ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ନୂଆ ଶବ୍ଦ ବାହାର କରିବାର ପରିଣାମ । ସବୁବେଳେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ପୁଣି ଲାଗିଛି ଝଟ୍କା ।
There’s a new word in the English Dictionary. Attached is a snapshot of the entry :) pic.twitter.com/xdBdEUL48r
— Rahul Gandhi (@RahulGandhi) May 15, 2019
ବୁଧବାର ଦିନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କୁ ଥଟ୍ଟା କରି ଏକ ଶବ୍ଦ ପୋଷ୍ଟ କରିଥିଲେ । ଏହାସହ ‘ମୋଦିଲାଇ’ (Modilie) ଶବ୍ଦଟି ଶବ୍ଦକୋଷରେ ସ୍ଥାନ ପାଇଥିବା ଦୃଢୋକ୍ତି ଦେଇଥିଲେ ରାହୁଲ । ଏନେଇ ଏକ ଫେକ୍ ପେଜ୍ ସହ ଟ୍ୱିଟ୍ରରେ ସେୟାର ମଧ୍ୟ କରିଥିଲେ ରାହୁଲ ଗାନ୍ଧି ।
We can confirm that the image showing the entry ‘Modilie’ is fake and does not exist in any of our Oxford Dictionaries.
— Oxford Dictionaries (@OxfordWords) May 16, 2019
କିନ୍ତୁ ଗୁରୁବାର ଅକ୍ସଫୋର୍ଡ ଶବ୍ଦକୋଷ ପକ୍ଷରୁ ଏଭଳି କୌଣସି ଶବ୍ଦ ନଥିବା ଟ୍ୱିଟର ମାଧ୍ୟମରେ ପ୍ରକାଶ ପାଇଛି । ଅକ୍ସଫୋର୍ଡ ପକ୍ଷରୁ କୁହାଯାଇଛି, “ଆମେ ନିଶ୍ଚିତ କରିଦେବାକୁ ଚାହୁଁ ଯେ ‘ମୋଦିଲାଇ’ ଶବ୍ଦ ଥିବା ଫଟୋଟି ଫେକ୍ ଏବଂ ଆମର କୌଣସି ଅକ୍ସଫୋର୍ଡ ଡିକ୍ସିନାରୀରେ ଏହି ଶବ୍ଦ ନାହିଁ।”
ଅର୍ଗସ ବ୍ୟୁରୋ: ଜାଭେଲିନରେ ଭାରତର ଦମଦାର ପ୍ରଦର୍ଶନ । ପୁଣି ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା । ଚତୁର୍ଥ ଥ୍ରୋରେ 88.88 ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କଲେ ନୀରଜ । କିଶୋର ଜିତିଲେ ରୌପ୍ୟ ପଦକ । କିଶୋର ଜେନାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ଚତୁର୍ଥ ଥ୍ରୋରେ 87.54 ମିଟର ଫିଙ୍ଗିଲେ କିଶୋର । ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ । ଏହାସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି କିଶୋର ଜେନା ।
Historic GOLD & SILVER for India 🔥🔥🔥
Neeraj Chopra wins Gold & Kishore Jena wins Silver medal in Javelin Throw.
Neeraj with SB: 88.88m
Kishore with PB: 87.54m (Also qualifies for Paris Olympics. #AGwithIAS | #IndiaAtAsianGames #AsianGames2022 pic.twitter.com/CRxQN9ZxL0 — India_AllSports (@India_AllSports) October 4, 2023
ଆହୁରି ପଢନ୍ତୁ ଖେଳ ଖବର...
