ଅର୍ଗସ ବ୍ୟୁରୋ : ଲକଡାଉନ ସମୟରେ ଦେଶର ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭର ଭାରତ ଗଠନ କରିବାକୁ ଆହ୍ଵାନ ଦେଇଛନ୍ତି। ସେ ଲୋକାଲକୁ ଗ୍ଲୋବାଲ କରିବାକୁ ଆହ୍ଵାନ ଦେଇଛନ୍ତି। ତେବେ ଏହି ଆତ୍ମନିର୍ଭର ଭାରତ ଥିମରେ 211 ଜଣ କଳାକାର ଏକ ସୁନ୍ଦର ଗୀତ ଗାଇଛନ୍ତି। ଏହି ଗୀତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ୍ ପ୍ରଶଂସା କରିଛନ୍ତି।
ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର ଏନେଇ ଟ୍ଵିଟ୍ କରିଛନ୍ତି ଯେ, ନମସ୍କାର, ଆଇଏସଆରଏର ବହୁ ଗୁଣି 211 କଳାକାରମାନେ ଆତ୍ମନିର୍ଭର ଭାରତ ଭାବନାକୁ ପ୍ରେରିତ କରି ଏହି ଗୀତକୁ ନିର୍ମାଣ କରିଛନ୍ତି। ଯାହାକୁ ଆମେ ଆମର ଦେଶବାସୀ ଏବଂ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଅର୍ପଣ କରୁଛୁ। ଜୟତୁ ଭାରତମ୍, ସେ ଏହି ଗୀତର ଲିଙ୍କ୍ ମଧ୍ୟ ସେୟାର କରିଛନ୍ତି।
नमस्कार.हमारे ISRA के बहुत गुणी २११ कलाकारोंने एक होकर आत्मनिर्भर भारत की भावना से प्रेरित इस गीत का निर्माण किया है ,जो पूरे भारत की जनता को और हमारे आदरणीय प्रधानमंत्री नरेंद्रभाई मोदीजी को हम अर्पण करते हैं.जयतु भारतम् @narendramodi ,@SangeetSetuIn https://t.co/qixHaq0AV2
— Lata Mangeshkar (@mangeshkarlata) May 17, 2020
ତେବେ ଲତାଙ୍କ ଏହି ଟ୍ଵିଟରେ ପ୍ରଧାନମନ୍ତ୍ରୀ ଉତ୍ତର ଦେଇ ଲେଖିଛନ୍ତି ଯେ, ଏହି ଗୀତ ସମସ୍ତଙ୍କୁ ପ୍ରେରଣା ଏବଂ ଉତ୍ସାହ ଦେବ। ଏଥିରେ ଆତ୍ମନିର୍ଭର ଭାରତ ପାଇଁ ସୁରରେ ସଜ୍ଜା ଉଦଘୋଷ ରହିଛି।
यह गीत हर किसी को उत्साहित और प्रेरित करने वाला है। इसमें आत्मनिर्भर भारत के लिए सुरों से सजा उद्घोष है। https://t.co/N6qy4BaCfI
— Narendra Modi (@narendramodi) May 17, 2020
ଅର୍ଗସ ବ୍ୟୁରୋ: ଜାତମୁଣ୍ଡିଆ ସୁବର୍ଣ୍ଣପୁର ବ୍ରିଜ ଉପରେ ବସ ଝୁଲିରହିଛି । ବସଟି ଅନୁଗୁଳରୁ ଭୁନେଶ୍ୱର ଯାଉଥିଲା। ଏହି ସମୟରେ ବସଟି ବ୍ରିଜ ତଳକୁ ଖସିବାରେ ଲାଗିଲା। ଭଗବାନଙ୍କ କୃପାରୁ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ। ବସଟି ସମ୍ପୂର୍ଣ୍ଣ ଭାବରେ ନଖସି ଅଧାରେ ଝୁଲିରହିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବସରୁ ବାହାରି ଆସିଛନ୍ତି। ପରେ ସମସ୍ତେ ପହଞ୍ଚି ଗାଡିକୁ ବାହାର କରିବା ପାଇଁ ଲାଗିପଡିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନବରଙ୍ଗପୁର : ପୁଣି ଓଡିଶା ମୁହାଁ ହୋଇଛନ୍ତି ଛତିଶଗଡ଼ ହାତୀପଲ । ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ରେ ଛତିଶଗଡ଼ ଉଦନ୍ତୀ ସୀତା ଅଭାୟରଣ୍ୟ ହାତୀପଲ ଓଡ଼ିଶା ଜଙ୍ଗଲ ମଧ୍ୟକୁ ଆସି ଉପଦ୍ରବ କରିଛନ୍ତି । ନବରଙ୍ଗପୁର ଓ ଛତିଶଗଡ ସୀମାନ୍ତ କୁନ୍ଦେଇ ଏବଂ ଖଲାରୀ (ଛତିଶଗଡ) ମଝିରେ ଥିବା ଜଙ୍ଗଲରେ ଛତିଶଗଡ଼ ରୁ ୩୦ ରୁ ୪୦ ହାତୀପଲ ପସିଆସିଥିବା ସୂଚନା ମିଳିଛି ।
ଅଧିକ ପଢନ୍ତୁ : ଗାଁ ମୁଣ୍ଡରେ ହାତୀପଲ
ହାତୀ ପଲ ପଶି ଆସିଥିବାରୁ ସ୍ଥାନୀୟ ଅଞ୍ଚଳର ମକା ଚାଷୀ ଏବଂ ଗ୍ରାମବାସୀ ଭୟଭୀତ ହୋଇ ରହିଛନ୍ତି । ହାତୀପଲ ଦିନରେ ଜଙ୍ଗଲ ମଧ୍ୟରେ ରହୁଛନ୍ତି ରାତି ହେଲେ ମକା କ୍ଷେତ ମଧ୍ୟକୁ ଆସୁଛନ୍ତି ଏବଂ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ବେଳେ କୁନ୍ଦେଇ ବନ ବିଭାଗ ହାତୀପଲ ଉପରେ ନଜର ରଖିବା ସହ ଗ୍ରାମବାସୀ ଙ୍କୁ ହାତୀପଲ ର ଅତି ନିକଟତର ନ ହେବାକୁ ସଚେତନ କରୁଛନ୍ତି ।
ଅର୍ଗସ ବ୍ୟୁରୋ: ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନୁରାଗ ଠାକୁର । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଦଳୀୟ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପ୍ରେସମିଟ୍ କରିବେ ଦୁଇ କେନ୍ଦ୍ରମନ୍ତ୍ରୀ । ଉତ୍କଳ ବିଶ୍ବବିଦ୍ୟାଳୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଆୟୋଜିତ ‘‘ମୋ ମାଟି ମୋ ଦେଶ’’ କାର୍ଯ୍ୟକ୍ରମରେ ସାମିଲ୍ ହେବେ ।
ଅପରାହ୍ନରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ଦୈନିକ ସମ୍ବାଦପତ୍ର ‘ସମ୍ବାଦ’ର ୪୦ ବର୍ଷ ପୂର୍ତ୍ତି ସମାରୋହରେ ଅତିଥି ଭାବେ ଯୋଗ ଦେବେ । ଅନ୍ୟପଟେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେବାକୁ ଥିବା ଓଡ଼ିଆ ଦୈନିକ ‘ପ୍ରଜାତନ୍ତ୍ର’ର ପ୍ରଥମ ପ୍ରକାଶନର ଶତବାର୍ଷିକୀ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: