ଅର୍ଗସ ବ୍ୟୁରୋ:କୋଲକାତାର ଆର୍ଜି କର ମେଡିକାଲ କଲେଜ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସରୁନି ନ୍ୟାୟ ପାଇଁ ଲଢେଇ,ପଶ୍ଚିମବଙ୍ଗରେ ସରକାରୀ ଡାକ୍ତରଙ୍କ ସମୂହ ଇସ୍ତଫା ଦିଦିଙ୍କ ଟେନସନ ବଢାଇଦେଇଛି,କଡ଼ା କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଚାକିରି ଛାଡୁଛନ୍ତି ଡାକ୍ତର। ଆର୍ ଜି କର ମେଡିକାଲ କଲେଜ ପରେ କୋଲକାତା ଓ ମେଦିନପୁରରେ ଇସ୍ତଫା ଦେଇଛନ୍ତି ଡାକ୍ତର। ସେପଟେ ଦୀର୍ଘ ଦିନ ହେଲା ଆମରଣ ଅନଶନ କରୁଛନ୍ତି ଜୁନିୟର ଡାକ୍ତର।ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦାବିରେ ଜୁନିୟର ଡାକ୍ତରମାନେ ୪୨ ଦିନ ଧରି ବିକ୍ଷୋଭ କରିଥିଲେ। ଏହାପରେ ସେପ୍ଟେମ୍ବର ୨୧ରୁ ଆନ୍ଦୋଳନରେ ବିରାଟ ଲଗାଇ ଆଂଶିକ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। କିଛିଦିନ ପୂର୍ବରୁ ଡାକ୍ତରଙ୍କ ୫ ଦାବି ମଧ୍ୟରୁ ୩ ଦାବିକୁ ମାନିନେଇଥିଲେ ପଶ୍ଚିମବଙ୍ଗ ସରକାର। ଲାଗୁଥିଲା ଟିଏମସି ସରକାରଙ୍କ ଦ୍ୱାରା ଦିଆଯାଇଥିବା ସବୁ ପ୍ରତିଶ୍ରୁତି ପୂରଣ ହୋଇଯିବ ବୋଲି ମାତ୍ର ସରାକାର ପୂର୍ବ ଆନ୍ଦୋଳନ ପ୍ରତ୍ୟାହାର ବେଳେ ଦେଇଥିବା ଦାବିଗୁଡ଼ିକୁ ପୂରଣ କରୁ ନଥିବାରୁ ପୁଣି ରାଜରାସ୍ତାକୁ ଓହ୍ଲାଇଥିଲେ ଜୁନିୟର ଡାକ୍ତର ମାନେ । ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନେ ଅନିର୍ଦ୍ଦିଷ୍ଟ ଓ କାର୍ଯ୍ୟ ବନ୍ଦ ଆନ୍ଦୋଳନ ପୁଣି ଆରମ୍ଭ କରିଦେଇଛନ୍ତି। ପ୍ରତିକ୍ରିୟାରେ କହିଛନ୍ତି ସୁରକ୍ଷା ସମ୍ପର୍କିତ ଆମ ଦାବିକୁ ପୂରଣ କରିବା ଦିଗରରେ ରାଜ୍ୟ ସରକାର କୌଣସି ସକାରାତ୍ମକ ପଦକ୍ଷେପ ନେବା ଭଳି ଆମେ ଦେଖିବାକୁ ପାଉନୁ,ଆଜି ଆନ୍ଦୋଳନ ୫୨ ଦିନରେ ପହଞ୍ଚିଥିବା ବେଳେ ଆମେ ଏବେ ବି ଆକ୍ରମଣର ଶିକାର ହେଉଛୁ । ଏପରି ଏକ ସ୍ଥିତିରେ ଆମ ପାଖରେ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଛଡ଼ା ଆଉ କିଛି ଉପାୟ ନାହିଁ ବୋଲି କହିଥିଲେ ଡାକ୍ତରମାନେ
ଅର୍ଗସ ବ୍ୟୁରୋ: ବାତ୍ୟା ଦାନା ଓ ତା ପରବର୍ତ୍ତୀ ବନ୍ୟା ଜନିତ କ୍ଷୟକ୍ଷତି ରିପୋର୍ଟ ଦେଇଛନ୍ତି ରାଜ୍ୟ ସରକାର । ପ୍ରାକୃତିକ ବିପର୍ଯ୍ୟୟର କୋପ ଯୋଗୁଁ ହୋଇଛି ୬୦୦ କୋଟିର ବଡ କ୍ଷତି । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ ସମେତ ୧୪ ଜିଲ୍ଲାରେ ଧ୍ଵଂସ ଲୀଳା ରଚାଇଥିଲା ବାତ୍ୟା । ଏହି ୧୪ଟି ଜିଲ୍ଲାରୁ ଆସିଛି ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ । ୧୬୬ ବ୍ଲକରେ ପଡିଥିଲା ଦାନାର ପ୍ରଭାବ । ସେଥିରୁ ୧୩୧ଟି ବ୍ଲକରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ସରକାର । ୧୧ ହଜାର ୬୩୭ଟି ଗାଁରେ ବାତ୍ୟା ଦ୍ଵାରା ୪୧ ଲକ୍ଷ ୪ ହାଜର ୩୫୭ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି । ବାତ୍ୟା ମାଡରେ ଭାଙ୍ଗିଛି ୧୬ ହଜାର ୪୧୭ ଘର । ତେବେ ୨୭ଟି କଚ୍ଚା ଘର ସଂପୂର୍ଣ୍ଣ ଭାଙ୍ଗିଥିବା ବେଳେ ୧୪ ହାଜର ୬୮୦ ଘର ଆଂଶିକ ଭାବେ ଭାଙ୍ଗିଛି । ଏହାସହ ୪ ହଜାର କୁକୁଡ଼ା, ୭୧ଟି ଛୋଟ ବଡ଼ ଗୃହ ପାଳିତ ପଶୁ ମୃତ୍ୟୁବରଣ କରିଛନ୍ତି । ୧ ଲକ୍ଷ ୨ ହଜାର ୭୫୬ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଆସନ୍ତାକାଲି କେନ୍ଦ୍ର ସରକାରଙ୍କ ପାଖକୁ ଚୂଡାନ୍ତ କ୍ଷୟକ୍ଷତି ରିପୋର୍ଟ ପଠାଯିବ । ରିପୋର୍ଟ ପହଞ୍ଚିବା ପରେ କେନ୍ଦ୍ରରୁ ଆସିବେ ପ୍ରତିନିଧି ଦଳ । ତେବେ କେନ୍ଦ୍ରରୁ ଆର୍ଥିକ ସହାୟତା ଆସିବା ପୂର୍ବରୁ ଫସଲ ଓ ଘର ଭଙ୍ଗା ବାବଦକୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଦିନେ ଦୁଇ ଦିନ ଭତରେ ଆରମ୍ଭ କରି ଦେବେ ରାଜ୍ୟ ସରକାର ।
ଏହାସହ ଶକ୍ତି ବିଭାଗ, କୃଷି, ସ୍କୁଲ ଓ ଗଣଶିକ୍ଷା, ଗ୍ରାମ୍ୟ ଉନ୍ନୟନ ବିଭାଗ ମଧ୍ୟ କ୍ଷୟକ୍ଷତି ନେଇ ଦେଇଛନ୍ତି ରିପୋର୍ଟ । ସମସ୍ତ ରିପୋର୍ଟକୁ ମିଶାଇ ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରିଛି ରାଜସ୍ଵ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ । ତେବେ ଶକ୍ତି ବିଭାଗ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ମାଡରେ ତାର, ଖୁଣ୍ଟ ଆଦି ଭାଙ୍ଗିବା ଦ୍ଵାରା ବିଦ୍ୟୁତ ଭିତ୍ତିଭୂମି ଉପରେ ପଡିଛି ପ୍ରଭାବ ।
ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର କରିଥିଲେ ବଡ ପ୍ରସ୍ତୁତି । ମିଶନ ଜିରୋ କାଜୁଆଲିଟି ଥିଲା ସରକାରଙ୍କ ପ୍ରାଥମିକତା । କ୍ଷତିପୂରଣ ଅପେକ୍ଷାରେ ଚାଷୀ, କ୍ଷତିଗ୍ରସ୍ତ । ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ବାତ୍ୟା । ପୂର୍ବ ବିଜେଡି ସରକାରର ଅବହେଳା ଯୋଗୁଁ ପକ୍କା ଘର ନଥିବାରୁ କ୍ଷତିଗ୍ରସ୍ତ ହୋଇଛନ୍ତି ଗରିବ । କିନ୍ତୁ ଏବେ ଯାହାର ବି କ୍ଷତି ହୋଇଛି, ସେମାନଙ୍କୁ ପକ୍କା ଘର ମିଳିବ ବୋଲି କହିଛନ୍ତି ବିଜେପି ସରକାର ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ନଭେମ୍ବର ୧ରେ ରାଜ୍ୟରେ ଖୋଲିବ ଖରିଫ ଧାନ ମଣ୍ଡି। ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ ଧାନ କିଣା। ଏଥର ଚାଷୀଙ୍କଠାରୁ କ୍ବିଣ୍ଟାଲ ପିଛା ୩୧ଶହ ଟଙ୍କାରେ ଧାନ କିଣିବାକୁ ଘୋଷଣା କିରଛନ୍ତି ରାଜ୍ୟ ସରକାର। ଏଥିସହ ଧାନ କିଣା ପ୍ରକ୍ରିୟା ସୁବ୍ୟବସ୍ଥା କରିବାକୁ ମଣ୍ଡିରେ ରହିବେ ଅଧିକୃତ ଅଧିକାରୀ। ୪ ରୁ ୫ ଟି ମଣ୍ଡିକୁ ନେଇ ଜଣେ ଲେଖାଁଏ ସୁପରଭଇଜର ରହିବେ। ମଣ୍ଡିରେ ରହିବ କ୍ବାଲିଟି ଟେଷ୍ଟିଂ ମେସିନ। ଅଗାଡି ଏଫକ୍ୟୁ ଧାନ କୁ ଯାଞ୍ଚ କରାଯିବ। ମଣ୍ଡିରୁ ରାଇସ ମିଲ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ତା ତଦାରଖ କରିବ ପରିବହନ ବିଭାଗ। ସେପଟେ ପଡୋଶୀ ରାଜ୍ୟରୁ ଧାନ ଯେମିତି ଓଡ଼ିଶା ମଧ୍ୟକୁ ପ୍ରବେଶ ନକରେ ସେଥିପାଇଁ ପାଟ୍ରୋଲିଂ ଟିମ୍ ମୁତୟନ ସହ ସିସିଟିଭି ବ୍ୟବସ୍ତା କରାଯିବ। ଚାଷୀଙ୍କ ଧାନ ବିକ୍ରି ଟୋକନ୍ ଲାପସ ନହେବା ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥିପାଇଁ ତ୍ବରିତ ନିଷ୍ପତି ନେବାକୁ ଜିଲ୍ଲାପାଳମାନଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଆନ୍ତ ମନ୍ତ୍ରୀସ୍ତରୀୟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ସେପଟେ ପୂର୍ବ ବିଜେଡି ସରକାର ଅମଳରେ ଯେଉଁଭଳି ଧାନକିଣାରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ଆସୁଥିଲା ତାକୁ ନଜରରେ ରଖି ଏବେଠାରୁ ସତର୍କ ରାଜ୍ୟ ସରକାର। ତେଣୁ ମଣ୍ଡିରେ ଦୁର୍ନୀତି ରୋକିବା ଦିଗରେ ରାଜ୍ୟ ସରକାରଙ୍କ ରୋଡ୍ ମ୍ୟାପ ନେଇ ଯୋଗାଣ ସହାୟକମାନଙ୍କୁ ସତର୍କ କରାଇଛନ୍ତି ଯୋଗାଣମନ୍ତ୍ରୀ। ଯୋଗାଣ ସହାୟକମାନଙ୍କର ବାର୍ଷିକ ସାଧାରଣ ପରିଷଦ ବୈଠକରେ ଚର୍ଚ୍ଚିତ ବଲିଉଡ୍ ସିନେମା ସିଂଘମର ଡାଇଲଗ୍ କହି ଯୋଗାଣ ସହାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଏଥିସହ ଭୀଷ୍ଣ ସରଶଯ୍ୟା ଉପାଖ୍ୟାନ ଦେଇ ଯୋଗାଣ ସହାୟକମାନଙ୍କୁ ଚେତାବନୀ ବି ଦଇଛନ୍ତି ମନ୍ତ୍ରୀ। ଯେପରି ଭୀଷ୍ମ ପ୍ରତ୍ୟକ୍ଷ ଭାବେ ଅନ୍ୟାୟ କରିନଥିଲେ ବି କୌରବଙ୍କ ଅନ୍ୟାୟ ଦେଖି ଚୁପ୍ ରହିଥିଲେ ସେହିପରି ଯେଉଁମାନେ ଦୁର୍ନୀତି ଓ ଅନ୍ୟାୟ ଦେଖି ଚୁପ୍ ରହୁଛନ୍ତି ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।
ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧିନରେ ଓଡ଼ିଶର ପ୍ରାୟ ୩କୋଟି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳୁଛି ମାଗଣା ରାସନ୍। ଏହି
ସ୍କିମ ଅଧିନରେ ରହିଛନ୍ତି ରାଜ୍ୟର ସର୍ବାଧିକ ହିତାଧିକାରୀ। ଆଉ ଏହି ସ୍କିମରେ ହିଁ ହେଉଛି ସର୍ବାଧିକ ସ୍କାମ୍ ଅର୍ଥାତ ଦୁର୍ନୀତି। ମନ୍ତ୍ରୀ କହିଛନ୍ତି ବିଜେଡି ସରକାର ସମୟରେ ପୁଳା ପୁଳା ଦୁର୍ନୀତି ହେଉଥିଲା କିନ୍ତୁ ମୁଁ ଶପଥ ନେଇଛି ଏହି ବିଭାଗକୁ ସ୍ବଚ୍ଛ କରିବି। ଏଣୁ ଯୋଗାଣ ସହାୟକମାନଙ୍କୁ ସ୍ବାଚ୍ଛତା ରଖିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବିଜେଡି ସରକାରବେଳେ ରାଜ୍ୟରେ କିପରି ଥିଲା ଶିକ୍ଷା ବ୍ୟବସ୍ଥା ।.... ତାର ପୋଲ୍ ଖୋଲିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଯୁଧିଷ୍ଠିର ସରକାରୀ ବିଦ୍ୟାପୀଠ । 2023 ମସିହା ଏପ୍ରିଲ୍ 25ରେ 5T ସ୍କୁଲର ଉଦଘାଟନ କରିଥିଲେ ତତ୍କାଳୀନ ସରକାର । ହେଲେ ଦେଢ ବର୍ଷ ପରେ ବି ସ୍ମାର୍ଟ କ୍ଲାସର ସ୍ବାଦ ଚାଖି ନାହାନ୍ତି ପିଲା ।..... 