ସେଥିପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖକୁ ଭାରତୀୟ ନୌସେନ ଦିବସ ଭାବରେ ପାଳନ କରା ଯାଇଥାଏ । ଚଳିତ ବର୍ଷ ଏହି ଉତ୍ସବ ପାଳନରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ୍ମୁ । ସେଥିପାଇଁ ଏବେ ଜୋରସୋରରେ ଚାଲିଛି ଅଭ୍ୟାସ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ନୂଆଦିଲ୍ଲୀ: ଆଗକୁ ଆସୁଛି ଭାରତୀୟ ନୌସେନା ଦିବସ । ସେଥିପାଇଁ ଆରମ୍ଭ ହୋଇଯାଇଛି ଜୋରଦାର୍ ପ୍ରସ୍ତୁତି । ବିଶାଖାପାଟଣାର ଆରକେ ବିଚ୍ ରେ ଚାଲିଛି ଅଭ୍ୟାସ । ୧୯୭୧ ଭାରତ-ପାକ୍ ଯୁଦ୍ଧ ସମୟରେ ଭାରତୀୟ ନୌସେନା ତରଫରୁ ଅପରେସନ୍ ଟ୍ରାଇଡେଣ୍ଟ୍ ଲଞ୍ଚ କରାଯାଇଥିଲା । ସେଦିନ ଥିଲା ଡିସେମ୍ବର ୪ ତାରିଖ ।
ସେଥିପାଇଁ ପ୍ରତିବର୍ଷ ଡିସେମ୍ବର ୪ ତାରିଖକୁ ଭାରତୀୟ ନୌସେନ ଦିବସ ଭାବରେ ପାଳନ କରା ଯାଇଥାଏ । ଚଳିତ ବର୍ଷ ଏହି ଉତ୍ସବ ପାଳନରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମ୍ମୁ । ସେଥିପାଇଁ ଏବେ ଜୋରସୋରରେ ଚାଲିଛି ଅଭ୍ୟାସ ।
ଭାରତ ଖବର ଆହୁରି ପଢ଼ନ୍ତୁ ।
କନ୍ଧମାଳ : ଆଜି କେନ୍ଦ୍ର କ୍ୟାବିନେଟ ରେ କନ୍ଧମାଳ ହଳଦୀକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଆଜି କନ୍ଧମାଳ ହଳଦୀ ବୋର୍ଡ ଗଠନ କରିଛନ୍ତି ।ଏହାକୁ ନେଇ ସମଗ୍ର କନ୍ଧମାଳ ଜିଲ୍ଲା ବାସୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଖୁବ ପ୍ରସଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି । ବୋର୍ଡ ଗଠନ ହେବା ଦ୍ୱାରା ହଳଦୀ ଚାଷୀଙ୍କ ଆୟ ବୃଦ୍ଧି ପାଇବ ଏବଂ ବୋର୍ଡ ମାଧ୍ୟମରେ ବିକ୍ରି ବଟା କରି ଚାଷୀ ମାନେ ଲାଭନ୍ବିତ ହୋଇପାରିବେ । ଅନ୍ୟ ପକ୍ଷରେ କନ୍ଧମାଳ ହଳଦୀକୁ ଜି ଆଇ ଟ୍ୟାଗ ମାନ୍ୟତା ମଧ୍ୟ ରହିଛି ।
ଅଧିକ ପଢନ୍ତୁ : 17 ଟି ଖାଦ୍ୟ ସାମଗ୍ରୀ ମଧ୍ୟରୁ ବିଜେତା ହାଇଦ୍ରାବାଦର ହାଲିମ୍
କନ୍ଧମାଳ ଜିଲ୍ଲାରେ ଜୈବିକ ପଦ୍ଧତିରେ ହେଉଥିବା ହଳଦୀ ଚାଷ ଯୋଗୁଁ ସେଥିରେ ରହିଥିବା କରକୁମିନ ବିଶେଷ କରି କ୍ୟାନ୍ସର ପୀଡ଼ିତ ରୋଗକୁ ଭଲ କରିବାରେ ବେଶ ଜଣା ଶୁଣା ତେଣୁ କନ୍ଧମାଳ ହଳଦୀ ବୋର୍ଡ ଗଠନ ଦ୍ୱାରା ହଳଦୀ ଦର କମ ରହୁଥିବା ଯୋଗୁଁ ଅନେକ ଚାଷୀ ଚାଷ କାମ ଛାଡ଼ି ଦାଦନ ଶ୍ରମିକ ଭାବେ ବାହାରକୁ ଯାଉଥିଲେ ।କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ଅଞ୍ଚଳର ଚାଷୀମାନେ ପୁନର୍ବାର ହଳଦୀ ଚାଷ ପାଇଁ ଆଗ୍ରହ ପ୍ରକାଶ କରିବେ l
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର କ୍ୟାବିନେଟରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ଗ୍ୟାସ ମୂଲ୍ୟ କମାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନବରାତ୍ରୀ ଏବଂ ଆସୁଥିବା ପର୍ବପର୍ବଣୀ ପୂର୍ବରୁ ପ୍ରଧାନମନ୍ତ୍ରୀ ପୁଣି ଥରେ ଦେଶର ମାଆ, ଭଉଣୀଙ୍କୁ ଉପହାର ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଆଜି ଉଜ୍ଜ୍ୱଳା ଯୋଜନାରେ ଦିଆଯାଉଥିବା ଗ୍ୟାସ ମୂଲ୍ୟ ୩୦୦ ଟଙ୍କା ହ୍ରାସ କରିବା ପାଇଁ ନିଷ୍ପତି ନିଆଯାଇଛି । ପୂର୍ବରୁ ଉଜ୍ଜ୍ୱଳା ଲାଭାର୍ଥୀଙ୍କୁ ୨୦୦ ଟଙ୍କାର ସବସିଡି ଦିଆଯାଉଥିଲା ।