କଟକ : ଡ୍ରାଇଭର ଙ୍କୁ ମାଡ଼ ମାରି ୧ଲକ୍ଷ ୨୦ ହଜାର ଜରିମାନା ଗଣିଲେ ବାଲିଘାଟ ମାଲିକ। ସୋମବାର ଦିନ ନୂଆପାଟଣା ଗ୍ରାମର ଡ଼୍ରାଇଭର ପିତାମ୍ବର ନାୟକଙ୍କୁ ବିନା କାରଣ ରେ ବ୍ରହ୍ମପୁରା ବାଲିଘାଟ ନିକଟରେ ମାଡ଼ ହୋଇଥିଲା। ଡ୍ରାଇଭର ବ୍ରହ୍ମପୁରା ବାଲିଘାଟକୁ ବାଲି ଆଣିବା ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ। ଏହାର ପ୍ରତିବାଦରେ ମଙ୍ଗଳବାର ବ୍ରହ୍ମପୁରା ବାଲିଘାଟ ନିକଟରେ ନରସିଂହପୁର ଡ୍ରାଇଭର ମହାସଂଘ ପକ୍ଷରୁ ଶହେରୁ ଉର୍ଦ୍ଧ୍ବ ଡ୍ରାଇଭର ବାଲିଘାଟ କୁ ବନ୍ଦ କରି ରଖିଥିଲେ।
ଅଧିକ ପଢନ୍ତୁ ଓଡିଶା ଖବର
ଆଜି ନିଜିଗଡ଼ ସ୍ଥିତ ଡ୍ରାଇଭର ସଙ୍ଘ ମୁଖ୍ୟ କାର୍ଯ୍ୟାଳୟରେ ବାଲିଘାଟ ପରିଚାଳକ, ମାଲିକ ଓ ଆହତ ଡ୍ରାଇଭରଙ୍କ ସହ ନରସିଂହପୁର ଡ୍ରାଇଭର ମହାସଙ୍ଘ ର ସଭାପତି, ଉପସଭାପତି ଙ୍କ ସମେତ ପଚାଶରୁ ଉର୍ଦ୍ଧ୍ବ ଡ୍ରାଇଭର ଏକଜୁଟ ହୋଇ ବାଲିଘାଟ ଉପରେ ୧ଲକ୍ଷ ୨୦ ହଜାର ଟଙ୍କାର ଜୋରିମାନା ଆଦାୟ ସହ ଭବିଷ୍ୟତରେ କୌଣସି ଡ୍ରାଇଭରଙ୍କୁ ଆକ୍ରମଣ ନ କରିବାକୁ ଉପଦେଶ ଦେଇଛନ୍ତି।
ଭୁବନେଶ୍ୱର: ଭଣ୍ଡ ତ୍ରିକାଳ ଦର୍ଷୀ ବାବା ଓ ମାତାଙ୍କ କଳା କାରନାମା । ଘର ଭାଙ୍ଗିଲେ ସମ୍ପତ୍ତି ଲୁଟିନେଲେ । ମହିଳାଙ୍କ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ । ପୂର୍ବରୁ ସ୍ୱାମୀକୁ ଗିରଫ କରିଥିଲା ଏବେ ସ୍ତ୍ରୀକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ ।
ଅଭିଯୋଗ ଅନୁସାରେ ଘରର ସମସ୍ୟା ଦୂର ପାଇଁ ନିଜକୁ ମାତା ବୋଲାଉଥିବା ରିନି ନାମକ ଜଣେ ମହିଳାଙ୍କୁ ଭେଟିଥିଲେ ଅଭିଯୋଗକାରୀ । ବିଭିନ୍ନ କଥା କହି ଅଭିଯୋଗକାରୀ ମହିଳାଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ ମାତା ରିନି । ଏପରିକି ପୂଜା କଲେ ସମସ୍ୟାର ସମାଧାନ ହେବ ତାହାର ବାଟ ବତାଇ 5 ଲକ୍ଷ ଟଙ୍କା ନେଇ ଯାଇଥିଲେ ।
ପରେ ମହିଳାଙ୍କୁ କିଛି ସୁଫଳ ନମିଳିବାରୁ ଠକେଇ ନେଇ ବଡଗଡ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ରିନି ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏବେ ଖୋଜା ଚାଲିଛି ପବନରେ ହୁକୁମ ଦେଉଥିବା ବାବା କେଉଁଠି ।
ଆହୁରି ପଢନ୍ତୁ ଅପରାଧ ଖବର...