ଅଧିକ ପଢନ୍ତୁ : ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପଦ ଉପରେ ପ୍ରଶ୍ନ ଉଠାଇବା ଉଚିତ ନୁହେଁ : ପ୍ରମୋଦ କୃଷ୍ଣନ
13 ଜୁଲାଇ 2022 । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ଅଜୟ କୁମାର ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । 16 ଜୁଲାଇ 2022 । ରାଷ୍ଟ୍ରପତି ନିର୍ବାଚନର ଠିକ୍ ପୂର୍ବରୁ ଆରଜେଡି ନେତା ତେଜସ୍ବୀ ଯାଦବ କହିଲେ ରାଷ୍ଟ୍ରପତି ଭବନରେ ତ କୌଣସି ମୂର୍ତ୍ତି ଦରକାର ନାହିଁ । ଜୁଲାଇ 2022 । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୁଡୁଚେରୀ କଂଗ୍ରେସର ଟ୍ବିଟର ହାଣ୍ଡେଲରୁ ଟ୍ବିଟ୍ କରାଗଲା ବିଜେପି ତ ରାଷ୍ଟ୍ରପତି ଭାବେ ଜଣେ ଡମିଙ୍କୁ ଚାହୁଁଛି । 28 ଜୁଲାଇ 2022 । ଏଥରର ଅଭଦ୍ରାମୀର ସବୁ ସୀମା ପର କରିଗଲେ ଲୋକସଭାରେ କଂଗ୍ରେସର ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ । ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି ସମ୍ବୋଧନ କରି ଦେଇଥିଲେ ଲଜ୍ଜାଜନକ ବାୟନ । ଆଉ ଯେତେବେଳେ ଚାରିଆଡୁ ସମାଲୋଚନା କରାଗଲା କହିଲେ ମୋତେ ହିନ୍ଦୀ ଭଲରେ ଆସେନି ପାଟିରୁ ଖସିଗଲା ।
5 ଅକ୍ଟୋବର 2022 । ସାମ୍ନାକୁ ଆସିଥିଲା ମହାମହିମଙ୍କ ସମ୍ପର୍କରେ କଂଗ୍ରେସ ନେତା ଉଦିତ ରାଜଙ୍କ ବିବାଦୀୟ ଟିପ୍ପଣୀ । ସେ ଲେଖିଥିଲେ ଦ୍ରୌପଦୀ ମୁର୍ମୁଙ୍କ ପରି ରାଷ୍ଟ୍ରପତି କୌଣସି ଦେଶକୁ ନମିଳୁ । ଚାମଚାଗିରିର ବି ସୀମା ଅଛି । 12 ନଭେମ୍ବର 2022 । ସାମ୍ନାକୁ ଆସିଥିଲା ରାଷ୍ଟ୍ରପତିଙ୍କୁ ନେଇ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ ନେତା ଅଖିଲ ଗିରିଙ୍କ ବିବାଦୀୟ ବୟାନ । ସର୍ବସାଧାରଣରେ ସେ ନିଜ ଦଳୀୟ କର୍ମାଙ୍କ ସାମ୍ନାରେ ମହାମହିମଙ୍କ ରଙ୍ଗ ରୂପକୁ ନେଇ ଦେଇଥିଲେ ଅତ୍ୟନ୍ତ ଅଭଦ୍ର ଟିପ୍ପଣୀ ।
ଅର୍ଥାତ ଯେଉଁ ଦଳର ନେତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମୂର୍ତ୍ତି, ଡମି ଓ ଖରାପ ବିଚାରଧାରାର ପ୍ରତିନିଧି କହିବାକୁ ପଛାଇନଥିଲେ ଯେଉଁ ଦଳର ନେତା ରାଷ୍ଟ୍ରପତିଙ୍କ ପ୍ରତି ଚାମଚାଗିରିର ସୀମା ପରି ଘୋର ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିଥିଲେ । ଯେଉଁ ଦଳର ନେତାମାନେ ରାଷ୍ଟ୍ରପତିଙ୍କ ରଙ୍ଗରୂପକୁ ନେଇ ଅତି ନିମ୍ନସ୍ତରର ବୟାନ ଦେଇଥିଲେ । ସେହି ବିରୋଧୀ ଦଳଗୁଡ଼ିକ ଏବେ ରାଷ୍ଟ୍ରପିତଙ୍କ ସମ୍ମାନ କଥା କହି ନୂଆ ସଂସଦ ଭବନ ଉଦଘାଟନକୁ ବହିଷ୍କାର କଥା କହୁଛନ୍ତି ।