5T ଅଧୀନରେ ଦୁଇ ତାଲା କୋଠା ନିର୍ମାଣ କରାଯାଇଥିବାବେଳେ ରୂପାନ୍ତିକରଣ ପାଇଁ ଆସିଥିବା 45 ଲକ୍ଷ ଟଙ୍କା, MLA ଓ MP ପାଣ୍ଠିରୁ 15 ଲକ୍ଷ ଟଙ୍କା ମିଶାଇ ସବୁ ଟଙ୍କା ଏହି ବିଲ୍ଡିଂରେ ସାରିଦେଲେ । ତଥାପି ପୁରୁଣା ଟିଣ ଘରେ ଚାଲିଛି କ୍ଲାସ୍ । ପଡିନି ନୂଆ ଟେବୁଲ୍ କି ଚ୍ୟାର୍ । ବର୍ଷା ହେଲେ ଟିଣରୁ ପାଣି ଗଳୁଛି । ଖରାଦିନେ ଅସହ୍ୟ ଗରମ ହେଉଛି । ଏପରିକି ନବମ ଓ ଦଶମ ଶ୍ରେଣୀରେ 214 ଛାତ୍ର ପାଠ ପଢୁଥିଲେ ସୁଦ୍ଧା ଏଠି କମ୍ପ୍ୟୁଟର ନାହିଁ କି ସାଇନ୍ସ ଲ୍ୟାବ୍ ନାହିଁ । ଏ ଯାଏଁ ଆରମ୍ଭ ହୋଇନି ଇ-ଲାଇବ୍ରେରୀ ।
ଖାଲି ଯୁଧିଷ୍ଠିର ବିଦ୍ୟାପୀଠର ବ୍ୟବସ୍ଥା ଏପରି ତାହା ନୁହେଁ । ନିତ୍ୟାନନ୍ଦ ପଣ୍ଡା ନୋଡାଲ୍ ଉଚ୍ଚ ବିଦ୍ୟଳୟରେ ବି ସମାନ ସ୍ଥିତି । ନାଁକୁ ପୁରୁଣା କାନ୍ଥରେ ରଙ୍ଗ ମାରି ଛାଡି ଦେଇଛନ୍ତି । ଶୌଚାଳୟ କାମ ଅଧପନ୍ତରିଆ, ପିଇବା ପାଣିର ନାହିଁ ସୁବିଧା । କାମ ସବୁ ଅଧ ପନ୍ତରିଆ ରଖି 45 ଲକ୍ଷ ଟଙ୍କାର ବିଲ୍ କରି ନେଇଛନ୍ତି । କେଉଁଠି କାନ୍ଥ ଫାଟି ଆଁ କଲାଣି ତ କେଉଁଠି ୱାସ୍ ବେସିନ ନିର୍ମାଣ ହୋଇନି । ଆସିଥିବା ଅଧା ଟଙ୍କା ଖର୍ଚ୍ଚ କରି ଆଉ ଅଧା ଟଙ୍କା କୁଆଡେ ଗଲା ତାର ତଦନ୍ତ କରି କାମ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି ଅଭିଭାବକ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, 2022-23 ଅଧ୍ୟୟନ କରୁଥିବା 68 ଜଣ ଛାତ୍ରୀଙ୍କ ସାଇକେଲ ପାଇଁ ଆସିଥିବା 2600 ଟଙ୍କା ପ୍ରଦାନ କରିନି ଶିକ୍ଷା ବିଭାଗ । ଏନେଇ ଛାତ୍ରୀ ଓ ଅଭିଭାବକ ଗୋଷ୍ଠୀ ଶିକ୍ଷାଧିକାରୀ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଆଜି ଯାଏଁ ଟଙ୍କା ପାଇନଥିବା ଅଭିଯୋଗ ଆଣିଛନ୍ତି ବିଦ୍ୟାଳୟର ପୁରାତନ ଛାତ୍ରୀ ।
5T ଅଧୀନରେ ସ୍କୁଲ୍ ରୂପାନ୍ତରକରଣ ନାଁରେ ଠିକାଦାର୍ ଓ ବ୍ଲକ୍ ପ୍ରଶାସନ ଚଞ୍ଚକତା କରି ଟଙ୍କା ହରିଲୁଟ୍ କରିଥିବା ଅଭିଯୋଗ ହୋଇଛି । ଏଠି ପ୍ରଶ୍ନ, କ'ଣ 24 ବର୍ଷ ସରକାରରେ ଏୟା ଥିଲା ବିଜେଡିର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ? ।
ଅଧିକ ପଢ଼ନ୍ତୁ ଓଡିଶା ଖବର: