ମୁମ୍ବାଇ: ଜଷ୍ଟ ଫର ଫନ୍ (ଏମିତି ମଜାରେ) । ମଜା ପାଇଁ ଆମେ ବେଳେବଳେ ଏମିତି କିଛି କରିଦିଅନ୍ତି ଯାହାର ପରିଣାମ ଭୟଙ୍କର ହୋଇଯାଏ । କିନ୍ତୁ ମଜା ପାଇଁ କେହିକେହି ବଡ଼ ସଫଳତା ମଧ୍ୟ ପାଆନ୍ତି । ଠିକ୍ ସେମିତି ଏକ ଖବର ମୁମ୍ବାଇରୁ ସାମ୍ନାକୁ ଆସିଛି ।
ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଫେଲ୍ ହୋଇଥିବା ଅବ୍ଦୁଲା ଖାନଙ୍କୁ ଗୁଗୁଲ ଏବେ 1.2 କୋଟି ଟଙ୍କା ପ୍ୟାକେଜ୍ରେ ଚାକିରି ଦେଇଛି । ହଁ ଆଜ୍ଞା, ଯଦିଓ ଖାନ୍ ପଢାରେ ଏତେ ଭଲ ପ୍ରଦର୍ଶନ କରିପାରନ୍ତି ନାହିଁ ତଥାପି ଅନ୍ଲାଇନ୍ରେ ସବୁବେଳେ କିଛି ନା କିଛି କାର୍ଯ୍ୟରେ ଲାଗି ରୁହନ୍ତି ।
ସେହିଭଳି ଏକ ଅନ୍ଲାଇନ୍ ସାଇଟ୍ରେ ନିଜର ପ୍ରୋଫାଇଲ୍ ଦେଇ କିଛି ପ୍ରୋଗ୍ରାମିଂ ଟାସ୍କ ପୂରା କରୁଥିଲେ ଅବ୍ଦୁଲା । କିନ୍ତୁ ସେ ଜାଣି ନଥିଲେ ଯେ ଦିନେ ତାଙ୍କର ସେହି ପ୍ରୋଗ୍ରାମିଂ ଦେଖି ଗୁଗୁଲ କାର୍ଯ୍ୟାଳୟରୁ ତାଙ୍କ ପାଖକୁ କଲ୍ ଆସିବ । କଥାଟା ହେଲା ଅବ୍ଦୁଲାଙ୍କ ପ୍ରୋଫାଇଲ ଏମିତି ଏକ ସାଇଟ୍ରେ ଥିଲା ଯାହାକି ପ୍ରୋଗ୍ରାମିଂ ସମ୍ବନ୍ଧୀୟ ପ୍ରତିଯୋଗୀତା ଆୟୋଜନ କରେ । କିନ୍ତୁ ସାଇଟ୍ରେ ପ୍ରତ୍ୟେକ ୟୁଜରଙ୍କ ଦ୍ୱାରା ଦିଆଯାଉଥିବା ପ୍ରୋଗ୍ରାମିଂକୁ ଗୁଗୁଲ ପକ୍ଷରୁ ଯାଞ୍ଜ କରାଯାଉଛି ।
ସେମିତି ଅବ୍ଦୁଲାଙ୍କ ପ୍ରୋଗ୍ରାମିଂକୁ ମଧ୍ୟ ଗୁଗୁଲ କାର୍ଯ୍ୟଳୟ ପକ୍ଷରୁ ଯାଞ୍ଜ କରାଯାଇଥିଲା । ଏବଂ ଚଳିତ ମାସ ପ୍ରଥମରେ ଅବ୍ଦୁଲାଙ୍କୁ ସାକ୍ଷାତକାର ପାଇଁ ଲଣ୍ଡନସ୍ଥିତ ଗୁଗୁଲ କାର୍ଯ୍ୟାଳୟରୁ ଫୋନ୍ ଆସିଥିଲା । ପରେ ଅବ୍ଦୁଲାଙ୍କୁ ଚାକିରି ମିଳିଛି । ଆଇଆଇଟି ପାସ୍ କରିଥିବା ଛାତ୍ର ଯେଉଁ ପ୍ୟାକେଜ୍ ପାଇଁ ସ୍ୱପ୍ନ ଦେଖୁଛନ୍ତି ତା’ଠୁ 30 ଗୁଣା ଅଧିକ ଦରମା ପାଇବେ ଅବ୍ଦୁଲା । ସାଉଦି ଆରବରୁ ସ୍କୁଲିଂ କରିଥିବା ଅବ୍ଦୁଲା +2ରେ ସେ ମୁମ୍ବାଇ ଚାଲି ଆସିଥିଲେ ।
