ଏହା ବ୍ୟତୀତ ଗତ ୬ ମାସ ମଧ୍ୟରେ କରାଯାଇଥିବା ନୌସେନାର ଅପରେସନ୍, ଲଜିଷ୍ଟିକ୍ସ, ଟ୍ରେନିଂ, ମାନବ ସମ୍ବଳ ଏବଂ ଭବିଷ୍ୟତ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯିବ । ଭାରତ ମହାସାଗରରେ ଚୀନ ପକ୍ଷରୁ ବୃଦ୍ଧି ପାଉଥିବା ଗତିବିଧି ଉପରେ ମଧ୍ୟ କମାଣ୍ଡରମାନେ ଆଲୋଚନା କରିବେ । INS ବିକ୍ରାନ୍ତରେ ଏହି ସମ୍ମିଳନୀ ହେଉଥିବାରୁ ଏହା ବେଶ ଗୁରୁତ୍ବପୂର୍ଣ୍ଣ ମଧ୍ୟ ରହିଛି ।
ଗତ ୬ ମାସ ହେବ ନୌସେନାରେ ସାମିଲ ହୋଇଛି ସ୍ୱଦେଶୀ ଜ୍ଞାନକୌଶରେ ନିର୍ମିତ ଭାରତର ଏହି ଯୁଦ୍ଧପୋତ । ବର୍ତ୍ତମାନ ଏହା ଉପରେ ମୁତୟନ ହେବାକୁ ଥିବା ଯୁଦ୍ଧ ବିମାନର ପରୀକ୍ଷା ଚାଲିଛି ।