସେଠାରେ 14 ଜଣ ମନ୍ତ୍ରୀ ରହିବେ ଯାହାର ବୟସ 50 ବର୍ଷରୁ କମ୍ ହୋଇଥିବ। ମୋଦିଙ୍କ ନୂତନ କ୍ୟାବିନେଟରେ ଚାରିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ 18 ଜଣ ପୂର୍ବତନ ରାଜ୍ୟ ମନ୍ତ୍ରୀ ରହିବେ। ଏଥି ସହିତ 39 ପୂର୍ବତନ ବିଧାୟକ ମଧ୍ୟ କ୍ୟାବିନେଟରେ ସ୍ଥାନ ପାଇବେ। ଏପରି 23 ଜଣ ସାଂସଦ ମଧ୍ୟ ଅଛନ୍ତି ଯେଉଁମାନେ ତିନି କିମ୍ବା ତାଠାରୁ ଅଧିକ ଥର ଜିତିଥିବେ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ କ୍ୟାବିନେଟ କ’ଣ ହେବ ତାହାର ଏକ ବ୍ଲୁ ପ୍ରିଣ୍ଟ ସାମ୍ନାକୁ ଆସିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଚାରିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମୋଦିଙ୍କ ନୂତନ କ୍ୟାବିନେଟରେ ସ୍ଥାନ ପାଇବାକୁ ଯାଉଛନ୍ତି।

ଅର୍ଗସ ବ୍ୟୁରୋ : ଇଣ୍ଟର କଣ୍ଟିନେଣ୍ଟାଲ କପ 2023। ବିଜୟ ସହ ଅଭିଯାନ ଆରମ୍ଭ କରିଲା ଆୟୋଜକ ଭାରତ। ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଗତକାଲିର ମ୍ୟାଚରେ ମଙ୍ଗୋଲିଆକୁ 2-0 ଗୋଲରେ ହରାଇଛି ଭାରତ। ମ୍ୟାଚର ଆରମ୍ଭରୁ ଭାରତ ଦମଦାର ପ୍ରଦର୍ଶନ କରିବା ସହ ମାତ୍ର ଦୁଇ ମିନିଟରେ ଗୋଲ ସ୍କୋର କରିଥିଲା। ସାହାଲ ଅବଦୁଲ ସମଦ ମ୍ୟାଚର 2 ମିନିଟରେ ପ୍ରଥମ ଗୋଲ ଦେଇ ଭାରତକୁ 1-0 ଗୋଲରେ ଅଗ୍ରଣୀ ଲାଭ କରାଇଥିଲେ।
ସେହିପରି ମ୍ୟାଚର 15 ମିନିଟରେ ଲାଲିନଜୁଲା ଛାଣ୍ଟେ ଗୋଲ ସ୍କୋର କରିବା ସହ ଭାରତକୁ 2-0 ରେ ଅଗ୍ରଣୀ ହାସଲ କରାଇଥିଲେ। ମ୍ୟାଚର ଦ୍ଵିତୀୟ ହାଲ୍ଫରେ ମଙ୍ଗୋଲିଆ ଦଳ ଦମଦାର ପ୍ରଦର୍ଶନ କରିବା ସହ ଭାରତକୁ ଆଉ ଅଧିକ ଗୋଲ ଦେବାକୁ ରୋକିଥିଲା। ଦ୍ଵିତୀୟ ହାଲ୍ଫରେ ଭାରତୀୟ ଖେଳାଳିଙ୍କୁ ଏକାଧିକ ସୁଯୋଗ ମିଳିଥିଲେ ମଧ୍ୟ ଗୋଲ ସ୍କୋର କରିବାରେ ସଫଳ ହୋଇନଥିଲେ। ପରବର୍ତୀ ମ୍ୟାଚରେ ଜୁନ 12 ତାରିଖରେ ଭାନୁଆଟୁକୁ ଭେଟିବ ଭାରତ।
ଅଧିକ ପଢନ୍ତୁ ଖେଳ ଖବର

ଅର୍ଗସ ବ୍ୟୁରୋ : ଭାରତ-ଅଷ୍ଟ୍ରେଲିଆ WTC ଫାଇନାଲ୍ । ୨୯୬ ରନରେ ଅଷ୍ଟ୍ରେଲିଆ ଆଗୁଆ । ତୃତୀୟ ଦିନରେ ୨୯୬ ରନ୍ରେ ଭାରତ ଅଲ୍ ଆଉଟ୍ । ସମ୍ମାନ ରଖିଲେ ରାହାଣେ-ଶାର୍ଦୁଳ । ଆଜି ଚତୁର୍ଥ ଦିନରେ ଭାରତକୁ ଚ୍ୟାଲେଞ୍ଜ । ତୃତୀୟ ଦିନର ଖେଳ ସରିଥିବା ବେଳେ ଭାରତ ବ୍ୟାକଫୁଟ୍ରେ ରହିଛି। ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍ ହରାଇ ୧୨୩ ରନ କରିଛି।
ଏଥିସହ କଙ୍ଗାରୁ ଦଳ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ୨୯୬ ରନ ଆଗରେ ରହିଛି। କ୍ରିଜରେ ମାର୍ନସ ଲାବୁସେନ ୪୧ ଏବଂ କ୍ୟାମେରୁନ ଗ୍ରୀନ ୭ ରନ କରି ଅପରାଜିତ ଅଛନ୍ତି। ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ୨୯୬ ରନରେ ଅଲଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୬୯ ରନ କରିଥିଲା।
ଅଧିକ ପଢନ୍ତୁ ଖେଳ ଖବର

