ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ଭାରତ । ଆଉ ଏହାର ସବୁଠୁ ସଶକ୍ତ ସ୍ଥଳ ସଂସଦ ଭବନ । ଲୋକତନ୍ତ୍ରର ସେହି ମନ୍ଦିର ଯେଉଁଠି ଜନଜନଙ୍କର ଆକାଂକ୍ଷା ସହ ଦେଶର ଭବିଷ୍ୟତର ଦିଶା ବି ସ୍ଥିର ହୁଏ । କିନ୍ତୁ ପାଖାପାଖି ଶହେ ବର୍ଷର ପୁରୁଣା ଏହି ଗଣତନ୍ତ୍ର ମନ୍ଦିରର ଠିକଣା ଏବେ ବଦଳିବାକୁ ଯାଉଛି । ଦେଶକୁ ମିଳିବାକୁ ଯାଉଛି ନୂଆ ସଂସଦ ଭବନ । ୨୮ ମେ ଅର୍ଥାତ୍ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ନୂଆ ସଂସଦ ଭବନ ଭେଟି ଦେବାକୁ ଯାଉଛନ୍ତି । ଉଦଘାଟନକୁ ନେଇ ଜାରି ରହିଥିବା ପଲିଟିକାଲ ବ୍ଲେମ୍ ଗେମ୍ ମଧ୍ୟରେ ସଂସଦର ପ୍ରଥମ ଝଲକ ସାମ୍ନାକୁ ଆସି ସାରିଛି । ନୂତନ ସଂସଦର ଭବ୍ୟ ଦୃଶ୍ୟ ସାମ୍ନାକୁ ଆସିଛି । ସଂସଦ ଭବନର ଉଭୟ ବାହାର ଓ ଭିତର ଦୃଶ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓରେ ଅଶୋକ ସ୍ତମ୍ଭଠାରୁ ଆରମ୍ଭ କରି ସାଂସଦମାନଙ୍କ ବସିବା କୋଠରୀ ପର୍ଯ୍ୟନ୍ତ ସବୁ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏହି ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରି ମୋଦୀ ଲେଖିଛନ୍ତି, ନୂତନ ସଂସଦ ଭବନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରାଇବ।
ସେପଟେ ନୂଆ ସଂସଦ ଭବନ ଉଦଘାଟନ ସମାରୋହର କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି । ଦୁଇଟି ପର୍ଯ୍ୟାୟରେ ଏହି ଉଦଘାଟନ କାର୍ଯ୍ୟକ୍ରମ ସମ୍ପନ୍ନ କରାଯିବ । ସକାଳ ୭.୧୫ରେ ପ୍ରଧାନମନ୍ତ୍ରୀ ମୋଦି ପୂଜା ପାଇଁ ପହଞ୍ଚିବେ। ଗାନ୍ଧୀ ମୂର୍ତ୍ତି ନିକଟରେ ଥିବା ମଣ୍ଡପରେ ସକାଳ ୭.୩୦ରୁ ୮.୩୦ ମଧ୍ୟରେ ପୂଜାପାଠ ଓ ହୋମଯଜ୍ଞ କରିବେ । ସକାଳ ୮.୩୦ରୁ ୯ଟା ମଧ୍ୟରେ ସଙ୍ଗୋଲ ବା ରାଜଦଣ୍ଡର ସ୍ଥାପନ । ସକାଳ ୯ଟାରୁ ସାଢ଼େ ୯ଟା ମଧ୍ୟରେ ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି । ଏଥିପାଇଁ ତାମିଲନାଡୁରୁ ସ୍ବତନ୍ତ୍ର ପୂଜକ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ଥିରୁଭାଭାଦୁଥୁରାଇ ଅଧିନମ ଓ ଧର୍ମପୁରମ ଅଧିନମ୍ ସନ୍ଥ ସ୍ବତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ପରେ ଦ୍ବିତୀୟ ପର୍ଯ୍ୟାୟରେ ଦିନ ୧୨ଟାରେ ପ୍ରଧାନମନ୍ତ୍ରୀ ପୁଣି ଥରେ ସଂସଦରେ ପହଞ୍ଚିବେ । ମଧ୍ୟାହ୍ନ ୧୨ଟା ୭ରେ ଜାତୀୟ ସଙ୍ଗୀତ ଗାନ କରାଯିବ । ୧୨ଟା ୧୦ରେ ରାଜ୍ୟସଭା ଉପାଧ୍ୟକ୍ଷ ସ୍ବାଗତ ଭାଷଣ ଦେବେ । ୧୨ଟା ୧୭ରେ ଦୁଇଟି କ୍ଷୁଦ୍ର ଚଳଚ୍ଚିତ୍ରର ସ୍କ୍ରନିଂ ସହ ୧୨ଟା ୨୯ରେ ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କ ବାର୍ତ୍ତା ପଢ଼ାଯିବ । ୧୨ଟା ୪୩ରେ ଲୋକସଭା ବାଚସ୍ପତି ଅଭିଭାଷଣ ରଖିବେ । ଦିନ ଗୋଟାଏରେ ପ୍ରଧାନମନ୍ତ୍ରୀ ୭୫ ଟଙ୍କିଆ ସ୍ବତନ୍ତ୍ର କଏନ ଓ ଷ୍ଟାମ୍ପ ଜାରି କରିବେ । ଦିନ ଗୋଟାଏ ଦଶରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିସାରିବେ ପରେ କାର୍ଯ୍ୟକ୍ରମ ଶେଷ କରାଯିବ ।
ନୂଆ ସଂସଦ ଭବନ ଲୋକାର୍ପଣ ପୂର୍ବରୁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ଚେକିଂ, ବ୍ଲକିଂ ଜୋରଦାର କରାଯାଇଛି ।ନୂଆ ସଂସଦ ୬୪୫୦୦ ବର୍ଗମିଟର ଏରିଆରେ ତିଆରି ହୋଇଛି ଯାହା ପୁରୁଣା ସଂସଦ ଠାରୁ ୧୭ ହଜାର ବର୍ଗମିଟର ଅଧିକ । ନୂଆ ସଂସଦର ବସିବା କ୍ଷମତା ୧୨୭୨ ଥିବା ବେଳେ ୧ ଅକ୍ଟୋବର ୨୦୨୦ରେ ଏହାର ଲୋକାର୍ପଣ କରିଥିଲେ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ମାହାଙ୍ଗା କୂଆଁପାଳର ଏ ଦୃଶ୍ୟ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ନ୍ୟାୟ ପାଇଁ ଲଡେଇ ପରିବାରର ସଦସ୍ୟ ଦିଲୀପ ସାହୁ ଓ ସ୍ଥାନୀୟ ବାସିନ୍ଦା ରାମଚନ୍ଦ୍ର ବେହେରାଙ୍କୁ ଗୋଡାଇ ଗୋଡାଇ ପିଟିଲେ ପ୍ରତାପ ଜେନାଙ୍କ ଗୁଣ୍ଡା, ତାହା ପୁଣି ପୋଲିସ ଉପସ୍ଥିତିରେ। ଭିଜୁଆଲରେ ଜଳ ଜଳ ହୋଇ ଦିଶୁଛି କିଭଳି ମାଡ ମାରୁଛନ୍ତି ରାମଚନ୍ଦ୍ରଙ୍କୁ। ପ୍ରଶ୍ନ କେତେବେଳେ କାହାକୁ ଅସଦାଚରଣ କଲେ 64 ବର୍ଷର ରାମଚନ୍ଦ୍ର, କେତେବେଳେ ଡକାୟତି କଲେ ଆଉ କେତେବେଳେ କାହାକୁ ହତ୍ୟା ଉଦ୍ୟମ କଲେ, ପ୍ରତାପ ଜେନା ଇସାରାରେ ତାଙ୍କ ନାଁରେ ପୋଲିସ ମିଛ ମାମଲା ରୁଜ୍ଜୁ କରିଥିବା ଅ ଭିଯୋଗ କରିଛନ୍ତି ରାମଚନ୍ଦ୍ର ।
ମାହାଙ୍ଗା ଡବଲ ମର୍ଡର କେସରେ ସନ୍ଦେହ ଘେରରେ ମାହାଙ୍ଗା ପୋଲିସ । ଡବଲ ମର୍ଡର ଅଭିଯୁକ୍ତ କାବୁଆ ସହିତ ପ୍ରତାପ ଜେନା କଥା ହେଉଥିବା ସିଡିଆର ରିପୋର୍ଟ ଥିଲା ପୋଲିସ ପାଖରେ। ହେଲେ ପ୍ରତାପଙ୍କୁ କ୍ଲିନଚିଟ୍ ଦେଇଥିଲା ପୋଲିସ। ଯାହାକୁ ନେଇ ବର୍ତ୍ତମାନର ସାଲେପୁର ଏସଡିପିଓ ତଥା ସେତେବେଳେର ତଦନ୍ତକାରୀ ଅଧିକାରୀ ବିମଳ ବାରିକ ବିବାଦରେ। କାହା ନିର୍ଦ୍ଦଶରେ ପ୍ରତାପଙ୍କୁ କ୍ଲିନଚିଟ୍ ଦେଇଥିଲେ ବିମଳ, କାହିଁକି ବିମଳଙ୍କ ବିରୋଧରେ ହେବନାହିଁ ଆକସନ୍ । ସେପଟେ କୋର୍ଟ ପ୍ରତାପ ଜେନାଙ୍କ ବିରୋଧରେ ଦପା 302 ଲଗାଇଲା ପରେ ବି ଚୁପ୍ ବିଜେଡି। କାହିଁକି ଦଳରୁ ବିଦା ହେଉନାହାନ୍ତି ପ୍ରତାପ ଜେନା ।
ଆହୁରି ପଢନ୍ତୁ ଓଡିଶା ଖବର...