ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦ୍ୱାରା ଲୋକସଭା ନିର୍ବାଚନ ବିଗୁଲ ବାଜିବା ସହ ପ୍ରକୃତ ଲଢେଇ ମଧ୍ୟ ଆରମ୍ଭ ହୋଇଯାଇଛି । ସାତଟି ପର୍ଯ୍ୟାୟରେ ଚଳିତ ବର୍ଷ ନିର୍ବାଚନ ହେବ । ଦେଖିବାକୁ ଗଲେ ନିର୍ବାଚନ ସମୟରେ ପ୍ରତ୍ୟେକ ଆସନର ନିଜ ନିଜର ମହତ୍ୱ ରହିଛି । କିନ୍ତୁ ଏହା ସତ୍ତ୍ୱେ କିଛି ଏପରି ଭିଆପି ଆସନ ରହିଛି ଯାହା ଉପରେ ସାରା ଦେଶର ନଜର ରହିଥାଏ । ଏସବୁ ଭିଆପି ସିଟ୍ରେ କିଏ ଜିତିବ ଆଉ କିଏ ହାରିବ ତାରି ଉପରେ ନେତାଙ୍କ ବି ଫୋକସ୍ । ତେବେ ଆସନ୍ତୁ ଜାଣିବା ଏହି ଭିଆପି ଆସନ ସମ୍ପର୍କରେ ଅଧିକ କିଛି ।
ବାରଣାସୀ: ବାରଣାସୀରେ ମତଦାନ ଶେଷ ପର୍ଯ୍ୟାୟରେ ଅର୍ଥାତ୍ ମେ 19ରେ ହେବ । 2014ରେ ଏହି ଆସନରୁ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢିଥିଲେ ଏବଂ ବହୁମତରେ ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । ଏଭଳିସ୍ଥଳେ ଲୋକଙ୍କ ମଧ୍ୟରେ ଏହି ଆସନ ନେଇ ଉତ୍ସୁକତା ଲାଗି ରହିଛି । କିଏ ଚଳିତ ଥର ଏହି ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇବ ଏବଂ କିଏ ବାଜି ମାରିବ ଏହାକୁ ନେଇ ଲାଗିଛି ଚର୍ଚ୍ଚା ।
ଅମେଠୀ ଏବଂ ରାୟବରେଲୀ: କଂଗ୍ରେସର ଗଡ ବୋଲି କୁହାଯାଏ । 2014 ଲୋକସଭା ନିର୍ବାଚନରେ କଂଗ୍ରେସ କେବଳ ଏହି ଦୁଇ ରାଜ୍ୟରେ ନିଜର ପତିଆରା ଜମାଇପାରିଥିଲା । ତେବେ ଚଳିତ ବର୍ଷ କଂଗ୍ରେସ ଏହି ଦୁଇ ସଂସଦୀୟ କ୍ଷେତ୍ରରେ ନିଜ ଲଜ୍ଜା ବଞ୍ଚାଇ ପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।
ବଡୋଦରା ଏବଂ ପୁରୀ: ଏହି ଦୁଇଟି ଲୋକସଭା ମଣ୍ଡଳୀରେ ଏପ୍ରିଲ 23ରେ ମତଦାନ ପ୍ରକ୍ରିୟା ହେବ । ତେବେ ଗତ ନିର୍ବାଚନରେ ନରେନ୍ଦ୍ର ମୋଦି ବାରଣାସୀ ସମେତ ବଡୋଦରାରୁ ମଧ୍ୟ ନିର୍ବାଚନ ଜିତିଥିଲେ । ତେବେ ଚଳିତ ବର୍ଷ ଚର୍ଚ୍ଚା ହେଉଛି ଯେ, ବାରଣାସୀ ସମେତ ପୁରୀରୁ ମଧ୍ୟ ମୋଦି ନିର୍ବାଚନ ଲଢିପାରନ୍ତି । ତେବେ ଏନେଇ ସମସ୍ତଙ୍କ ନଜର ରହିଥିବା ବେଳେ ବିଜେପି ପକ୍ଷରୁ କିନ୍ତୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ ।
ଅମୃତସର: ଏଠାରେ ମେ’19ରେ ନିର୍ବାଚନ ହେବ । ପ୍ରକାଶ ଥାଉ କି, ଏହି ଆସନର ମହତ୍ୱ ଚଳିତ ବର୍ଷ ଆହୁରି ବଢିଯାଇଛି । କାରଣ, ମନମୋହନ ସିଂହ ଏଠାରେ ନିର୍ବାଚନ ଲଢିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଛି । 2014 ଲୋକସଭା ନିର୍ବାଚନରେ ଏଠାରୁ ବିଜେପି ବରିଷ୍ଠ ନେତା ଅରୁଣ ଜେଟଲୀ ନିର୍ବାଚନ ଲଢି ହାରି ଯାଇଥିଲେ ।
