ଏହି ରୋଡ୍ ଶୋ ରେ ମୋଦି ୫୦ କିଲୋମିଟର ରାସ୍ତା ଅତିକ୍ରମ କରିବା ସହ ୧୬ ଟି ବିଧାନସଭା କ୍ଷେତ୍ରରେ ଭୋଟରମାନଙ୍କ ନିକଟତର ହୋଇଛନ୍ତି । କୌଣସି ରାଜନେତାଙ୍କ ଦ୍ବାରା କରା ଯାଇଥିବା ଏହା ଦେଶର ସବୁଠୁ ଲମ୍ବା ଶୋ ବୋଲି ଜଣାପଡ଼ିଛି । ଏତେ ଲମ୍ବା ରାସ୍ତାର ଉଭୟ ପାର୍ଶ୍ବରେ ଠିଆ ହୋଇ ବିପୁଳ ସଂଖ୍ୟାରେ ଜନସାଧାରଣ ମୋଦିଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ଦ୍ବିତୀୟ ପର୍ଯ୍ୟାୟ ପାଇଁ ଜୋର ଧରିଛି ପ୍ରଚାର ଅଭିଯାନ

ଅର୍ଗସ ବ୍ୟୁରୋ : ୫୦ କିଲୋମିଟର ରାସ୍ତା, ୧୬ ଟି ବିଧାନସଭା କ୍ଷେତ୍ର । ଗୁଜୁରାଟରେ ମୋଦିଙ୍କ ସବୁଠାରୁ ଲମ୍ବା ରୋଡ୍ ଶୋ । ଆଜି ପ୍ରଥମ ପର୍ଯ୍ୟାୟର ମତଦାନ ଶେଷ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଜୋର ଧରିଛି ପ୍ରଚାର ଅଭିଯାନ । ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ସଭାରେ ଯୋଗ ଦେବାସହ ସାମିଲ ହୋଇଛନ୍ତି ଦେଶର ସବୁଠୁ ବଡ଼ ରୋଡ୍ ଶୋରେ ।
Download Argus News App
