ନୂଆଦିଲ୍ଲୀ: ରାଫେଲ ପ୍ରସଙ୍ଗ ନେଇ ପ୍ରଧାନମନ୍ତ୍ରୀ ମୋଦି ବିରୋଧିଙ୍କୁ ଟାର୍ଗେଟ୍ କରିଛନ୍ତି । ଇଣ୍ଡିଆ ଟୁଡେ କନ୍କ୍ଲେଭ୍ 2019ରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁରକ୍ଷା ସହ ଖେଳିବା ବନ୍ଦ କର । ଆଜି ସାରା ଦେଶ ରାଫେଲ୍ର ଅଭାବ ଅନୁଭବ କରିପାରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ମୋଦି କହିଛନ୍ତି ଯେ, “ରାଫେଲ୍ ନେଇ ସ୍ୱାର୍ଥ ନୀତି ଏବଂ ରାଜନୀତି କରାଣରୁ ଦେଶକୁ ଅନେକ କ୍ଷତି ସହିବାକୁ ପଡିଲା । ମୋଦିକୁ ବିରୋଧ କର, ଭୁଲ ବାହାର କର । ଆପଣଙ୍କୁ ସ୍ୱାଗତ କରୁଛି । କିନ୍ତୁ, ଦେଶର ସୁରକ୍ଷା ସାଧନ ଏବଂ ଦେଶର ହିତକୁ ବିରୋଧ କରନାହିଁ । ଏପରି ନ ହେଉ କି, ମୋଦି ବିରୋଧିଙ୍କ ଏହି ଜିଦି ପାଇଁ ମସୁଦ୍ ଅଜହର ଏବଂ ଆତଙ୍କୀଙ୍କୁ ଏନେଇ ଆହୁରି ଲାଭ ମିଳିଯିବ ।“
ମୋଦି ପୁଣି କହିଛନ୍ତି, ଆଜି ସାରା ବିଶ୍ୱ ଆତଙ୍କବାଦ୍ ବିରୁଦ୍ଧରେ ଭାରତକୁ ସମର୍ଥନ କରୁଛି । କିନ୍ତୁ କିଛି ବିରୋଧୀ ଦଳ ସୈନ୍ୟଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଉଛନ୍ତି । ପାକିସ୍ତାନ ଆମ ବିରୁଦ୍ଧରେ ଏହି ନେତାଙ୍କ ବୟାନକୁ ବ୍ୟବହାର କରୁଛି । ଏହି ନେତାମାନେ ମୋଦିକୁ ବିରୋଧ କରୁକରୁ ଦେଶକୁ ବିରୋଧ କରିବାରେ ଲାଗିଛନ୍ତି । ଏମାନେ ଦେଶକୁ କ୍ଷତି ପହଞ୍ଚାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ସେନାଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଉଥିବା ନେତାଙ୍କୁ ମୁଁ ପ୍ରଶ୍ନ ପଚାରିବାକୁ ଚାହେଁ ଯେ, ଆପଣଙ୍କୁ ସେନାଙ୍କ ବୟାନ ଏବଂ ସାମର୍ଥ୍ୟ ଉପରେ ଭରସା ଅଛି କି ନାହିଁ? ବା ଆପଣ ସେମାନଙ୍କ କଥାରେ ବିଶ୍ୱାସ କରୁଛନ୍ତି, ଯେଉଁମାନେ ଭାରତରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛନ୍ତି ।
ଭୁବନେଶ୍ବର: ଜନ୍ମମାଟିରେ ପହଞ୍ଚିଲେ ଉତ୍ତରକାଶି ସୁଡ଼ଙ୍ଗରୁ ମୁକୁଳିଥିବା ଶ୍ରମବୀର । ଭୁବନେଶ୍ବରରୁ ଯାଇ ପହଞ୍ଚିବା ପରେ ଗାଁରେ ଭାବବିହ୍ବଳ ପରିବେଶ । ଶ୍ରମିକଙ୍କୁ ନେଇ କ୍ଷଣିକ ଖୁସି, କିନ୍ତୁ ଦାଦନ ସମସ୍ୟା ପାଇଁ ଚିରସ୍ଥାୟୀ ଦୁଃଖ । କଥା ହେଲା ଏମାନେ ଏବେ ଆଗକୁ କରିବେ କଣ। ଓଡ଼ିଶାରେ ରୋଜଗାର ସମ୍ଭାବନା ନ ଥିବାରୁ ଏମାନେ ପୁଣି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବେ। ପ୍ରଶ୍ନ ହେଲା ଅପାର ସମ୍ଭାବନା ସତ୍ତ୍ବେ ରାଜ୍ୟରେ ରୋଜଗାର ସୃଷ୍ଟିରେ କାହିଁକି ବିଫଳ ହୋଇଛି ବିଜେଡି ସରକାର ।
ଜନ୍ମମାଟିରେ ପହଞ୍ଚିଲେ ଉତ୍ତରକାଶି ସୁଡ଼ଙ୍ଗ ଶ୍ରମବୀର
ଭୁବନେଶ୍ବରରୁ ଯାଇ ପହଞ୍ଚିବା ପରେ ଗାଁରେ ଭାବବିହ୍ବଳ ପରିବେଶ
ଶ୍ରମିକଙ୍କୁ ନେଇ କ୍ଷଣିକ ଖୁସି, କିନ୍ତୁ ଦାଦନ ସମସ୍ୟା ପାଇଁ ଚିରସ୍ଥାୟୀ ଦୁଃଖ
