ଅର୍ଗସ ବ୍ୟୁରୋ : ଅସ୍କାରରେ ସାମିଲ ହେଲା ଆରଆରଆର ଫିଲ୍ମର ଗୀତ ‘ନାଟୁନାଟୁ’ । ଯାହାକୁ ନେଇ ଭାରତୀୟ ଫିଲ୍ମ ଜଗତରେ ଖୁସିର ଲହର ଦେଖିବାକୁ ମିଳିଛି । ଲୋକପ୍ରିୟ ଅଭିନେତା ରାମଚରନ ଏବଂ ଜୁନିଅର ଏଣ୍ଟିଆରଙ୍କ ଅଭିନୀତ ଫିଲ୍ମ ଆରଆରଆର ର ନାଟୁନାଟୁ ଗୀତ ଏବେ ଅସ୍କାର ପାଇଁ ଚୟନ କରାଯାଇଛି । ଯାହା ସିନେ ଜଗତରେ ଚହଳ ସୃଷ୍ଟି କରିଛି । ଏହି ଗୀତର କ୍ରେଜ ଏତେ ଅଧିକ ଥିଲା ଯେ, ଭାରତବାସୀଙ୍କ ସମେତ ବିଶ୍ବବାସୀ ଏହାକୁ ପସନ୍ଦ କରିଥିଲେ । କିଛିଦିନ ତଳେ ଏହି ଗୀତ ଗୋଲ୍ଡେନ ପୁରସ୍କାର ଜିତିଥିଲା । ବର୍ତ୍ତମାନ ଅସ୍କାରରେ ମନୋନୟନ କରାଯାଇଥିବାକୁ ନେଇ ଏହାର ନିର୍ଦ୍ଦେଶକ ଏସ ଏସ ରାଜମୌଲି ବେଶ ଖୁସି ଅଛନ୍ତି ।
ଏହି ଚଳଚ୍ଚିତ୍ରକୁ କେବଳ ଚୟନ କରାଯାଇନାହିଁ ବରଂ ପୁରସ୍କାର ହାତେଇବା ଲାଗି ଦାବି ମଧ୍ୟ କରାଯାଇଛି । ନାଟୁନାଟୁ ଗୀତରେ ଉଭୟ କଳାକାରଙ୍କ ଦମଦାର ଡ୍ୟାନ୍ସ ପଫୋମାନ୍ସକୁ ଦର୍ଶକ ଭୂରିଭୁରି ପ୍ରଶଂସା କରିଥିଲେ । ଉଭୟଙ୍କ ଧୂଆଁଧାର ଡ୍ୟାନ୍ସରେ ମତୁଆଲା ହୋଇଥିଲେ ଦର୍ଶକ । ଏବେ ଗୋଟିଏ ପରେ ଗୋଟିଏ ସଫଳତା ହାତେଇଥିବା ଏହି ଚଳଚ୍ଚିତ୍ରକୁ ନେଇ ବେଶ ଖୁସି ଅଛନ୍ତି ଚଳଚ୍ଚିତ୍ର ନିର୍ମାତା । ତେବେ ଏହି ବର୍ଗରେ’ନାଟୁ ନାଟୁ’ସମେତ ୫ ଟି ଗୀତ ଚୂଡାନ୍ତ ପର୍ଯ୍ୟାୟକୁ ମନୋନୀତ ହୋଇଛି ।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।