ବିମାନଟି ମୁସ୍ତାଙ୍ଗ ଜିଲ୍ଲାର ଜୋମସୋମର ଆକାଶରେ ଦେଖାଯାଇଥିଲା । ପରେ ଏହା ଧଉଳିଗିରି ପର୍ବତକୁ ରୁଟ୍ ବଦଳାଇଥିଲା । ପରେ ଏହାସହ ଯୋଗଯୋଗ ବିଚ୍ଛିନ୍ନ ହୋଇଥିଲା । ସୂଚନାନୁଯାୟୀ, ବିମାନଟି ଜୋମସୋମରେ ପହଞ୍ଚି ସାରିଥିଲା । କିନ୍ତୁ ହଠାତ୍ ଏହା ରୁଟ୍ ବଦଳାଇ ଦେଇଥିଲା ଓ ନିଖୋଜ ହୋଇଯାଇଥିଲା । ସ୍ଥାନୀୟ ସମୟ ଅନୁସାରେ ସକାଳ ୯ଟା ୫୫ରେ ଏହା ସହିତ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ତେବେ ଏହାକୁ ଖୋଜିବା ପାଇଁ ନେପାଳ ଗୃହମନ୍ତ୍ରଣାଳୟ ମୁସ୍ତାଙ୍ଗ ଓ ପୋଖରାରୁ ଦୁଇଟି ବେସରକାରୀ ହେଲିକପ୍ଟର ପଠାଇଛି । ଏହାସହ ନେପାଳ ଆର୍ମି ଚପ୍ପର ମଧ୍ୟ ସର୍ଚ୍ଚ ଅପରେସନରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଇସାରିଛି ।
ଯାତ୍ରୀବାହୀ ବିମାନର ମିଳୁନି ପତ୍ତା, ସର୍ଚ୍ଚ ଅପରେସନ ଜୋରଦାର

ଅର୍ଗସ ବ୍ୟୁରୋ: ନେପାଳରେ ଏକ ଯାତ୍ରୀବାହୀ ବିମାନ ନିଖୋଜ । 22 ଜଣ ଯାତ୍ରୀଙ୍କୁ ଧରି ବିମାନଟି ପୋଖରାରୁ ଜୋଙ୍ଗସଙ୍ଗ ଯାଉଥିଲା । କିଛି ସମୟ ପରେ ବିମାନ ସହ ପୁଣି ଯୋଗାଯୋଗ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ 22 ଯାତ୍ରୀଙ୍କ ମଧ୍ୟରେ ଥିଲେ 4 ଭାରତୀୟ, 3 ଜାପାନୀ ଯାତ୍ରୀ । ନିଖୋଜ ବିମାନଟି ଘରୋଇ ଏୟାରଲାଇନ୍ ସଂସ୍ଥା ‘ତାରା ଏୟାର’ର । ଦୁଇଟି ଇଞ୍ଜିନ ବିଶିଷ୍ଟ ତାରା ଏୟାର 9 NAET ବିମାନଟି ନେପାଳର ରାଜଧାନୀ କାଠମାଣ୍ଡୁ ଠାରୁ ପ୍ରାୟ ୨୦୦ କିମି ଦୂରରେ ଥିବା ପୋଖରାରୁ ଉଡ଼ାଣ ଭରିଥିଲା ।
Download Argus News App
