ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶର ୫ଟି ରାଜ୍ୟରେ ଅଚାନକ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି। କେରଳ, ମହାରାଷ୍ଟ୍ର, ପଂଜାବ, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶରେ କରୋନା ସଂକ୍ରମଣ ହଠାତ ବଢ଼ିବାରୁ ନୂଆ କଟକଣା ଜାରି ହୋଇଛି। ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ମାମଲା ଲଗାତାର ବଢ଼ିଚାଲିଛି। ଆଜି ମହାରାଷ୍ଟ୍ରରେ ୬,୧୧୨ ନୂଆ ମାମଲା ଚିହ୍ନଟ ହୋଇଛି। ମୁମ୍ବାଇରେ ସଂକ୍ରମଣ ବଢ଼ିବାରୁ କଟକଣା କଡ଼ାକଡ଼ି କରାଯାଇଛି।
ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଲୋକେ ନିୟମ ନ ମାନିଲେ ଲକ୍ଡାଉନ୍ଫେରିବ ବୋଲି ସରକାର ସତର୍କ କରାଇ ଦେଇଛନ୍ତି। କେରଳରେ ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୪୫୦୫ ମାମଲା ଚିହ୍ନଟ ହୋଇଛି।
ଦେଶର ମୋଟ୍ ସକ୍ରିୟ ମାମଲାରୁ ୮୫ ପ୍ରତିଶତ ମାମଲା କେବଳ ମହାରାଷ୍ଟ୍ର ଏବଂ କେରଳରେ ରହିଛି। ଅନ୍ୟପକ୍ଷେ ଉପରୋକ୍ତ ୫ ରାଜ୍ୟରେ ୭୮ ପ୍ରତିଶତ ନୂଆ କରୋନା ମୃତ୍ୟୁ ହେଉଥିବା ଜଣାପଡ଼ିଛି। ଗତ ୭ ଦିନରେ ଛତିଶଗଡ଼ ଏବଂ ପଂଜାବରେ ସଂକ୍ରମଣ ବଢ଼ିଛି। ବିଗତ ୨୪ ଘଣ୍ଟାମଧ୍ୟରେ ପଂଜାବରେ ୩୮୩ ଏବଂ ମଧ୍ୟପ୍ରଦେଶରେ ୨୯୭ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।