ଅର୍ଗସ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ଼୍ଡ ଟ୍ରମ୍ପଙ୍କ ଉପରେ ଆଉ ଏକ ଆପରାଧିକ ମାମଲା ରୁଜୁ କରାଯାଇଛି । 2021 ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ କ୍ଲାସିଫାଏଡ ଡକ୍ୟୁମେଣ୍ଟ ଘରକୁ ନେଇ ଯିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତାଙ୍କ ବିରାଧରେ ସାତୋଟି ଅଭିଯୋଗ କରାଯାଇଛି । ଆଗାମୀ 13 ତାରିଖ ତିନ ମିଆମୀର ଫେଡେରାଲ କୋର୍ଟରେ ତାଙ୍କୁ ଅପରାହ୍ନ 3ଟାରେ ହାଜର ହେବାକୁ କୁହାଯାଇଛି ।
ଏହା ପୂର୍ବରୁ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ଏକ ପର୍ନ ଷ୍ଟାରଙ୍କୁ ଅର୍ଥ ଦେଇ ଚୁପ କରାଇବା ମାମଲାରେ କ୍ରିମିନାଲ କେସ ରୁଜୁ ହୋଇଥିଲା । ଏହି ମାମଲାରେ ତାଙ୍କ ବିରୋଧରେ 34 ଟି ଅଭିଯୋଗ ଲଗାଯାଇଥିଲା । ହେଲେ ଏବେ ଫେଡେରାଲ କୋର୍ଟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରି ନାହାନ୍ତି ଯେ ଟ୍ରମ୍ପଙ୍କ ଉପରେ କେଉଁ କେଉଁ ଅଭିଯୋଗ ନିର୍ଦ୍ଧାରିତ କରାଯାଇଛି।
ଅନ୍ୟ ପକ୍ଷରେ କ୍ଲାସିଫାଏଡ ଡକ୍ୟୁମେଣ୍ଟ ଗୁଡିକୁ ଘରକୁ ନେଇ ଯିବା ଅଭିଯୋଗକୁ ଟ୍ରମ୍ପ ଭିତ୍ତିହୀନ ବୋଲି କହିଛନ୍ତି । ଟ୍ରମ୍ପଙ୍କ ଓକିଲ ଜିମ ଟ୍ରଷ୍ଟି ଏ ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ଗୁଇନ୍ଦା ଆକ୍ଟ ଅନୁଯାୟୀ ଅଭିଯୋଗ ଅଣାଯାଇଛି । ଏହା ବାଦ ତାଙ୍କ ବିରୋଧରେ ଷଡଯନ୍ତ୍ର କରିବା, ମିଥ୍ୟା ବକ୍ତବ୍ୟ ପ୍ରଦାନ କରିବା, ନ୍ୟାୟରେ ବାଧା ସୃଷ୍ଟି କରିବା, ରେକର୍ଡକୁ ଡିଷ୍ଟଟ୍ରାକ କରିବା ଓ ମିଥ୍ୟା ଡକ୍ୟୁମେଣ୍ଟ ତିଆରି କରିବା ଆଦି ଅଭିଯୋଗ ମଧ୍ୟ ଅଣା ଯାଇଛି ।
ଏହା ପୂର୍ବରୁ ବୁଧବାର ଟ୍ରମ୍ପଙ୍କ ଓକିଲଙ୍କୁ ସୂଚନା ଦିଆଯାଇଥିଲା ଯେ ସେ ସିକ୍ରେଟ ଫାଇଲ ଗୁଡିକୁ ଘରକୁ ନେଇ ଯିବା ମାମଲାରେ ସେ ଯାଞ୍ଚର କେନ୍ଦ୍ର ବିନ୍ଦୁରେ ଅଛନ୍ତି । କିଛି ଦିନ ପୂର୍ବରୁ ଟ୍ରମ୍ପଙ୍କ ଓକିଲ ମାନେ କେସ ବିଷୟରେ ଆଲୋଚନା କରିବାକୁ ଜଷ୍ଟିସ ଡିପାର୍ଟମେଣ୍ଟର ଅଧିକାରୀ ମାନଙ୍କୁ ଭେଟିଥିଲେ ।
ତେବେ ଏହି ମାମଲାରେ ପ୍ରଥମ ଥର ପାଇଁ ଟ୍ରମ୍ପ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ କହିଛନ୍ତି ଯେ ମୁଁ ନିର୍ଦୋଷ। ମୋ ବିରୁଦ୍ଧରେ ମାମଲା ରୁଜୁ ହେବା ନେଇ ସୂଚନା ମୋତେ ଜଷ୍ଟିସ ଡିପାର୍ଟମେଣ୍ଟରୁ ମିଳିଲା । ବାଉଡେନଙ୍କ ଦୁର୍ନୀତିଗ୍ରସ୍ତ ସରକାର ମୋ ଓକିଲ ମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ 2021 ମସିହାରେ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ନିର୍ବାଚନ ହାରି ଯାଇଥିଲେ । ତାଙ୍କ ବିରୁଦ୍ଧରେ ଅଭିଯୋଗ ଅଣାଯାଇଥିଲା ଯେ ହ୍ୱାଇଟ ହାଉସରୁ ଅନେକ କ୍ଲାସିଫାଏଡ ଡକ୍ୟୁମେଣ୍ଟକୁ ସେ ଫ୍ଲୋରିଡା ସ୍ଥିତ ତାଙ୍କର ଘରକୁ ସେ ନେଇଯାଇଥିଲେ ।
ଅଧିକ ପଢ଼ନ୍ତୁ ବିଦେଶ ଖବର
