ନୂଆଦିଲ୍ଲୀ: ଚୀନର ମନ୍ଦବୁଦ୍ଧିରେ ପ୍ରଭାବିତ ନେପାଳ ପ୍ରଧାନମନ୍ତ୍ରୀ ଭାରତ ସହ ବିବାଦ କରିବାକୁ ଆଗେଇ ଆସିଛନ୍ତି । ଚୀନ ପ୍ରରୋଚନାରେ ଏବେ ବିଶ୍ୱ ସମଦାୟକୁ ବିବାଦିତ ନକ୍ଦା ଦେବାକୁ ପ୍ରସ୍ତୁତି କରୁଛି ନେପାଳ । ଭୂମି ପ୍ରବନ୍ଧନ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ, ନେପାଳ ବିବାଦିତ ନକ୍ସାକୁ ଇଂଲିଶ୍ରେ ଅନୁବାଦ କରି ୟୁଏନଓ, ଗୁଗଲ ଓ ଅନ୍ୟ ବିଶ୍ୱସମୁଦାୟକୁ ପଠାଇବାକୁ ପ୍ରସ୍ତୁତ ହେଉଛି ।
କାଳାପନି, ଲିପୁଲେଖ ଓ ଲିମ୍ପିଆଧୁରାକୁ ସଂଶୋଧିତ ନକ୍ସାରେ ସାମିଲ କରି ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ପଠାଇବ ନେପାଳ । ନେପାଳର ଜଣେ ମନ୍ତ୍ରୀଙ୍କ ଅନୁସାରେ ନେପାଳ ଚଳିତ ମାସ ମଧ୍ୟଭାଗ ସୁଦ୍ଧା ସଂଶୋଧିତ ନକ୍ସା ନେପାଳ ପଠାଇବ ।
ନେପାଳର ମାପନ ବିଭାଗର ମୁଖପାତ୍ରଙ୍କ ଅନୁସାରେ ସଂଶୋଧିତ ନକ୍ସାର 400 ପୃଷ୍ଠା ଇଂରାଜୀରେ ଅନୁବାଦ କାର୍ଯ୍ୟ ଜାରି ରହିଛି । ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି ।
ବିଭାଗ ଦେଶ ଭିତରେ ନୂଆ ନକ୍ସା 25000 କପି ପ୍ରିଣ୍ଟ କରିଛି । ସମସ୍ତ ବିଭାଗକୁ ଏହି କପି ମାଗଣା ଦିଆଯିବ । କିନ୍ତୁ ନେପାଳବାସୀ ଏହି କପିକୁ 50 ଟଙ୍କା ମୂଲ୍ୟରେ ପାଇପାରିବେ ବୋଲି ଜଣାପଡ଼ିଛି ।
ଅର୍ଗସ ବ୍ୟୁରୋ : ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧୀନସ୍ଥ ଓସ୍ତପଡା ଗ୍ରାମ କାଜୁ ଜଙ୍ଗଲରେ ଚାଲିଥିଲା ଜୁଆ ଆଡ୍ଡା । ବିଶେଷ ସୂତ୍ରରୁ ଖବର ପାଇ ଚାନ୍ଦପୁର ପୋଲିସ ଚଢ଼ାଉ କରି ୩ ଜଣ ଜୁଆଡିଙ୍କୁ ଗିରଫ କରିବା ସହିତ ଜୁଆ ଖେଳରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଘୁଡୁଘୁଡ଼ିଆ ପାଲି- ଗୋଟି, ୬ ଟି ମୋଟର ସାଇକେଲ, ୩ ଟି ମୋବାଇଲ ଏବଂ ନଗଦ ୩୫ ହଜାର ୬୭୦ ଟଙ୍କା ଜବତ କରିଛି ଚାନ୍ଦପୁର ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଗିରଫ ଅଭିଯୁକ୍ତ ମାନେ ହେଲେ ଖୋର୍ଦ୍ଧା ଅଞ୍ଚଳର ପଲାହାଟ ଗ୍ରାମର ଉଚ୍ଚବ ପ୍ରଧାନ, ଭୁଷଣ୍ଡପୁର ଗ୍ରାମ ଉରୁମୁଖି ସାହିର ବ୍ରଜ ବେହେରା ଓ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଧିନସ୍ଥ କନ୍ଧନୟାଗଡ଼ ଗ୍ରାମର ଗଣେଶ ବେହେରା । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର ସୂଚନା ଦେଇଛନ୍ତି
ଅର୍ଗସ ବ୍ୟୁରୋ : ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟଙ୍କ ନିର୍ଦେଶରେ ଦଫା ୩୦୨ ଲାଗିବା ପରେ ହତାସ ହୋଇପଡ଼ିଛନ୍ତି ପ୍ରତାପ ଜେନା । କୋର୍ଟଙ୍କ ନିର୍ଦ୍ଦେଶ ପଛରେ ରାଜନୈତିକ ଚକ୍ରାନ୍ତ ଥିବା କହିଛନ୍ତି ବିଜେଡିର ପାୱାରଫୁଲ ପ୍ରତାପ । ସେ ନିର୍ଦ୍ଦୋଶ ତାଙ୍କୁ ଚକ୍ରାନ୍ତ କରି ଫସାଯାଇଥିବା ସଫେଇ ଦେଇଛନ୍ତି ପ୍ରତାପ ଜେନା ।
ଅଧିକ ପଢନ୍ତୁ : ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ବଡ଼ ପ୍ରମାଣ
ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଲାଗିଛି 302, 120 ବି ଓ 506 । ଦଫା ୩୦୨ ଲାଗିବା ପରେ ଗିରଫ ନେଇ ପ୍ରତାପଙ୍କ ମନରେ ପଶିଛି କି ଛନକା ? ସେଥିପାଇଁ ହତାସ ହୋଇ ଦେଇଛନ୍ତି କି ଏପରି ବୟାନ ?