ସୁଲ୍ତାନପୁର: କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ପୁଅ ବରୁଣ ଗାନ୍ଧିଙ୍କ ନିର୍ବାଚନ ମଣ୍ଡଳୀ ସୁଲ୍ତାନପୁରରେ ମତଦାନ ମେ’ ହେବ । ଯଦିଓ ବରୁଣ ଗାନ୍ଧି ବର୍ତ୍ତମାନ ସମୟରେ ସେତେଟା ଲାଇମ୍ଲାଇଟ୍ରେ ନାହାନ୍ତି, କିନ୍ତୁ ଏକଦା ସେ ଫାୟାର ବ୍ରାଣ୍ଡ ନେତା ଥିଲେ ।
କନୌଜ: ମୁଲାୟମ୍ ସିଂହଙ୍କ ବହୁ ତଥା ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଡିମ୍ପଲ ଯାଦବ 2014ରେ ଏଠାରେ ସାଂସଦ ହୋଇଥିଲେ । ତେବେ ଏଠାରେ ଏପ୍ରିଲ 29ରେ ମତଦାନ ପ୍ରକ୍ରିୟା ହେବ ।
ଝାନ୍ସୀ ଏବଂ କାନପୁର: ଏହି ଦୁଇଟି ନିର୍ବାଚନ ମଣ୍ଡଳୀରେ ମତଦାନ ପ୍ରକ୍ରିୟା ଏପ୍ରିଲ 29ରେ ହେବ । ପ୍ରକାଶ ଯେ, ଝାନ୍ସୀର ସଂସଦୀୟ ଆସନରୁ ଉମା ଭାରତୀ ଲଢିବେ ଏବଂ କାନପୁରରୁ ମୁରଲୀ ମନୋହର ଯୋଶୀ ।
ମୈନପୁରୀ ଏବଂ ଆଜମଗଡ଼: ମୈନପୁରୀରେ ଏପ୍ରିଲ 23 ହେବାକୁ ଥିବା ନିର୍ବାଚନ ଉପରେ ସମସ୍ତଙ୍କ ନଜର ଏଥିପାଇଁ ଅଛି କାରଣ,2014ରେ ମୁଲାୟମ୍ ସିଂହ ଯାଦବ ଏଠାରେ ନିର୍ବାଚନ ଲଢି ଜିତିଥିଲେ । ଏହାଛଡା ଆଜମଗଡ଼ରେ ମେ’ 12ରେ ମତଦାନ ପ୍ରକ୍ରିୟା ହେବ । ଯେଉଁଠାରେ ମୁଲାୟମ୍ ସିଂହ ଯାଦବ ନିଜର 2ୟ ବାଜି ମାରିଥିଲେ ।
ଗାନ୍ଧିନଗର ଏବଂ ପିଲିଭିତ୍: ଭିଆପି ଆସନ ତାଲିକାରେ ଗାନ୍ଧିନଗର ଏବଂ ପିଲିଭିତ୍ରେ ଏପ୍ରିଲ 23ରେ ନିର୍ବାଚନ ହେବାକୁ ସ୍ଥିର ହୋଇଛି । ଗାନ୍ଧିନଗର ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଲାଲକୃଷ୍ଣ ଆଡ଼ଭାଣୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବା ବେଳେ ପିଲିଭିତ୍ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧିଙ୍କ ନିର୍ବାଚନ ମଣ୍ଡଳୀ ।
ଲକ୍ଷ୍ନୌ: ମେ’ 6ରେ ଲକ୍ଷ୍ନୌରେ ମତଦାନ ପ୍ରକ୍ରିୟା ହେବ । 2014ରେ ଏଠାରୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ନିର୍ବାଚନ ଜିତି ଥିଲେ । ଏକଦା ଏହି ଆସନ ଜନ ନାୟକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଥିଲା । ତେବେ ଏବେ ଏହା ରାଜନାଥ ସିଂହଙ୍କର । ପରମ୍ପରା ଅନୁଯାୟୀ ଭିଆପି ଲିଷ୍ଟରେ ଟପ୍ରେ ଥିବା ଲକ୍ଷ୍ନୌ ଚଳିତ ନିର୍ବାଚନରେ କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।