ନିଟ୍ (ଯୁଜି) ପରୀକ୍ଷା ୨୦୨୧ ପ୍ରଥମ ଥର ପାଇଁ 13ଟି ଭାଷାରେ ହେବ। ଏଥର ଇଂରାଜୀ ଏବଂ ହିନ୍ଦୀ ବ୍ୟତୀତ ଆସାମ, ବଙ୍ଗାଳୀ, ଗୁଜୁରାଟୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଉର୍ଦ୍ଦୁରେ ଡାକ୍ତରୀ ପ୍ରବେଶିକା ପରୀକ୍ଷା କରାଯିବ। ପଞ୍ଜାବୀ ଏବଂ ମାଲାୟାଲମକୁ ଚଳିତ ବର୍ଷ ଯୋଗ କରାଯାଇଛି।