ଧରା ପୃଷ୍ଠରେ ମା’ ବାସନ୍ତୀ
ପାଲମ୍ ବିମାନବନ୍ଦରରେ ୪୦ସହିଦଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ପାଲମ୍ ଏୟାରପୋର୍ଟରେ ପହଞ୍ଚିଲା ସହୀଦ୍ ଯବାନଙ୍କ ପାର୍ଥିବ ଶରୀର । ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଗୁରୁବାର ହୋଇଥିବା ବର୍ବର ଆତଙ୍କୀ ଆକ୍ରମଣରେ ଦେଶର 40 ବୀର ପୁତ୍ର ସହୀଦ ହୋଇଗଲେ । ଏଥିରେ 2ଜଣ ଓଡିଆ ଯବାନ ମଧ୍ୟ ରହିଛନ୍ତି । ସହୀଦଙ୍କ ପାର୍ଥୀବ ଶରୀର ପାଲମ୍ ଏୟାରପୋର୍ଟରେ ପହଞ୍ଚିଛି । ସେଠାରେ 40 ସହୀଦଙ୍କୁ ସସମ୍ମାନ ଶ୍ରଦ୍ଧାଞ୍ଜଳୀ ଦିଆଯିବ ।
ଆସନ୍ତା କାଲି ସହୀଦ୍ ଯବାନଙ୍କ ଅନ୍ତିମ ସଂସ୍କାର କରାଯିବ । ଦେଶର 40 ଯବାନ ପାକିସ୍ତାନ ଦ୍ୱାରା ଆୟୋଜିତ ଆତଙ୍କୀ ଆକ୍ରମଣରେ ସହୀଦ୍ ହୋଇଗଲେ । ପାଲମ୍ ଏୟାରପୋର୍ଟରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଲମ୍ ବିମାନ ବନ୍ଦରରେ ସହିଦ୍ ବୀର ପୁତ୍ରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ପାଲମ୍ ବିମାନବନ୍ଦରରେ ପ୍ରାୟ 30 ମିନିଟ୍ର ଶ୍ରଦ୍ଧାଞ୍ଜଳି ଦେବାର କାର୍ଯ୍ୟକ୍ରମ ରହିଛି । 40 ସହୀଦଙ୍କୁ ପାଲମ୍ ବିମାନ ବନ୍ଦରରେ ଶେଷ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି , ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହମନ୍ତ୍ରୀ ରାଜନାଥ ସିଂହ, ସ୍ଥଳ ସେନା ମୁଖ୍ୟ ବିପିନ୍ ରାଓ୍ୱତଙ୍କ ସମେତ ସମସ୍ତ ସିଆରପିଏଫ୍ ଅଧିକାରୀ । ଆସନ୍ତା କାଲି ସହିଦଙ୍କ ପାର୍ଥିବ ଶରୀର ନିଜ ନିଜ ରାଜ୍ୟକୁ ପଠାଯିବ ।




Download Argus News App
