ମହାରାଷ୍ଟ୍ର: ମହାରାଷ୍ଟ୍ରର ବରିଷ୍ଠ ନେତା ଶରଦ ପାୱାର ଆସନ୍ତା ଲୋକସଭା ନିର୍ବାଚନ ଲଢିବେ ନାହିଁ । ଏନସିପି ପ୍ରମୁଖ ଶରଦ ପାୱାର ପୁନେରେ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୂର୍ବରୁ ଶରଦଙ୍କ ନିର୍ବାଚନରୁ ବିଶ୍ରାମ ନେବା ନେଇ ଚର୍ଚ୍ଚା ହେଉଥିଲେ ହେଁ ୨୦୧୯ରେ ଲୋକସଭା ନିର୍ବାଚନ ଲଢିବା ନେଇ ନିଜେ ସଂକେତ ଦେଇଥିଲେ । ମହାରାଷ୍ଟ୍ରର ମାଧା ଲୋକସଭା ନିର୍ବାଚନ ମଣ୍ଡଳୀରୁ ଶରଦ ପାଓ୍ୱାର ପାର୍ଥୀ ହେଉଥିଲେ । ଆସନ୍ତା ନିର୍ବାଚନରେ ଶରଦ ପାୱାର ନିର୍ବାଚନରେ ଅଂଶଗ୍ରହଣ କରୁ ନଥିବାରୁ ସେହି ସିଟ୍ରେ ଏନସିପି ନେତା ବିଜୟସିଂହ ମୋହିତେ ପାଟିଲ ଛିଡ଼ା ହେବେ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ ପାୱାର ୨୦୧୪ରେ ଲୋକସଭାରେ ମଧ୍ୟ ନିର୍ବାଚନ ଲଢିନଥିଲେ । ସେହି ସମୟରେ ନିର୍ବାଚନ ନଲଢିବା ନେଇ ନିଷ୍ପତ୍ତିକୁ ସରଦ ପାୱାର କହିଥିଲେ ଯେ ମୁଁ ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଉଛି । ଏହାଦ୍ୱାରା ମୁଁ ଅଧିକ ସମୟ ଦଳର କାମ ପାଇଁ ଦେଇପାରିବି । ମୁଁ ରାଜ୍ୟସଭା ଯିବା ବିରୋଧରେ ନାହିଁ । ରାଜ୍ୟସଭାରେ ପ୍ରତି ଦୁଇ ବର୍ଷକୁ ହେବାକୁ ଥିବା ନିର୍ବାଚନ ଆସନ୍ତା ମାର୍ଚ୍ଚରେ ହେବ ।
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?