ତେବେ ନବରାତ୍ରୀ ପାଇଁ ମା'ଙ୍କ ମନ୍ଦିର ଚଳ ଚଞ୍ଚଳ ହୋଇଉଠିଛି। ବହୁ ଦୂର ଦୁରାନ୍ତର ରୁ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଛି। ବିଶ୍ୱାସ ରହିଛି ଏହି ଦିନ ମାନଙ୍କ ରେ ମା'ଙ୍କ ଦର୍ଶନ ଲାଭ କରିବା ସହିତ ମନସ୍କାମନା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ। କୋଟି ଜନ୍ମ ର ପୂର୍ଣ୍ଣ ମିଳିଥାଏ।ପ୍ରତିବର୍ଷ ଶରତ ଋତୁରେ ନବରାତ୍ରୀ ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଇଥାଏ ।ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ତେବେ ସାଧାରଣତଃ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରୀ ପ୍ରଧାନ ।
ଶରତ ନବରାତ୍ରୀ:
ଆଶ୍ୱିନ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ ମା'ଙ୍କର ଅବତାର ହେଲା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ତଥା ସିଦ୍ଧିଦାତ୍ରୀ। ତେବେ ପ୍ରତ୍ୟେକ ଦିନ ଏହି ୯ ଅବତାରକୁ ଲାଗି ହୁଏ ୯ ପ୍ରକାରର ଭୋଗ ।
ମା'ଙ୍କ ଶୈଳପୁତ୍ରୀ ବେଶ:
ଚୈତ୍ର ଶୁକ୍ଳ ଓ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ୟ୍ୟନ୍ତ ନବଦୁର୍ଗାଙ୍କ ପୂଜା କରାଯାଏ। ମାଆ ଜଗତଜନନୀଙ୍କୁ ପ୍ରସନ୍ନ କରିବା ପାଇଁ ବହୁ ଲୋକେ ନବରାତ୍ରୀ ଉପବାସ ପାଳନ କରିଥାଆନ୍ତି । ଆଶ୍ୱିନ ମାସର ଶୁକ୍ଲ ପ୍ରତିପଦାରୁ ନବରାତ୍ରୀ ଆରମ୍ଭ ହୁଏ । ତେବେ ଏହି ନବଦିନାତ୍ମକ ପର୍ବର ପ୍ରଥମ ଦିନରେ ମା' ଶୈଳପୁତ୍ରୀ ବେଶରେ ପୂଜା ପାଇଥାଆନ୍ତି ମାଆ ଦୁର୍ଗା । ପର୍ବତରାଜ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଆବିର୍ଭାବ ହୋଇଥିବାରୁ ତାଙ୍କୁ ଶୈଳପୁତ୍ରୀ ରୂପରେ ପୂଜା କରାଯାଇଥାଏ । ମାଆଙ୍କୁ ଏହି ରୂପରେ ପୂଜାର୍ଚ୍ଚନା କରିବା ଦ୍ବାରା ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: