
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପୁଲଓ୍ୱାମାରେ ପାକିସ୍ତାନ ଦ୍ୱାରା ଆତଙ୍କୀ ଆକ୍ରମଣରେ ଦେଶର 40 ବୀର ପୁତ୍ର ସହିଦ୍ ହୋଇଗଲେ । ଏନେଇ ସମଗ୍ର ଦେଶ କ୍ରୋଧ ଏବଂ ଦୁଃଖରେ ଜର୍ଜରିତ । ଏହି ସମୟରେ ଦେଶବାସୀ ପାକିସ୍ତାନଠାରୁ ଏଭଳି ବର୍ବର କାଣ୍ଡର ପ୍ରତିଶୋଧ ନେବାକୁ ଚାହୁଁଥିବା ବେଳେ ନିଜ ସାମର୍ଥ୍ୟ ଅନୁସାରେ ସହିଦଙ୍କ ପରିବାରକୁ ସହଯୋଗର ହାତ ମଧ୍ୟ ବଢାଉଛନ୍ତି । ଏହିକ୍ରମରେ ରିଲାୟନ୍ସ ଫାଉଣ୍ଡେସନ 40ଜଣ ସହିଦ ଯବାନଙ୍କ ପରିବାର ସହ ରହିଛି ଏବଂ ଆବଶ୍ୟକୀୟ ପ୍ରତ୍ୟେକ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛି ।
ରିଲାୟନ୍ସ ଫାଉଣ୍ଡେସନ ପକ୍ଷରୁ ଚେୟାରମ୍ୟାନ୍ ନୀତା ଅମ୍ୱାନୀ ସହିଦଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇଛନ୍ତି । ପ୍ରତ୍ୟେକ ସହିଦ୍ଙ୍କ ପରିବାରକୁ ଶିକ୍ଷା, ରୋଜଗାର ଏବଂ ଚିକିତ୍ସା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଛି ରିଲାୟନ୍ସ ଫାଉଣ୍ଡେସନ । ତେବେ ଆବଶ୍ୟକତା ଅନୁସାରେ ପରିବାରକୁ ସହାୟତା କରାଯିବ ବୋଲି ଘୋଷଣା କରାଯାଇଛି ।
ତେବେ ରାଜ୍ୟ ସରକାରମାନଙ୍କ ସହ ମିଶି ରିଲାୟନ୍ସ ପକ୍ଷରୁ ସହିଦ୍ଙ୍କ ପରିବାରକୁ ଏହି ସହାୟତା ଯୋଗାଇ ଦିଆଯିବ । ଏପରିକି କୌଣସି ସହିଦଙ୍କ ପରିବାର ସଦସ୍ୟ ଏବଂ ଆହତ ଯବାନଙ୍କୁ ରିଲାୟନ୍ସ ନିଜ ସର୍ବୋତ୍କୃଷ୍ଟ ହସ୍ପିଟାଲରେ ଚିକିତ୍ସା ସେବା ଯୋଗାଇବ ।
#RelianceFoundation reaches out to #Pulawama @crpfindia #Martyrs https://t.co/e5OUkCi0cm
— Reliance Foundation (@ril_foundation) February 16, 2019
ସେହିପରି ଯଦି କୌଣସି ସହିଦ୍ଙ୍କ ପିଲାଙ୍କୁ ଶିକ୍ଷାର ଆବଶ୍ୟକତା ରହିଛି, ତେବେ ରିଲାୟନ୍ସ ତାଙ୍କୁ ପାଠପଢିବାର ବ୍ୟବସ୍ଥା କରିବା ସହ ବୃତ୍ତି ମଧ୍ୟ ଯୋଗାଇଦେବ । ସେହିପରି ସହିଦ୍ଙ୍କ ପରିବାର ସଦସ୍ୟଙ୍କୁ ରୋଜଗାର ଆବଶ୍ୟକତା ଥିଲା ତାହା ମଧ୍ୟ ଫାଉଣ୍ଡେସନ ଯୋଗାଇଦେବ । ତେବେ ଏସମସ୍ତ ସହାୟତାର ପ୍ରକ୍ରିୟା ରାଜ୍ୟ ସରକାରଙ୍କ ମାଧ୍ୟମରେ ରିଲାୟନ୍ସ ଫାଉଣ୍ଡେସନ ଯୋଗାଇ ଦେବ ବୋଲି ଘୋଷଣା କରିଛି ।
