ନୂଆଦିଲ୍ଲୀ: ଆସନ୍ତା ନିର୍ବାଚନ ପାଇଁ ବିଜେପି ପକ୍ଷରୁ 11ଟି ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି । ଏଥିରେ ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକର 3ଟି ଲେଖାଏଁ ସିଟ୍ ଓ ଜମ୍ମୁକାଶ୍ମୀର, ମହାରାଷ୍ଟ୍ରରେ ଗୋଟିଏ ଲେଖାଏଁ ଲୋକସଭା ସିଟ ସାମିଲ ଅଛି ।
ଅନ୍ୟପଟେ କଂଗ୍ରେସ ପକ୍ଷରୁ 17 ଜଣ ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । କଂଗ୍ରେସରେ 20 ମିନିଟ ପୂର୍ବରୁ ସାମିଲ ହୋଇଥିବା ବର୍ତ୍ତମାନର ବିଜେପି ସାଂସଦଙ୍କୁ ଇଟାୱାରୁ ଟିକଟ ଦେଇଛି ଦଳ ।
ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି 1.40ରେ ଅଶୋକ ଧୁରେ କଂଗ୍ରେସରେ ସାମିଲ ହେଲେ ବୋଲି ଟ୍ୱିଟ କରି ଜଣାଇଲେ । ଠିକ୍ ଏହାର 20 ମିନିଟ୍ ପରେ କଂଗ୍ରେସ ଜାରି କରିଥିବା ଲିଷ୍ଟରେ ଧୁରେଙ୍କ ନାଁ ସାମିଲ ଥିବା ଜଣାପଡ଼ିଛି । ତେବେ ଦୁଇ ଦିନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିବା ଉର୍ମିଳା ମାତୋଣ୍ଡକରଙ୍କୁ ପାର୍ଟି ଉତ୍ତର ମୁମ୍ବାଇରୁ ପ୍ରାର୍ଥୀ କରିଛି ।
3 ସାଂସଦଙ୍କ ଟିକଟ କଟିଲା

ମଧ୍ୟପ୍ରଦେଶ ବାଲାଘାଟର ସାଂସଦ ବୋଧ ସିଂହ ଭଗତ, ଖରଗୋନରୁ ସୁଭାଷ ପଟେଲ, ରାଜସ୍ଥାନର ବାଂସବାଡ଼ାର ମାନସଂକର ନିତାମାଙ୍କ ଟିକଟ କାଟିଛି ବିଜେପି ।
