ଗୋଟେ ଝିଅ ଯେତେବେଳେ ଛୋଟଥାଏ,ସେତେବେଳେଠୁ ସେ ପରିବାରର ଅନେକ କିଛି ଦାୟିତ୍ବ ନେବା ଶିଖିଥାଏ । କେବଳ ସେତିକି ନୁହେଁ ଯଦି ଶିକ୍ଷାକ୍ଷେତ୍ର ଦେଖାଯାଏ,ତେବେ ଝିଅମାନଙ୍କ ସଫଳତାର ହାର ଅଧିକ ଥାଏ। କିନ୍ତୁ ଏମିତି ଅନେକ ସ୍ଥାନ ଆଜି ବି ଅଛି ,ଯେଉଁଠି ଝିଅମାନେ ଜନ୍ମହେଲେ ତାଙ୍କୁ ଭୃଣହତ୍ୟା କରିବାକୁ ବି ଲୋକମାନେ ପଛେଇ ନଥାନ୍ତି । ସେମାନଙ୍କର ମାନସିକତା ଆଜିମଧ୍ୟ ଝିଅମାନଙ୍କୁ ନେଇ ସେତିକି ଥାଏ । ଏହି ମାନସିକତାକୁ ବଦଳାଇବା ପାଇଁ ଜାତୀୟ ଶିଶୁକନ୍ୟା ଦିବସ ପାଳନ କରାଯାଏ । ଏହି ଦିବସ ୨୦୧୮ରୁ ଆରମ୍ଭ ହୋଇ ଆସୁଛି ।
ତେବେ ଝିଅମାନଙ୍କୁ ଉଚ୍ଚଶିକ୍ଷିତ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ବାଳିକା ସମୃଦ୍ଧି ଯୋଜନା, ଉଡାନ ଭଳି ଅନେକ ଯୋଜନା କରାଯାଇଛି । ଯାହାଦ୍ବାରା ଝିଅମାନେ ଅଧିକ ଉଚ୍ଚଶିକ୍ଷିତ ହୋଇପାରିବେ ।