ଗତ ଅଗଷ୍ଟ ମାସରେ ୨୦୦ ଏବଂ ଆଜି ୧୦୦ ଟଙ୍କା ହ୍ରାସ କରିବାର ନିଷ୍ପତି ନେବା ପରେ ଉଜ୍ଜ୍ୱଳା ହିତାଧିକାରୀମାନେ ଏଣିକି ବଜାରର ନିର୍ଦ୍ଧାରିତ ମୂଲ୍ୟ ଠାରୁ ୫୦୦ ଟଙ୍କା କମ୍ ମୂଲ୍ୟରେ ଗ୍ୟାସ ପାଇବେ । ମହିଳାଙ୍କ ଆଖିରୁ ଲୁହ ପୋଛିବା, ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ, ସମ୍ମାନ ଓ ସଶକ୍ତିକରଣ ଦିଗରେ ଏହା ଏକ ସମ୍ବେଦନଶୀଳ ପଦକ୍ଷେପ । ଗରିବ ଏବଂ ମହିଳା କଲ୍ୟାଣ ଦିଗରେ ଏହି ଜନକଲ୍ୟାଣକାରୀ ନିର୍ଣ୍ଣୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୯ ତାରିଖରେ ରକ୍ଷା ବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏଲପିଜି ହିତାଧିକାରୀଙ୍କ ଗ୍ୟାସ ସିଲିଣ୍ଡର ପିଛା ନିର୍ଦ୍ଧାରିତ ମୂଲ୍ୟ ଠାରୁ ୨୦୦ ଟଙ୍କା କମ୍ କରିବା ସହ ‘ଆଜାଦୀ କା ଅମୃତ’ ମହୋତ୍ସବ ଅନ୍ତର୍ଗତ ସରକାରଙ୍କ ମହତ୍ୱକାଂକ୍ଷୀ ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ମାଗଣାରେ ଏଲପିଜି ଗ୍ୟାସ ପ୍ରଦାନ କରିବା ପାଇଁ ନିଷ୍ପତି ହୋଇଥିଲା । ଏହି ନିଷ୍ପତି ଫଳରେ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀଙ୍କୁ ମଧ୍ୟ ପୂର୍ବ ମୂଲ୍ୟକୁ ହ୍ରାସ କରି ଗ୍ୟାସ ମୂଲ୍ୟ ଉପରେ ମୋଟ ୪୦୦ ଟଙ୍କାର ଛାଡ୍ ମିଳିଥିଲା । ଆଜି ପୁଣି ଥରେ ଉଜ୍ଜ୍ୱଳା ହିତାଧିକାରୀଙ୍କ ପାଇଁ ୧୦୦ ଟଙ୍କା କମିବା ସ୍ୱାଗତଯୋଗ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଜାଭେଲିନରେ ଭାରତର ଦମଦାର ପ୍ରଦର୍ଶନ । ପୁଣି ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା । ଚତୁର୍ଥ ଥ୍ରୋରେ 88.88 ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କଲେ ନୀରଜ । କିଶୋର ଜିତିଲେ ରୌପ୍ୟ ପଦକ । କିଶୋର ଜେନାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ । ଚତୁର୍ଥ ଥ୍ରୋରେ 87.54 ମିଟର ଫିଙ୍ଗିଲେ କିଶୋର । ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ । ଏହାସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି କିଶୋର ଜେନା ।
Historic GOLD & SILVER for India 🔥🔥🔥
Neeraj Chopra wins Gold & Kishore Jena wins Silver medal in Javelin Throw.
Neeraj with SB: 88.88m
Kishore with PB: 87.54m (Also qualifies for Paris Olympics. #AGwithIAS | #IndiaAtAsianGames #AsianGames2022 pic.twitter.com/CRxQN9ZxL0 — India_AllSports (@India_AllSports) October 4, 2023
ଆହୁରି ପଢନ୍ତୁ ଖେଳ ଖବର...