କୋରାପୁଟ ପରି ଏକ ଆଦିବାସୀ ଅନୁନ୍ନତ ଜିଲ୍ଲାରୁ ଆସି ମୁଁ ଏହି ପୁରସ୍କାର ଗ୍ରହଣ ଥିବାରୁ ବହୁତ ଖୁସି ଥିବା ସେ କହିଛନ୍ତି। ପୂର୍ବରୁ ମଧ୍ୟ ସେ ମଧ୍ୟ ଶିକ୍ଷା କ୍ଷେତ୍ରରେ ନିଜର ଅବଦାନ ପାଇଁ ରାଷ୍ଟ୍ରପତି ପୁରସ୍କାର ପାଇଥିଲେ। ୨୦୧୮ ମସିହା ପାଇଁ ୨୪ ଜଣ ଏବଂ ୨୦୧୯ ମସିହା ପାଇଁ୨୩ ଜଣ ଙ୍କୁ ସମ୍ମାନିତ କରାଯାଇଛି।
National ICT ( information Communication Technology ) Award for Teacher ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ୨୦୦୪ ରୁ ପ୍ରତିବର୍ଷ ଏହି ସମ୍ମନ ପ୍ରଦାନ କରାଯାଉଥିବା ବେଳେ ପ୍ରଥମ ଓଡ଼ିଆ ଭାବେ ସେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପିଲାମାନଙ୍କର ଶୈକ୍ଷିକ ବିକାଶ ପାଇଁ କାର୍ଯ୍ୟ କରୁଥିବା ଶିକ୍ଷକ ମାନଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଉଥିବା ସେ କହିଛନ୍ତି।
ଭାରତ ସରକାରଙ୍କ ଦ୍ୱାରା ଶିକ୍ଷକ ମାନଙ୍କୁ ଦିଆଯାଉଥିବା ଦୁଇଟି ଉଲ୍ଲେଖନୀୟ ପୁରସ୍କାର ହେଉଛି, ଜାତୀୟ ଶିକ୍ଷକ ପୁରସ୍କାର(NATIONAL AWARD TO TEACHERS) ଏବଂ ଜାତୀୟ ଆଇ.ସି.ଟି ଶିକ୍ଷକ ପୁରଷ୍କାର (NATIONAL I.C.T AWARD TO TEACHERS )I
ଏଥି ମଧ୍ୟରୁ ଶ୍ରୀଯୁକ୍ତ ମିଶ୍ର ଜାତୀୟ ଶିକ୍ଷକ ପୁରସ୍କାର -୨୦୧୭ ନିମନ୍ତେ ଓଡିଶାର ଏକ ମାତ୍ର ଶିକ୍ଷକ ଭାବରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କଠାରୁ ପୁରସ୍କୃତ ହେଇସାରିଛନ୍ତି I
ବିଜ୍ଞାନ ଓ ଗଣିତର କଠିନ ପ୍ରସଙ୍ଗ ଗୁଡିକୁ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗଦ୍ଵାରା ସରଳ ଭାବରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରସ୍ତୁତ କରି ସେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ବିଜ୍ଞାନରେ ବ୍ଲଗ ତିଆରି କରିବା, ୟୁ ଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ କରିବା, ଜିଓଜେବ୍ରା , ଆଲଗୋଡୋ , ଟ୍ରାଇଆମଫକ୍ଲାଉଡ଼ , ଜାମବୋର୍ଡ , ଆନିମେସନ , ୱାର୍ଡ ୱାଲ ନେଟ, କହୁତ ଏଡୁପଜଳ , ତେଡେଡ଼, ଗିଫ ଆଦି ସଫ୍ଟୱେରର ବ୍ୟବହାର କରି ବିଜ୍ଞାନ ଶିକ୍ଷାକୁ ରୁଚିମନ୍ତ କରିବାରେ ସେ ସଫଳ ହୋଇଛନ୍ତି I
ତେବେ ସେ କେବଳ ଘରେ ବସି ଏସବୁ ସଫ୍ଟୱେର ଦ୍ୱାରା ବିଷୟ ବସ୍ତୁ ତିଆରିରେ ସିମୀତ ନଥିଲେ ପରନ୍ତୁ କୋଭିଡି-୧୯ ଜନିତ ଶିକ୍ଷା ବ୍ୟବସ୍ଥାରେ ହୋଇଥିବା କ୍ଷତିକୁ ଭରଣା କରିବା ନିମନ୍ତେ ସେ ବିଦ୍ୟାଳୟ ଲକଡାଉନ ସମୟରେ ଜୟପୁର ନିକଟବର୍ତ୍ତୀ ପ୍ରାୟ ସାତଖଣ୍ଡ ଗ୍ରାମକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଭିଡିଓ ଶିକ୍ଷା ବ୍ୟତୀତ PDF ସାଧନ ମାଧ୍ୟମରେ ଶିକ୍ଷାଦାନକୁ ଅନବରତ ଚାଲୁ ରଖିବାରେ ସକ୍ଷମ ହୋଇଥିଲେ।
କୋଭିଡ ସଚେତନତା ନିମନ୍ତେ ତଥା ଅନଲାଇନ ଶିକ୍ଷାଦାନ ନିମନ୍ତେ ନିଜକୁ ପ୍ରସ୍ତୁତ କରିବା ନିମନ୍ତେ ସେ ଜବାହାରଲାଲ୍ ନେହେରୁ ବିଶ୍ଵବିଦ୍ୟାଳୟ, ନୂଆଦିଲ୍ଲୀ ତଥା ଆନ୍ତର୍ଜାତୀୟ ସ୍ତରର ଅନେକ ଅନୁଷ୍ଠାନର କର୍ମଶାଳାରେ ଭାଗନେଇ ICT ମାଧ୍ୟମରେ ଶିକ୍ଷାଦାନ ସମ୍ବନ୍ଧୀୟ କୌଶଳ ଗୁଡିକ ଶିଖିଥିଲେ I ସେ ଆମେରିକାସ୍ଥିତ ଏଡ଼ିନବର୍ଗ ବିଶ୍ୱବିଦ୍ୟାଳୟ, ଡ଼ିଉକ ବିଶ୍ୱବିଦ୍ୟାଳୟ, ଭର୍ଜିନିଆ ବିଶ୍ୱବିଦ୍ୟାଳୟ , IIT କାନପୁର, NCERT , SWAYAM ତଥା ଭାରତୀୟ ବିଜ୍ଞାନ ସଂଚାର ଅନୁଷ୍ଠାନରୁ ଗୁଡ଼ିକରୁ ଅନେକ ଅନଲାଇନ କୋର୍ସ କରି ନିଜର ଶିକ୍ଷାର ଗୁଣବତ୍ତାକୁ ରୁଦ୍ଧିମନ୍ତ କରିପାରିଛନ୍ତି I ମାଧ୍ୟମିକ ଶିକ୍ଷାର୍ଥୀଙ୍କ ନିମନ୍ତେ ସେ ଗଣିତ ଓ ବିଜ୍ଞାନ ବିଷୟ ପାଇଁ ସାତ ଖଣ୍ଡ ଉପାଦେୟ ପୁସ୍ତକ ରଚନା ମଧ୍ୟ କରିଛନ୍ତି।
ରିସର୍ଚ ଗେଟୱେ ଫାଉଣ୍ଡେସନ ଦ୍ୱାରା ୨୦୨୦ ମସିହା ନିମନ୍ତେ ଶ୍ରେଷ୍ଠ ଗବେଷକ ପୁରସ୍କାର ମଧ୍ୟ ପଇସାରିଛନ୍ତି I ଅଧୁନା ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ନିଜର ପି.ଏଚ .ଡି ଜାରୀ ରଖିଛନ୍ତି ।