ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ୪୯ ତମ ଜନ୍ମଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଟ୍ଇଟ୍ କରି ରାହୁଲ ଗାନ୍ଧିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ‘ରାହୁଲ ଗାନ୍ଧିଙ୍କୁ ତାଙ୍କ ଜନ୍ମ ଦିନରେ ଅନେକ ଶୁଭକାମନା । ଭଗବାନ ତାଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଲମ୍ବା ଆୟୁ ଦିଅନ୍ତୁ ।’
Best wishes to Shri @RahulGandhi on his birthday. May he be blessed with good health and a long life.
— Narendra Modi (@narendramodi) June 19, 2019
କହିରଖୁଛୁ, ଆଜି ରାହୁଲ ଗାନ୍ଧିଙ୍କ ଜନ୍ମଦିନ ଉପଲକ୍ଷେ ୟୁଥ୍ କଂଗ୍ରେସ ଦେଶବ୍ୟାପୀ କାର୍ଯ୍ୟକ୍ରମ କରିବ । ଅନ୍ୟପଟେ ନିଜେ ରାହୁଲ ଗାନ୍ଧି କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ନେତାଙ୍କୁ ସାକ୍ଷାତ କରିବେ ।
On Congress President @RahulGandhi's birthday, we look back at five moments when he inspired Indians everywhere. #HappyBirthdayRahulGandhi pic.twitter.com/Clj0gJ6kqj
— Congress (@INCIndia) June 19, 2019
ସୂଚନାଯୋଗ୍ୟ, ରାହୁଲ ଗାନ୍ଧିଙ୍କ ଜନ୍ମ ୧୯ ଜୁନ ୧୯୭୦ରେ ହୋଇଥିଲା । ୨୦୦୪ରେ ଆମେଥିରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ରାହୁଲ । କହିବାକୁ ଗଲେ ରାହୁଲଙ୍କ ରାଜନୈତିକ ଯାତ୍ରା ୨୦୦୪ରୁ ଆରମ୍ଭ ହୋଇଛି । ପରେପରେ ୨୦୦୯ ଏବଂ ୨୦୧୪ରେ ମଧ୍ୟ ଆମେଥିରୁ ସାଂସଦ ହେଲେ ରାହୁଲ । କିନ୍ତୁ ୨୦୧୯ରେ ଆମେଥିରେ ହାରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।
ଚଳିତ ଥର କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ରାହୁଲ ଜିଦ ଧରିଥିଲେ । କିନ୍ତୁ ଏଥିରେ ପାର୍ଟି ରାଜି ହୋଇ ନଥିଲା । ପରବର୍ତ୍ତୀ ସମୟରେ ଏକ ମାସ ଅଲ୍ଟିମେଟମ୍ ଦେଇଛନ୍ତି ରାହୁଲ । ଗୋଟିଏ ମାସ ଭିତରେ ତାଙ୍କର ବିକଳ୍ପ ଖୋଜିବାକୁ କହିଛନ୍ତି ରାହୁଲ ଗାନ୍ଧି ।
ଅର୍ଗସ ବ୍ୟୁରୋ : ରାୟଗଡା ଜିଲ୍ଲା ଗୁଣୁପୁର ଗଜପତି ସୀମାନ୍ତରେ ବାଘ ଆତଙ୍କ । କିଛ ଦିନ ଧରି ମହାବଳ ବାଘକୁ ନେଇ ଏହି ଅଞ୍ଚଳରେ ଆତଙ୍କ ଲାଗି ରହିଛି । ଗଜପତି ଜିଲ୍ଲାରେ କିଛି ଦିନ ଧରି ଆର, ଉଦୟଗିରି ଅଞ୍ଚଳରେ ଏହି ବାଘର ଆତଙ୍କ ଦେଖାଦେଇଛି । ଗଜପତି ବନ ବିଭାଗ ଏହି ବାଘକୁ ନେଇ ଜଙ୍ଗଲର ବିଭିନ୍ନ ସ୍ଥାନରେ ଟ୍ରାପ୍ କ୍ୟାମରା ଲଗାଇଥିବା ବେଳେ କ୍ୟାମେରାରେ ଫଟୋ କଏଦ୍ ହୋଇଥିବା ସୁଚନା ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସୋମବାର ସଂନ୍ଧ୍ୟାରେ ଏହି ମହାବଳ ବାଘ ଗଜପତିର ଆର୍ ଉଦୟଗିରି ସୀମା ଡେଇଁ ରାୟଗଡା ଜିଲ୍ଲାର ସୀମାନ୍ତ ମଧ୍ୟରେ ପ୍ରବେଶ କରିଥିବା ଗଜପତି ବନ ବିଭାଗ ଅନୁମାନ କରିଛି । ଗୁଣୁପୁର ରେଞ୍ଜ ବନ ବିଭାଗ ସୁଚନା ପାଇବା ପରେ ରାୟଗଡା ଓ ଗଜପତି ସୀମାରେ ଥିବା ପଦ୍ମପୁରର ଡଲମା, ତବଲାଗୁଡା,ତର୍ପାଗୁଡା, ଲିକିଟିପଦର ପାହାଡିଆ ଅଞ୍ଚଳରେ ଥିବା ଗ୍ରାମ ଗୁଡିକୁ ସଜାଗ କରାଇଛି ବନବିଭାଗ ।
ଅର୍ଗସ ବ୍ୟୁରୋ: ଚୀନରେ ବ୍ୟାପୁଥିବା ନିମୋନିଆକୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ କରିବା ପରେ ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ସର୍ଭେଲାନ୍ସ ବଢ଼େଇବା ସହ ପ୍ରତି ଜିଲ୍ଲାରେ କୋଭିଡ ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସ୍ଥାନରେ ଯଦି ଏକ ସାଙ୍ଗରେ ଅନେକ ରୋଗାକ୍ରାନ୍ତ ହୁଅନ୍ତି ତେବେ ମାସ୍ ଟେଷ୍ଟ କରାଯିବ । ଏନେଇ ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ କରିବାକୁ କୁହାଯାଇଛି ।
ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ରହିଛି ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ଓ ଟେଷ୍ଟିଙ୍ଗ ଟ୍ରିଟମେଣ୍ଟ କରିବାକୁ କୁହାଯାଇଛି।
ଯଦିଓ ଏ ଭାଇରସ H9N2 ନୂଆ ନୁହେଁ କିନ୍ତୁ ଆମ ରାଜ୍ୟରେ ଏଯାଏଁ ଏହା ଚିହ୍ନଟ ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆରଏମଆରସି ତଥ୍ୟ ଅନୁଯାୟୀ ଥଣ୍ଡା, କାଶ, ଛିଙ୍କ କୌଣସି ନୂଆ ଭାଇରସକୁ ନେଇ ହୋଇନାହିଁ ବୋଲି କହିଛନ୍ତି । ଏଯାବତ୍ ରାଜ୍ୟରେ ନୂଆ ଭାଇରସ ତଥ୍ୟ ନାହିଁ। ତଥାପି ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି, ସେମାନେ ମାସ୍କ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଥରେ ଭାବନ୍ତୁ ଆପଣ ବିମାନରେ ଯାତ୍ରା କରୁଥିବାବେଳେ ଯଦି ବିମାନରେ ହଠାତ ଝଟକା ଲାଗେ ଆଉ ଆପଣଙ୍କୁ ଅକ୍ସିଜେନ ଦରକାର ପଡ଼େ। ଆପଣଙ୍କୁ କେମିତି ଲାଗିବ ସତରେ ଭାବିଲେ ଛାତି ଥରି ଉଠୁଛି। ୨୪ହଜାର ଫୁଟ ଉପରେ ହଠାତ ଉଡ଼ିଗଲା ବିମାନ ଛାତ। କଣ ହେଲା ଯାତ୍ରୀମାନଙ୍କର ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଛି। ଯାତ୍ରୀମାନେ ଜୀବିତ ନା ମୃତ। ବିମାନର ଛାତିଥରା ଦୁର୍ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ। ଟ୍ରେନ ହେଉ କି ପ୍ଲେନ ହେଉ ଦୁର୍ଘଟଣା ଘଟିଲେ ଶୁଣିଲେ ମଧ୍ୟ ଛାତି ଥରି ଉଠେ। ବିମାନରେ ଥିଲେ ୮୯ଜଣ ପାସେଞ୍ଜର ଏବଂ ଏଥିରେ ୬ଜଣ କ୍ର୍ୟୁ ମେମ୍ବର ଥିଲେ।