ଅପାର ସମ୍ଭାବନା ସତ୍ତ୍ବେ ରାଜ୍ୟରେ ରୋଜଗାର ସୃଷ୍ଟିରେ ବିଫଳ ବିଜେଡି ସରକାର
ପେଟ ପାଇଁ ପୁଣି ବିଦେଶ ଯିବାକୁ ବାଧ୍ୟ ଓଡ଼ିଆ ଶ୍ରମିକ
ଉତ୍ତରାଖଣ୍ଡ ସୁଡ଼ଙ୍ଗରୁ ଉଦ୍ଧାର ଶ୍ରମିକଙ୍କ ସହ ଶୁକ୍ରବାର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଇଏ ଥିଲା ରାଜ୍ୟ ଶ୍ରମମନ୍ତ୍ରୀଙ୍କ ଅଧିକୃତ ବୟାନ। ଶାରଦା ନାୟକଙ୍କ ଅନୁସାରେ କେତେ ଦାଦନ ଓଡ଼ିଶା ବାହାରେ ସଂଘର୍ଷ କରୁଛନ୍ତି ସେଥିନେଇ ସରକାରଙ୍କର କିଛି ପରବାୟ ନାହିଁ । ପେଟ ପାଇଁ ବାଧ୍ୟରେ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କୁ ରାଜ୍ୟରେ ନିଯୁକ୍ତି ଦେବା ବିଜେଡି ସରକାର ପାଇଁ ପ୍ରସଙ୍ଗ ହିଁ ନୁହେଁ । ଅର୍ଥାତ୍ ଦାଦନଙ୍କୁ ନେଇ କିଛି କରିବ ନାହିଁ ବିଜେଡି । ଏମାନେ ପୁଣି ଦାଦନ ଖଟିବାକୁ ଯିବେ । ଗୋଟିଏ ପଟେ ଶ୍ରମମନ୍ତ୍ରୀଙ୍କ ଏ ବୟାନରେ ଲୁଚିଛି ପ୍ରଚାରରେ ମାତିଥିବା 24 ବର୍ଷର ସରକାରର ଚରମ ଅପାରଗତା ଅନ୍ୟପଟେ ରାଜ୍ୟର ଦାଦନ ସମସ୍ୟା ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାରମ୍ବାର ପ୍ରକଟ କରିଛନ୍ତି ଚିନ୍ତା।
ରାଜ୍ୟରେ କାମ ମିଳୁଥିଲେ ବିଦେଶ ଯାଉ ନ ଥାନ୍ତେ ଓଡ଼ିଆ । କେତେବେଳେ ଜୀବନ ଧରି ଫେରିବେ ତ ଆଉ କେତେବେଳେ ଶବ ହୋଇ। ଆଉ ଏମାନଙ୍କ ଅବସ୍ଥାକୁ ନେଇ ଏମିତି ଆଶଙ୍କାରେ ରହିବେ ପରିଜନ। ଏମିତି ହେବେ ବିକଳ।
ସେପଟେ ଦାଦନ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି। ତେଜେଶ୍ବର ପରିଡ଼ା କହିଛନ୍ତି ଶ୍ରମିକଙ୍କ ଅସହାୟତାର ଫାଇଦା ନେଉଛନ୍ତି ରାଜ୍ୟ ସରକାର। ଉତ୍ତରାଖଣ୍ଡରୁ ଫେରିଥିବା ଓଡ଼ିଆ ଶ୍ରମିକ କାମ ନାହିଁ ବୋଲି ପୁଣି ସୁଡ଼ଙ୍ଗକୁ ଫେରିବେ କହିବା ବିଜେଡି ପାଇଁ ଲଜ୍ଜାଜନକ। ଗୋଟିଏ ପଟେ ଓଡ଼ିଆଙ୍କୁ କାମ ଯୋଗାଇବାରେ ବିଫଳ ରାଜ୍ୟ ସରକାର। ଅନ୍ୟପଟେ ବିଧାନସଭାରେ ମିଛ କହୁଛନ୍ତି ଶ୍ରମମନ୍ତ୍ରୀ। ଯଦି ଉତ୍ତରାଖଣ୍ଡରେ ଫସିଥିବା 41 ଶ୍ରମିକଙ୍କ ମଧ୍ୟରେ 5 ଜଣ ଓଡ଼ିଆ, ତେବେ ସାରା ଦେଶରେ କେତେ ଓଡ଼ିଆ ଦାଦନ ଅଛନ୍ତି ସ୍ପଷ୍ଟ ଅନୁମେୟ।
24 ବର୍ଷର ଶାସନରେ ପୁରୁଷାର୍ଥ ଅଭାବରୁ ପରିଶ୍ରମୀ ଓଡ଼ିଆ ସାଜିଛି ବେକାର। ଯଦି 24 ବର୍ଷ ଭିତରେ ଓଡ଼ିଶାରେ ଭରି ରହିଥିବା ପ୍ରାକୃତିକ ସଂଶାଧନର ସୁବିନିଯୋଗ କରାଯାଇଥାନ୍ତା ଆଜି କଣ ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ୁଥାନ୍ତା ? ଉତ୍ତରାଖଣ୍ଡରୁ ଫେରିଥିବା 5 ଶ୍ରମିକଙ୍କ ଉପରେ ଫୋକସ୍ କରୁଛନ୍ତି ରାଜ୍ୟ ସରକାର। କିନ୍ତୁ ପ୍ରଶ୍ନ ହେଲା ଦାଦନ ଖଟିବାକୁ ଯାଉଥିବା ଲକ୍ଷ ଲକ୍ଷ ଓଡ଼ିଆ କେତେଦିନ ରୋଜଗାର ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବେ ? ଅପାର ସମ୍ଭାବନା ସତ୍ତ୍ବେ କାହିଁକି ରାଜ୍ୟରେ ରୋଜଗାର ସୃଷ୍ଟିରେ ବିଫଳ ବିଜେଡି ସରକାର ?
ଅଧିକ ପଢନ୍ତୁ ଓଡ଼ିଶା ଖବର