ଶ୍ରୀନଗର: ପୁଣି ଜାମ୍ମୁ କଶ୍ମୀରର ବଡ଼ଗାମରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଶୁକ୍ରବାର ଭୋର ସକାଳୁ ଭାରତୀୟ ଯବାନମାନେ ଏନକାଉଣ୍ଟର କରିଛନ୍ତି । ଏଥିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁତସୁ ଗାଁ ନିକଟ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ସଂସ୍ଥା ପକ୍ଷରୁ ସୂଚନା ମିଳିଥିଲା । ଏହା ପରେ ସୁରକ୍ଷାବାହିନୀର ଯବାନମାନେ ଘଟଣାସ୍ଥଳରେ ପହଂଚି ଅପରେସନ ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ବହୁ ସମୟ ଧରି ଉଭୟ ପଟୁ ଗୁଳିବିନିମୟ ଜାରି ରହିଥିଲା । ଏନ୍କାଉଣ୍ଟରରେ ଦୁଇ ଜଣ ନିହତ ହୋଇସାରିଥିବା ବେଳେ ଆହୁରି 3 ଜଣ ଆତଙ୍କବାଦୀ ସେହି ଅଞ୍ଚଳରେ ଲୁଚି ରହିଥିବା ଜଣାପଡ଼ିଛି । ଏହି ଏନ୍କାଉଣ୍ଟର ସମୟରେ 4ଜଣ ଯବାନ ଗୁରୁତର ଥିବା ରିପୋର୍ଟରୁ ସୂଚନା ମିଳିଛି ।
#UPDATE Four Army soldiers have been injured in the encounter in Budgam. Operation continues https://t.co/Qhf0thvfpM
— ANI (@ANI) March 29, 2019
ସୂଚନାଯୋଗ୍ୟ ବୁଧୁବାର-ଗୁରୁବାର ରାତି ସୋପିଆ ଜିଲ୍ଲାରେ ସୁରକ୍ଷାବାହିନୀର ଯବାନମାନେ ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ସେନା, ସିଆରପିଏଫ ଏବଂ ଜମ୍ମୁ କଶ୍ମୀର ପୋଲିସର ଯବାନମାନେ ଅତର୍କିତ ଭାବରେ ପହଂଚି ଏନକାଉଣ୍ଟର ଆରମ୍ଭ କରି ଦେଇଥିଲେ । ଜମ୍ମୁ କଶ୍ମୀରର ବାନ୍ଦିପୋରା ଏବଂ ସୋପିଆ ଜିଲ୍ଲାରେ ମାର୍ଚ୍ଚ ୨୩ରେ ସୁରକ୍ଷାବଳ ସହିତ ଭିନ୍ନ ଭିନ୍ନ ଏନକାଉଣ୍ଟର ହୋଇଥିଲା । ଏଥିରେ ମୋଟ ୬ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏଥିରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ସାମିଲ ଥିଲେ । ଏହି ଆତଙ୍କବାଦୀମାନେ ଜଣେ ୧୨ ବର୍ଷର ବାଳକକୁ ବନ୍ଧକ କରି ହତ୍ୟା କରିଥିଲେ । ଏନକାଉଣ୍ଟରରେ ମରିଥିବା ଆତଙ୍କବାଦୀଙ୍କ ସଂଖ୍ୟ ୧୦ରେ ପହଂଚିଛି ।#UPDATE Jammu & Kashmir: One more terrorist has been killed in the encounter in Sutsu village of Budgam district. Search operation underway. https://t.co/KJZNLYoUcm
— ANI (@ANI) March 29, 2019
