ନୂଆଦିଲ୍ଲୀ: କରୋନା ମହାମରୀ କାରଣରୁ ଦୀର୍ଘ ୫ମାସ ପରେ ଅର୍ଥାତ 169 ଦିନ ପରେ ଆରମ୍ଭ ହୋଇଛି ନୂଆଦିଲ୍ଲୀ ରେ ମେଟ୍ରୋ ସେବା। ପୁଣିଥରେ ଟ୍ରାକ ରେ ଦେଖିବକୁ ମିଳିଛି ମେଟ୍ରୋ ଟ୍ରେନ ।
କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଆଜି କରୋନା ପ୍ରୋଟୋକଲ ସହ ମେଟ୍ରୋ ସେବା ପୁଣିଥରେ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ଭଳି ସହରରେ ଆରମ୍ଭ ହୋଇଛି। ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଟ୍ରେନ କେବଳ ୟେଲୋ ଲାଇନରେ ଆରମ୍ଭ ହୋଇଛି | ସକାଳ ୭ଟାରେ ହୁଡା ସିଟି ସେଣ୍ଟରରୁ ସମୟପୁର ବାଦଲି ଅଭିମୁଖେ ଏହି ଯାତ୍ରା ଆରମ୍ଭ କରିଛି ମେଟ୍ରୋ।
୪୯କିଲୋମିଟର ଏହି ୟେଲୋ ଲାଇନରେ ମେଟ୍ରୋ ରେଳ ଚଳାଚଳ କରୁଛି। ଏହି ମାର୍ଗରେ ସମୁଦାୟ ୩୭ଟି ଷ୍ଟେସନ୍ ଅଛି, ସେଥିମଧ୍ୟରୁ ୨୦ଟି ଷ୍ଟେସନ୍ ଭୂତଳ ଥିବାବେଳେ ୧୭ଟି ଉପରେ ଅଛି | ଏହି ମାର୍ଗରେ ଥିବା ମେଟ୍ରୋ ରେଳ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୪ରୁ ୮ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ। ଦିନରେ ୪ଘଣ୍ଟା ଏବଂ ସନ୍ଧ୍ୟା ସମୟରେ ୪ଘଣ୍ଟା ମେଟ୍ରୋ ଟ୍ରେନ ଚଳାଚଳ କରିବ। ଯାତ୍ରୀ ମାନଙ୍କୁ face ମାସ୍କ, ସମାଜିକ ଦୂରତା ଏବଂ ପ୍ରତିଟି ସ୍ଥାନରେ ସାନିଟାଇଜ କରିବାମ ପାଇଁ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ମାନଙ୍କ ସୁରକ୍ଷା ଯାତ୍ରା ପାଇଁ ଏକ ହଜାର ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି।।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।