ଏହି ଆପ ଗୁଡିକ ଉପରେ ଏବେ ବିଶେଷ ନଜର ଦିଆଯିବ । ଡିଜିଟାଲ ଋଣ ଆପ ଗୁଡିକ ସହ ସେମାନଙ୍କ ଜରିଆରେ ଋଣ ଯୋଗାଉଥିବା ବିତ୍ତୀୟ ସଂସ୍ଥାଗୁଡିକ ଉପରେ ମଧ୍ୟ ନଜର ରହିବ ବୋଲି କହିଛି ଆରବିଆଇ । ଏଥିପାଇଁ ଗାଇଡଲାଇନ ଜାରି କରିଛି ଆରବିଆଇ । ଗାଇଡଲାଇନ ଅନୁସାରେ, ଋଣ ଯୋଗାଣ ଏବଂ ଏହାକୁ ଆଦାୟ କରିବାରେ ଅଧିକାର କେବଳ ବ୍ୟାଙ୍କ ଏବଂ ଉକ୍ତ ବିତ୍ତୀୟ ସଂସ୍ଥାଗୁଡିକୁ ଦିଆଯାଇଛି । ଯେଉଁନାଙ୍କୁ ବର୍ରମାନର ବ୍ୟବସ୍ଥା ଅଧୀନରେ ଠିକ୍ ଭାବେ ନିୟନ୍ତ୍ରିତ କରାଯାଇଥାଏ । ଋଣ ଯୋଗାଣ ଏବଂ ଆଦାୟ କାର୍ଯ୍ୟ କୌଣସି ତୃତୀୟ ପକ୍ଷକୁ ଦିଆଯାଇପାରିବ ନାହିଁ ବୋଲି ଗାଇଡଲାଇନ୍ ଉଲ୍ଲେଖ କରାଯାଇଛି ।
ରିଜର୍ଭ ବ୍ୟାଙ୍କ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ଯେ, ଋଣ ଯୋଗାଣ ଏବଂ ରି-ପେମେଣ୍ଟ କାରବାର କେବଳ ଋଣଗ୍ରହିତା ଓ ନିୟନ୍ତ୍ରିତ ବିତ୍ତୀୟ ସଂସ୍ଥାଗୁଡିକର ବ୍ୟାଙ୍କ ଖାତା ମଧ୍ୟରେ ହେବା ଦରକାର । କୌଣସି ତୃତୀୟ ପକ୍ଷ ସେବା ପ୍ରଦାନକାରୀ ଅବା କୌଣସି ତୃତୀୟ ପକ୍ଷ ପୁଲ୍ ଆକାଉଣ୍ଟ ଜରିଆରେ କାରବାର ହୋଇପାରିବ ନାହିଁ ।
ରିଜର୍ଭ ବ୍ୟାଙ୍କର ନୂଆ ଗାଇଡଲାଇନ୍ ରେ ଉଲ୍ଲେଖ କରାଯାଇଛି ଯେ, ଡିଜିଟାଲ ଋଣ ଆପ୍ ଯଦି କୌଣସି ପ୍ରକାର ଫି ନିଅନ୍ତି ଏହାର ପେମେଣ୍ଟ ଋଣ ଦେଉଥିବା ବ୍ୟାଙ୍କ କିମ୍ବା ବିତ୍ତୀୟ ସଂସ୍ଥାଗୁଡିକକୁ କରିବାକୁ ହେବ ।
ଏଭଳି କୌଣସି ଦେୟ ବା ଫି ର ବୋଝକୁ ଋଣଗ୍ରହିତାଙ୍କ ମୁଣ୍ଡରେ ପକାଯାଇପାରିବ ନାହିଁ । ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କ ନିଜର ମାର୍ଗ ଦର୍ଶିକାରେ ଡିଜିଟାଲ ଋଣ ଆପ୍ ଜରିଆରେ ଡାଟା ସଂଗ୍ରହ ପ୍ରସଙ୍ଗରେ ମଧ୍ୟ ନିର୍ଦ୍ଦେଶ ଜାରି କରିଛି । ଏହା ଉପରେ ସର୍ବୋଚ୍ଚ ବ୍ୟାଙ୍କ କହିଛି ଯେ, ଡିଜିଟାଲ ଋଣ ଆପ୍ ଗୁଡିକ ଜରିଆରେ କେବଳ ଉକ୍ତ ଡାଟା ସଂଗ୍ରହ କରାଯିବା ଦରକାର, ଯାହା ଜରୁରୀ ଏବଂ ଏହାର ଅଡିଟ୍ ଟ୍ରେଲ ମଧ୍ୟ ସ୍ପଷ୍ଟ ହୋଇଥିବା ଦରକାର । ତଥ୍ୟ ସଂଗ୍ରହ ପାଇଁ ଋଣଗ୍ରହିତାଙ୍କ ସ୍ୱୀକୃତି ପୂର୍ବରୁ ହାସ କରିବାକୁ ପଡିବ । ସେମାନଙ୍କ ବିନା ଅନୁମତିରେ ତଥ୍ୟ ନିଆଯାଇପାରିବ ନାହିଁ । ଋଣଗ୍ରହିତାଙ୍କ ବିନା ଅନୁମତିରେ ସେମାନଙ୍କ କ୍ରେଡିଟ୍ ଲିମିଟ୍ କୁ ବଢାଯାଇପାରିବ ନାହିଁ ।
ଭାରତ ଖବର ଆହୁରି ପଢ଼ନ୍ତୁ ।