ବିମାନଟି ସ୍ଥଳଭାଗରୁ ୨୪୦୦୦ ଫୁଟ ଉପରେ ଥିଲା। ହଠାତ ବିମାନ ଛାତ ଉଡ଼ିଗଲା। ଲାଗୁଥିଲା କ୍ରାସ ହୋଇଯିବ। ଆଉ ସମସ୍ତେ ପ୍ରାଣ ହରାଇବେ। କିନ୍ତୁ ଭଗବାନ ମଝି ଆକାଶରେ ଚମତ୍କାର କରିଲେ। ୨୪୦୦୦ ଫୁଟ ଉପରେ ଲୋକେ ଭୟଙ୍କର ଚିତ୍କାର କରିବା ସହ କାନ୍ଦୁଥିଲେ। ଭାବୁଥିଲେ ଆଉ କେହି ବଞ୍ଚିବେନି। ଆପଣ ଫିଲ୍ମ କାହାଣୀ ଭାବୁଛନ୍ତି ନା। କିନ୍ତୁ ଏହା ସତ ଘଟଣା। ଏମିତି ଘଟିଥିଲା ୧୯୮୮ ମସିହା ଏପ୍ରିଲ ୨୮ରେ। ଏହା ଥିଲା ଏକ ଅଶୁଭ ଦିନ। ଆମେରିକାର ଆଲୋହା-୨୪୩ ଏୟାର ଲାଇନ୍ସ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ ଦୁଇ ଇଞ୍ଜିନ ବିଶିଷ୍ଟ ବୋଇଂ ୭୩୭ ସେଦିନ ୯୪ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ ଆରମ୍ଭ କରିଥିଲା। ବିମାନ ୪୦ ମିନିଟ ଉଡାଣ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାନ୍ତା। କିନ୍ତୁ ହଠାତ ବିମାନର ପଙ୍ଖା ଖରାପ ହୋଇଗଲା। ଏବଂ ମଝି ଆକାଶରେ ବିମାନର ଛାତ ଉଡିଯାଇଥିଲା। ପ୍ରଶାନ୍ତ ମହାସାଗର ଉପରେ ବିମାନଟି ଝୁଲୁଥିଲା। ଲାଗୁଥିଲା ଯେମିତି ସାଙ୍ଗେ ସାଙ୍ଗେ ଖସିପଡ଼ିବ। ଆଉ କେହି ବଞ୍ଚିବେନି। ଭୟଙ୍କର ଶବ୍ଦ ଏବଂ ପବନ ଯୋଗୁ ଯାତ୍ରୀମାନେ କାନ୍ଦିବା ସହ ଚିତ୍କାର କରି ଡରିକି ବେଲ୍ଟ ଯାକ ପିନ୍ଧି ପକାଇଥିଲେ।
ବିମାନ ଆଟେଣ୍ଡାଣ୍ଟ କାରାବେଲ ଲାନସି ଲୋକଙ୍କ କଥା ବୁଝୁଥିଲେ। କିନ୍ତୁ ହଠାତ ପ୍ରବଳ ପବନ ଯୋଗୁ ବାହାରକୁ ଉଡ଼ିଯାଇଥିଲେ। କିନ୍ତୁ ପାଇଲଟ ଏସବୁ ଦେଖିକି ମଧ୍ୟ ଧୈର୍ଯ୍ୟ ହାରି ନ ଥିଲେ। ଛାତ ନ ଥିଲେ ବି ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟ କରିଥିଲେ। ଭଙ୍ଗା ବିମାନକୁ ଧୀରେ ଧୀରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଇଥିଲେ। ଆମେରିକାର କାହୁଲେଇ ଏୟାରପୋର୍ଟରେ ଭଙ୍ଗା ବିମାନ ଅବତରଣ କରିଥିଲା। ସେତେବେଳକୁ ବିମାନ ଇଞ୍ଜିନରେ ନିଆଁ ଲାଗିସାରିଥିଲା। ବୋଧେ ଭଗବାନ ଥିଲେ ବୋଲି ଯାତ୍ରୀମାନଙ୍କର ଜୀବନ ବଞ୍ଚିଗଲା। ୭ଜଣ ଯାତ୍ରୀ ଗୁରୁତର ହୋଇଥିଲେ। କିନ୍ତୁ ୬ଜଣ କ୍ର୍ୟୁ ମେମ୍ବରଙ୍କ ମୃତଦେହ ଏଯାଏ ମିଳିନି। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯାତ୍ରୀ ମାନଙ୍କର ଜୀବନ ବଞ୍ଚିଗଲା।
ଅଧିକ ପଢ଼ନ୍ତୁ ବିଦେଶ ଖବର