ଭୁବନେଶ୍ୱର: ୧୪ ଫେବୃଆରୀ ୨୦୧୯ ଭାରତ ଇତିହାସର ଏକ କଳା ଦିନ ବୋଲି କହିବା ଅତ୍ୟୁକ୍ତି ହେବନାହିଁ । ଦେଶ ପାଇଁ ସହିଦ ହୋଇଗଲେ ୪୦ରୁ ଉର୍ଦ୍ଧ୍ୱ ଯବାନ । ଜମ୍ମୁ-କାଶ୍ମୀରର ପୁଲଓ୍ୱାମା ଜିଲ୍ଲାରେ ଗୁରୁବାର ଘଟିଥିବା ଛାତିଥରା ଘଟଣା ଏବେ ପ୍ରତିଟି ଭାରତୀୟଙ୍କ ହୃଦୟକୁ ଆନ୍ଦୋଳିତ କରୁଛି । ସମସ୍ତଙ୍କ ମନରେ ଭରିଦେଇଛି ପ୍ରତିଶୋଧର ନିଆଁ । ଏବେ ସମସ୍ତଙ୍କ ମୁହଁରେ ଗୋଟିଏ କଥା ‘ଦେଶ ଚାହେଁ ପ୍ରତିଶୋଧ’ ।
ଠିକ୍ ସେତିକି ବେଳେ ଆଉ କିଏ କହୁଛି ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍ର ଆବଶ୍ୟକତା ଅଛି । ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଦ୍ୱାରା କରାଯାଇଥିବା ଏହି ଅତର୍କିତ ହମଲା କେତେ ଯେ ପରିବାରକୁ ଦୁଃଖର ସାଗରରେ ଭସାଇ ଦେଇଛି ତାହା ଭାବିଲେ ଭାରତୀୟଙ୍କ ହୃଦୟ କାନ୍ଦି ଉଠୁଛି ।
RT if you want surgical strike on #Pakistan#Pulwama #Kashmir #KashmirTerrorAttack #CRPFKashmirAttack #RIPBraveHearts #PulwanaAttack pic.twitter.com/PI8XjZa2op
— its_me_Samit (@samit_mansuri) February 15, 2019
ପ୍ରତ୍ୟେକ ପରିବାରଙ୍କ ସହ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ପ୍ରତିଟି ଭରତୀୟ କାନ୍ଧରେ କାନ୍ଧ ମିଶାଇ ଛିଡ଼ା ହେବାକୁ ବଦ୍ଧପରିକର । ତେବେ ଏପରି ଏକ ବର୍ବର କାଣ୍ଡର କର୍ଣ୍ଣଧାର କୁହାଯାଉଥିବା ଆତଙ୍କବାଦୀ ସଂଗଠନ ଜୈଶ ପାକିସ୍ତାନରୁ ଅପରେଟ୍ ହେଉଥିବା କଥା ମଧ୍ୟ ସୂଚନା ମିଳିଛି । ଏହି କାଣ୍ଡକୁ ଆଉ କେହି ନୁହେଁ ବରଂ ସେହି ପୁଲୱାମାର ଯୁବକ ଆଦିଲ ଦାର କରିଥିବା ଆତଙ୍କବାଦୀ ସଂଗଠନ ପ୍ରକାଶ କରିଛି ।
ତେବେ ଏହି ହୃଦୟବିଦାରକ କାଣ୍ଡକୁ ଭିଆଇବା ପଛରେ ପାକିସ୍ତାନର ହାତ ଥିବା କଥା ମଧ୍ୟ ବୁଝିଗଲେଣି ପ୍ରତିଟି ଭାରତୀୟ । ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ପରିବାର ମଧ୍ୟ ପ୍ରିତିଶୋଧ ପାଇଁ ଅଳି କରୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଏହାକୁ କେବଳ ଏକ ରାଜନୈତିକ ମୁଦ୍ଦା ନକରି ଏକ ସଚ୍ଚା ଭାରତୀୟ ଭାବେ କାର୍ଯ୍ୟ କରିବାକୁ ବହୁ ସନ୍ଦେଶ ଦେଶ ତଥା ବିଦେଶରୁ ସାମାଜିକ ଗଣମାଧ୍ୟମରେ ଛୁଟି ଆସିଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ପାଇଁ ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନ ବୋଲି କହିସାରିଛନ୍ତି ।
ଏହାରି ଭିତରେ ପ୍ରତିଟି ଭାରତୀୟ ସିଧାସଳଖ ନହେଲେ ବି ସାମାଜିକ ଗଣମାଧ୍ୟମରେ ନିଜର ଭାବ ଏବଂ ପ୍ରତିଶୋଧ ପରାୟଣତାକୁ ବ୍ୟକ୍ତ କରୁଛନ୍ତି । ଏମିତି ମନେ ହେଉଛି ଯେ ଗତକାଲିର ବଳିଦାନ ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଆମେ ଭାରତୀୟ ବୋଲି ଜଣାଇଛି । ଗତକାଲିର ଏହି ଦୁଃଖଦ ଘଟଣାରେ ଆମ ଓଡ଼ିଶାର ଦୁଇ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଜଗତସିଂହପୁର ଜିଲ୍ଲା ନୂଆଗାଁର ପ୍ରସନ୍ନ ସାହୁ ଏବଂ କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ରତନପୁରର ମନୋଜ ବେହେରା । ଏହି ଦୁଇ ଓଡ଼ିଆ ଯବାନଙ୍କ ପାଇଁ ଆଜି ପ୍ରତିଟି ଓଡ଼ିଶାବାସୀ ନିଜକୁ ଗର୍ବ ମନେ କରୁଥିଲେ ବି ସେମାନଙ୍କ ମନରେ ପ୍ରତିଶୋଧର ଅଗ୍ନି ପ୍ରଜ୍ଜଳିତ ହେଉଛି । ତେବେ ଦେଶ ପାଇଁ ଜୀବନ ଦେଇଥିବା ଏହି ବୀର ଯବାନମାନଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ସମ୍ମାନ ଏବଂ ସମବେଦନାର ସୁଅ ଛୁଟିଛି ।
@narendramodi I pledge to block pakistan by every means, I will not use any good, web material or anything else which will benefit Pakistan by direct or indirect means. I urge people to do same. #IBlockPakistan #PulwamaRevenge
— Parag Chimanpure (@Er_Parag703) February 15, 2019
Congress's Navjot Singh Sidhu is speaking Pakistan's language. Unsurprising. But if he thinks he is pleasing Indian Muslims, he is actually deeply insulting them. My Twitter and FB timelines are littered with Indian Muslims crying for #PulwamaRevenge. India stands united in anger
— Abhijit Majumder (@abhijitmajumder) February 15, 2019
@narendramodi Honourable Sir, I wish you the greetings of the day!
I am going to vote your government for rest of my life if another surgical strike happens in your current reign.#PulwamaRevenge — aman.05.garg (@aman05garg1) February 15, 2019
Salute to the Martyrs of the Nation. Your sacrifice will not go in vain.#PulwamaRevenge.@narendramodi Nation is expecting some radical action for the revenge. pic.twitter.com/KArwK0srAs
— Dr. Mahesh Vidja, MD (@maheshvidja) February 15, 2019
