ଅଧିକ ପଢନ୍ତୁ ଭାରତ ଖବର
୭ ଅଗଷ୍ଟ, ୧୯୦୫ରେ ହୋଇଥିବା ସ୍ବଦେଶୀ ଆନ୍ଦୋଳନର ସ୍ମାରକ ସ୍ବରୂପ ୨୦୧୫ ଅଗଷ୍ଟ ୭ରୁ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ପାଳିତ ହେଉଛି ଏହି ଦିବସ । ତେବେ ୨୦୧୫ରେ ଏହି ଦିବସ ପାଳନ ହେବା ପୂର୍ବରୁ ମନ୍ କୀ ବାତ୍ ରେ ମଧ୍ୟ ଖଦି ବ୍ୟବହାର ବଢ଼ାଇବା ପାଇଁ ଅପିଲ୍ କରିଥିଲେ ମୋଦି । ଏହାର ପରିଣାମ ସ୍ବରୂପ ଏବେ ଭାରତରେ ହସ୍ତତନ୍ତର ବଜାର ୨୪ ହଜାର ୩୦୦ କୋଟିରେ ପହଞ୍ଚିଛି । ସାରା ବିଶ୍ବର ହସ୍ତତନ୍ତର ୫୦ ପ୍ରତିଶତ କେବଳ ଭାରତରେ ହିଁ ଉତ୍ପାଦିତ ହେଉଛି । ତେବେ ଜାତୀୟ ହସ୍ତତନ୍ତ ଦିବସ ଅବସରରେ MY TEXTILE, MY PRIDE କ୍ୟାମ୍ପେନର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୋଦି ।
ଆଉ ଆମ ରାଜ୍ୟର ଅବସ୍ଥା । ସୋନପୁରରୁ ଯାଜପୁର, ବରଗଡ଼ରୁ ଖୋର୍ଦ୍ଧା । ଅନନ୍ୟ ହସ୍ତତନ୍ତ କଳାଚାତୁରୀ ଓଡ଼ିଶାରେ ଭାଗ୍ୟକୁ ଆଦରି ପଡ଼ିଛନ୍ତି ବୁଣାକାର । ତନ୍ତୁକୁ ନେଇ ଏମାନଙ୍କ ଜୀବନ ଏମାନଙ୍କର ଜୀବିକା । ଏମାନଙ୍କର ବାନ୍ଧକଳାର କାରଗରୀ ବିଶ୍ବର କେଉଁ କୋଣଅନୁକୋଣରେ ପହଞ୍ଚି ପ୍ରଶଂସା ସାଉଁଟି ଥିଲେ ବି ଏମାନଙ୍କର ଭାଗ୍ୟରେ ଯେମିତି ପରିବର୍ତ୍ତନ ଲେଖାନାହିଁ । ଅବଶ୍ୟ ଖଣି ଉପରେ ନିର୍ଭର କରୁଥିବା ସରକାର କେମିତି ବୁଝିବ ବୟନ ଶିଳ୍ପ ରାଜକୋଷ ବୃଦ୍ଧିର ଏକ ବଡ଼ ମାଧ୍ୟମ । ଅନ୍ୟକୁ ସଜାଉଥିବା ଲୋକ, ଅନ୍ୟର ଲାଜ ଢାଙ୍କୁଥିବା ଲୋକ କେମିତି ଅଛି, କେମିତି ବଞ୍ଚିଛି ସେନେଇ ବୁଝିବାକୁ କାହାର ଆତ୍ମୀୟତା ନାହିଁ । ଏମିତିରେ ୨୩ ବର୍ଷର ସରକାରର ପୁରୁଷାର୍ଥ ଉପରେ ମଧ୍ୟ ପ୍ରଶ୍ନ ଛିଡ଼ା ହୋଇଛି ।
ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ସରକାର ବୁଣାକାରମାନଙ୍କୁ ଗୋଟିଏ ଛୋଟ ଇନଭେଟର, ଗୋଟିଏ ବ୍ୟାଟେରୀ, ସିଲିଂ ପଙ୍ଖା ଓ ଏଲଇଡି ବଲବ୍ ଯୋଗାଉଥିବା ନେଇ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି । ହେଲେ ଗ୍ରାଉଣ୍ଡଜିରୋରେ ଏହା ପହଞ୍ଚୁଛି କି ନାହିଁ ତାକୁ ଦେଖିବାକୁ କେହି ନାହାନ୍ତି । ତେବେ ଭୋକରେ ପେଟ ପୋଡ଼ିଯାଉଥିବା ବେଳେ ସିଲିଂ ପଙ୍ଖା ନେଇ ଜଣେ କରିବ କଣ ?