କିପରି ଭାରତର ବିକାଶ ଏବଂ ସ୍ଵାଧୀନତାରେ ଜନଜାତିର ମୁଖ୍ୟ ଭୂମିକା ରହିଛି । ଏବଂ ଏହି ଧାରାକୁ ବଜାୟ ରଖି ଜନଜାତିଙ୍କ ଉପରେ ଅଧିକରୁ ଅଧିକ କାମ ବିଶ୍ଵବିଦ୍ୟାଳୟରେ ହୋଇପାରିବ ସେ ନେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ Nsct ର ସଦସ୍ୟ ଅନନ୍ତ ନାୟକ କହିଛନ୍ତି ଯେ ଜନଜାତିଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କ ଭିଜନ କ୍ରମେ ଅଧିକ ଅନୁସନ୍ଧାନ ହେବ ଏବଂ ସେମାନଙ୍କ ବିକାଶ ଉପରେ ଦୃଷ୍ଟି ଦିଆଯିବ।
କର୍ମଶାଳାରେ ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ପ୍ରାୟ 80 ଜଣ କୁଳପତି ଯୋଗ ଦେଇଛନ୍ତ । ସେହିପରି 100 ରୁ ଅଧିକ ବିଶ୍ୱବିଦ୍ୟାଳୟର 40 ହଜାର ଛାତ୍ରଛାତ୍ରୀଙ୍କ ସହିତ ମଧ୍ୟ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିବା ସେ କହିଛନ୍ତି ।
ବ୍ରିଟିଶ ଶାସନ ହେଉ କି ମୋଗଲ ସବୁ ସମୟରେ ଆଦିବାସୀମାନଙ୍କ ଅସ୍ମିତା, ଅସ୍ତିତ୍ଵ ଏବଂ ବିକାଶକୁ ମାରି ଦେବା ପାଇଁ ଚେଷ୍ଟା କରାଯାଇଛି । ବ୍ରିଟିଶ ଶାସନ ସମୟରେ ସେମାନେ ଅନୁଭବ କରିଲେ ଆଦିବାସୀ ମାନେ ସ୍ୱାଧୀନତା ପାଇଁ ବେଶୀ ଆଗକୁ ଆସିଛନ୍ତି । ଆଦିବାସୀ ଅଞ୍ଚଳରେ ତାଙ୍କ ସୈନ୍ୟ ବେଶୀ ଆହତ ହୋଇଥିଲେ ଏବଂ ମରି ଥିଲେ ମଧ୍ୟ । ତେଣୁ ବ୍ରିଟିଶ ସେମାନଙ୍କ ଅସ୍ତିତ୍ବ, ସଂସ୍କୃତି , ହକକୁ ଛଡ଼େଇ ନେବାକୁ ନିୟମ ପ୍ରଣୟନ କରିଥିଲେ । ବର୍ତ୍ତମାନ ସୁଦ୍ଧା ମଧ୍ୟ ଆଦିବାସୀମାନଙ୍କର ବିକାଶ ହୋଇ ପାରିନାହିଁ । ତେଣୁ ପ୍ରଧାନମନ୍ତ୍ରୀ ଅନୁଭବ କରିଲେ ଆଦିବାସୀମାନଙ୍କ ପାଇଁ ଅନେକ ଯୋଜନା ହେଉଛି କିନ୍ତୁ ଫଳପ୍ରଦ ହୋଇ ପାରି ନାହିଁ ।
ସେଥିପାଇଁ ଏପରି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ବିଶ୍ୱ ବିଦ୍ୟାଳୟ ସ୍ତରରେ ଅଧିକରୁ ଅଧିକ ଆଦିବାସୀ ମାନଙ୍କ ଉପରେ ଗବେଷଣା କରିବା । ଅସ୍ମିତା ପାଇଁ ସେମାନଙ୍କ ସଂସ୍କୃତି, ଇତିହାସ , ସାମାଜିକ ଜୀବନୀ , ଗୁରୁତ୍ୱ ଏବଂ ନ୍ୟାୟ ଉପରେ କାମ କରିବା । ସେହିପରି ଅସ୍ତିତ୍ବ କହିଲେ ସେମାନଙ୍କ ସମସାମୟିକ ଚ୍ୟାଲେଞ୍ଜକୁ ସମ୍ନା କରି ଯୋଜନାର ରୂପାୟନ କରିବା । ଏବଂ ବିକାଶ କିପରି ଗ୍ରାଉଣ୍ଡରେ ପଂହଁଚିବ ସେ ନେଇ ଫୋକସ କରିବା । ସେମାନଙ୍କ ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ଅଧିକ ଜୋର ଦେବା ପାଇଁ କାର୍ଯ୍ୟ କରିବା ଆଦି ବିଷୟରେ ଚର୍ଚ୍ଚା ହୋଇଛି ।