ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଅନୁସାରେ ସାଧାରଣ ନାଗରିକଙ୍କ କଲ୍ୟାଣ ପାଇଁ ଜିଲ୍ଲା ସ୍ତରରେ କାର୍ଯ୍ୟକାରୀ ୟୁନିଟ ଏବଂ କେନ୍ଦ୍ରୀୟ ଓ ରାଜ୍ୟ ସଂଗଠନ ଦ୍ବାରା କରାଯାଇଥିବା ଅସାଧାରଣ ତଥା ଅଭିନବ କାର୍ଯ୍ୟକୁ ସ୍ବୀକୃତି ଦେବା ଉଦ୍ଦେଶ୍ୟରେ ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରତିଷ୍ଠା କରାଯାଇଛି । ଚିହ୍ନିତ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଏବଂ ନବସୃଜନର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଉଛି ।
ପାଞ୍ଚଟି ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କୃତ ହେବାକୁ ଥିବା ବର୍ଗ ମଧ୍ୟରେ ରହିଛି 1- ପୋଷଣ ଅଭିଯାନରେ ‘ଜନ ଭାଗିଦାରୀ,’ 2- ଖେଲୋ ଇଣ୍ଡିଆ ସ୍କିମ ଜରିଆରେ ଉତ୍କର୍ଷ କ୍ରୀଡାକୁ ପ୍ରୋତ୍ସାହନ, 3- ପିଏମ ଏସଭିଏ ନିଧି ଯୋଜନାରେ ଡିଜିଟାଲ ଦେୟ ଏବଂ ଉତ୍ତମ ପ୍ରଶାସନ, 4- ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ସ୍କିମ ମାଧ୍ୟମରେ ସାମୂହିକ ବିକାଶ ଓ 5- ମାନବ ହସ୍ତକ୍ଷେପ ବିନା ଲୋକଙ୍କ ନିକଟରେ ସେବା ପହଞ୍ଚାଇବା । କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ରୀ ମନ୍ତ୍ରୀ, ପ୍ରଶାସକ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ ।