ଇନ୍ଦୋରରେ ମନ୍ଦିର କୂଅ ଛାତ ଭୁଷୁଡିବା ଘଟଣା
ଯେତେ ଲୁଚିଲେ ବି ଦୋଷୀକୁ ଦଣ୍ଡ ନିଶ୍ଚୟ ମିଳିବ: ମୋଦି
ମହାରାଷ୍ଟ୍ର: ଜମ୍ମୁ-କଶ୍ମୀର ପୁଲଓ୍ୱାମା ସହରରେ ଭୟାବହ ଆତଙ୍କବାଦ ହମଲା ପରେ କେନ୍ଦ୍ର ସରକାର ସମେତ ସମଗ୍ର ଦେଶ କ୍ରୋଧ ଏବଂ ଦୁଃଖରେ ଜର୍ଜରିତ । ମହାରାଷ୍ଟ୍ରରେ ଆୟୋଜିତ ଏକ ରାଲିରେ ଯୋଗଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଗୁରୁତ୍ୱପୂର୍ଣ ପ୍ରତିକ୍ରିୟା ରଖିଛନ୍ତି । ପୁଲଓ୍ୱାମାରେ ଆତଙ୍କ ପଛରେ ଯାହାର ହାତ ରହିଛି, ସେ ଯେତେ ଲୁଚିବାକୁ ଚେଷ୍ଟା କଲେ ମଧ୍ୟ ତାଙ୍କୁ ଦଣ୍ଡ ନିଶ୍ଚୟ ମିଳିବ ।
ଏହି ଘଡିସନ୍ଧି ମୁହୁର୍ତରେ ସମସ୍ତଙ୍କର ଭାବପ୍ରବଣତାକୁ ସମ୍ମାନଦେଇ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣରେ ସମସ୍ତ ଦେଶବାସୀଙ୍କୁ ସମବେଦନା ଦେବା ସହିତ ଯବାନଙ୍କ ଉପରେ ଭରସା ରଖନ୍ତୁ, ଦୋଷୀକୁ କଠୋର ଦଣ୍ଡ ମିଳିବ ବୋଲି କହିଛନ୍ତି ।
Download Argus News App
